ତେନ୍ତୁଳି ଦେଇ ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ!

ବାଲିଗୁଡ଼ା (ଅଜିତ ନାୟକ): ତେନ୍ତୁଳି ଖାଇବାକୁ ଦେଇ ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଞ୍ଚଳରେ ଘଟିଛି। ଏନେଇ ନାବାଳିକାଙ୍କ ବାପା-ମାଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗରୁ ପ୍ରକାଶ, ନାବାଳିକା ଛାତ୍ରୀଙ୍କ ବାପା-ମାଆ କାମ କରିବାକୁ ବାହାରକୁ ଯାଇଥିଲେ। ଘରେ ଏକୁଟିଆ ଥିଲେ ନାବାଳିକା। ଏହାର ସୁଯୋଗ ନେଇ ଅଭିଯୁକ୍ତ […]

rape

Manoranjan Sial
  • Published: Monday, 15 February 2021
  • , Updated: 16 February 2021, 12:45 PM IST

ବାଲିଗୁଡ଼ା (ଅଜିତ ନାୟକ): ତେନ୍ତୁଳି ଖାଇବାକୁ ଦେଇ ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଞ୍ଚଳରେ ଘଟିଛି। ଏନେଇ ନାବାଳିକାଙ୍କ ବାପା-ମାଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୋଗରୁ ପ୍ରକାଶ, ନାବାଳିକା ଛାତ୍ରୀଙ୍କ ବାପା-ମାଆ କାମ କରିବାକୁ ବାହାରକୁ ଯାଇଥିଲେ। ଘରେ ଏକୁଟିଆ ଥିଲେ ନାବାଳିକା। ଏହାର ସୁଯୋଗ ନେଇ ଅଭିଯୁକ୍ତ ଯୁବକ ଜାଇ ପ୍ରଧାନ ତେନ୍ତୁଳି ଖାଇବାର ପ୍ରଲୋଭନ ଦେଖାଇ ନାବାଳିକାକୁ ନିଜ ଘରକୁ ଡାକି ନେଇଥିଲା। ସେଠାରେ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଅଭିଯୁକ୍ତ ଧମକ ଦେଇଥିବା ଅଭିଯୋଗ ହୋଇଛି।

ତେବେ ବାପା-ମାଆ କାମରୁ ଫେରିବା ପରେ ଝିଅ କାନ୍ଦି କାନ୍ଦି ପୂରା ଘଟଣା କହିଥିଲା। ତା’ପରେ ପରିବାର ଲୋକେ ଏନେଇ କ.ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ସମ୍ପୃକ୍ତ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story