Advertisment

କାଜୁ ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ

ଚୌଦ୍ୱାର(ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାର ଥାନା ଅଞ୍ଚଳରେ ଜଣେ ୧୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।  ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତ ଯୁବକଙ୍କ ଜଣେ ସହଯୋଗୀଙ୍କୁ ଅଟକ ରଖିଥିବା ବେଳେ ୨ଜଣ ଫେରାର ଅଛନ୍ତି l ସୂଚନାଅନୁସାରେ, ଗତକାଲି ଅପରାହ୍ଣ ପ୍ରାୟ ୨ଟା ବେଳେ ନାବାଳିକା ଜଣକ ଗାଁ ନିକଟରେ ଥିବା କାଜୁ ଜଙ୍ଗଲକୁ କାଜୁ ମଞ୍ଜି ତୋଳିବାକୁ ଯାଇଥିଲେ। ଏହି ସମୟରେ ସେହି ଗାଁର ଜଣେ ଯୁବକ ଜୋର ଜବରଦସ୍ତ […]

କାଜୁ ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ

ctc

Advertisment

ଚୌଦ୍ୱାର(ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାର ଥାନା ଅଞ୍ଚଳରେ ଜଣେ ୧୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।  ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତ ଯୁବକଙ୍କ ଜଣେ ସହଯୋଗୀଙ୍କୁ ଅଟକ ରଖିଥିବା ବେଳେ ୨ଜଣ ଫେରାର ଅଛନ୍ତି l

Advertisment

ସୂଚନାଅନୁସାରେ, ଗତକାଲି ଅପରାହ୍ଣ ପ୍ରାୟ ୨ଟା ବେଳେ ନାବାଳିକା ଜଣକ ଗାଁ ନିକଟରେ ଥିବା କାଜୁ ଜଙ୍ଗଲକୁ କାଜୁ ମଞ୍ଜି ତୋଳିବାକୁ ଯାଇଥିଲେ। ଏହି ସମୟରେ ସେହି ଗାଁର ଜଣେ ଯୁବକ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ସହିତ ନାବାଳିକାଙ୍କ ହାତ କାଟି ଦେଇଥିଲେ। ଏନେଇ ନାବାଳିକାଜଣକ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା।

ଗତକାଲି ସନ୍ଧ୍ୟାରେ ନାବାଳିକାର ବାପା ଚୌଦ୍ୱାର ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରି  ଦୁଷ୍କର୍ମ କରିଥିବା ଯୁବକଙ୍କ ଜଣେ ସହଯୋଗୀଙ୍କୁ ଅଟକ ରଖିଛି। ତେବେ ମୁଖ୍ୟ ଅଭିଯୁକ୍ତ ଓ ତାର ଆଉ ଜଣେ ସହଯୋଗୀ ଫେରାର୍ ଅଛନ୍ତି।

Advertisment

ଅନ୍ୟପକ୍ଷରେ ପୁଲିସ୍ ଏହି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାବାଳିକାର ବାପା ଅନୁରୋଧ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe