Advertisment

ତେନ୍ତୁଳି ଦେଇ ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ!

ବାଲିଗୁଡ଼ା (ଅଜିତ ନାୟକ): ତେନ୍ତୁଳି ଖାଇବାକୁ ଦେଇ ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଞ୍ଚଳରେ ଘଟିଛି। ଏନେଇ ନାବାଳିକାଙ୍କ ବାପା-ମାଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗରୁ ପ୍ରକାଶ, ନାବାଳିକା ଛାତ୍ରୀଙ୍କ ବାପା-ମାଆ କାମ କରିବାକୁ ବାହାରକୁ ଯାଇଥିଲେ। ଘରେ ଏକୁଟିଆ ଥିଲେ ନାବାଳିକା। ଏହାର ସୁଯୋଗ ନେଇ ଅଭିଯୁକ୍ତ […]

ଅଦ୍ୟତନ ହୋଇଛି
ଦିଲ୍ଲୀ 'ନିର୍ଭୟା' ଘଟଣାର ପୁନରାବୃତ୍ତି, ପୂଜକ ସାଜିଲା ଯୌନ ରାକ୍ଷସ

rape

Advertisment

ବାଲିଗୁଡ଼ା (ଅଜିତ ନାୟକ): ତେନ୍ତୁଳି ଖାଇବାକୁ ଦେଇ ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଞ୍ଚଳରେ ଘଟିଛି। ଏନେଇ ନାବାଳିକାଙ୍କ ବାପା-ମାଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଅଭିଯୋଗରୁ ପ୍ରକାଶ, ନାବାଳିକା ଛାତ୍ରୀଙ୍କ ବାପା-ମାଆ କାମ କରିବାକୁ ବାହାରକୁ ଯାଇଥିଲେ। ଘରେ ଏକୁଟିଆ ଥିଲେ ନାବାଳିକା। ଏହାର ସୁଯୋଗ ନେଇ ଅଭିଯୁକ୍ତ ଯୁବକ ଜାଇ ପ୍ରଧାନ ତେନ୍ତୁଳି ଖାଇବାର ପ୍ରଲୋଭନ ଦେଖାଇ ନାବାଳିକାକୁ ନିଜ ଘରକୁ ଡାକି ନେଇଥିଲା। ସେଠାରେ ତାକୁ ଦୁଷ୍କର୍ମକରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଅଭିଯୁକ୍ତ ଧମକ ଦେଇଥିବା ଅଭିଯୋଗ ହୋଇଛି।

ତେବେ ବାପା-ମାଆ କାମରୁ ଫେରିବା ପରେ ଝିଅ କାନ୍ଦି କାନ୍ଦି ପୂରା ଘଟଣା କହିଥିଲା। ତା’ପରେ ପରିବାର ଲୋକେ ଏନେଇ କ.ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ସମ୍ପୃକ୍ତ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment
Minor Raped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe