Advertisment

ଘର ଢିଙ୍କି କୁମ୍ଭୀର, ନାବାଳିକା ଗର୍ଭବତୀ ହେବା ପଛରେ ସାବତ ମା’ର ହାତ !

ଭଦ୍ରକ(ପାର୍ଥ ସାରଥୀ ନାୟକ): ନ୍ୟାୟ ପାଇଁ ଏସପିଙ୍କ ନିକଟରେ ଦ୍ୱାରସ୍ଥ ହେଲେ ଗର୍ଭବତୀ ନାବାଳିକା । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ସେ । ନାବାଳିକା ଜଣକ ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳର । ନାବାଳିକାଙ୍କ ମା’ ଙ୍କ ମୃତ୍ୟୁ ପରେ ବାପା ଦ୍ଵିତୀୟ ବିବାହ କରିଛନ୍ତି । ଝିଅ ସାବତ ମା ନିକଟ ରେ ରହୁଥିଲେ । ବାପା ଦୀର୍ଘ ଦିନ ହେବ ବାହାରେ ରହି କାମ କରୁଥିଲେ। ସେ ଘରକୁ […]

ଅଦ୍ୟତନ ହୋଇଛି
ଘର ଢିଙ୍କି କୁମ୍ଭୀର, ନାବାଳିକା ଗର୍ଭବତୀ ହେବା ପଛରେ ସାବତ ମା’ର ହାତ !

8bn2

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ନ୍ୟାୟ ପାଇଁ ଏସପିଙ୍କ ନିକଟରେ ଦ୍ୱାରସ୍ଥ ହେଲେ ଗର୍ଭବତୀ ନାବାଳିକା । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ସେ । ନାବାଳିକା ଜଣକ ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳର । ନାବାଳିକାଙ୍କ ମା’ ଙ୍କ ମୃତ୍ୟୁ ପରେ ବାପା ଦ୍ଵିତୀୟ ବିବାହ କରିଛନ୍ତି । ଝିଅ ସାବତ ମା ନିକଟ ରେ ରହୁଥିଲେ । ବାପା ଦୀର୍ଘ ଦିନ ହେବ ବାହାରେ ରହି କାମ କରୁଥିଲେ। ସେ ଘରକୁ ଆସିବା ପରେ ଝିଅ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ ।

Advertisment

ଏନେଇ ଗର୍ଭବତୀ ନାବାଳିକାଙ୍କ ବାପା ତିହିଡି ଥାନାରେ ଏତଲା ଦେଇଥିଲେ।  ତାଙ୍କ ଝିଅ ଗର୍ଭବତୀ ଘଟଣାରେ ଦ୍ଵିତୀୟ ସ୍ତ୍ରୀଙ୍କ ସହ ଗାଁର ଦୁଇଜଣ ଯୁବକଙ୍କ ସମ୍ପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି । ତେବେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ , ନାବାଳିକା ସହ ବାପା ଭଦ୍ରକ ଏସପି ଙ୍କୁ ଭେଟି ଅଭିଯୋଗ କରିଛନ୍ତି । ତେବେ ନାବାଳିକାକୁ ଶିଶୁ ମଙ୍ଗଳ କମିଟି ରେ ହାଜର କରାଯାଇଛି ।

ଆଗକୁ ପଢ଼ନ୍ତୁ : ନିଆଁ ଲାଗି ବିଜେପି ସାଂସଦ ରୀତା ବହୁଗୁଣା ଜୋଶୀଙ୍କ ନାତୁଣୀର ମୃତ୍ୟୁ

Advertisment
Murder Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe