ଘର ଢିଙ୍କି କୁମ୍ଭୀର, ନାବାଳିକା ଗର୍ଭବତୀ ହେବା ପଛରେ ସାବତ ମା’ର ହାତ !

ଭଦ୍ରକ(ପାର୍ଥ ସାରଥୀ ନାୟକ): ନ୍ୟାୟ ପାଇଁ ଏସପିଙ୍କ ନିକଟରେ ଦ୍ୱାରସ୍ଥ ହେଲେ ଗର୍ଭବତୀ ନାବାଳିକା । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ସେ । ନାବାଳିକା ଜଣକ ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳର । ନାବାଳିକାଙ୍କ ମା’ ଙ୍କ ମୃତ୍ୟୁ ପରେ ବାପା ଦ୍ଵିତୀୟ ବିବାହ କରିଛନ୍ତି । ଝିଅ ସାବତ ମା ନିକଟ ରେ ରହୁଥିଲେ । ବାପା ଦୀର୍ଘ ଦିନ ହେବ ବାହାରେ ରହି କାମ କରୁଥିଲେ। ସେ ଘରକୁ […]

8bn2

Tapas Behera
  • Published: Monday, 16 November 2020
  • , Updated: 17 November 2020, 01:14 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ନ୍ୟାୟ ପାଇଁ ଏସପିଙ୍କ ନିକଟରେ ଦ୍ୱାରସ୍ଥ ହେଲେ ଗର୍ଭବତୀ ନାବାଳିକା । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ସେ । ନାବାଳିକା ଜଣକ ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳର । ନାବାଳିକାଙ୍କ ମା’ ଙ୍କ ମୃତ୍ୟୁ ପରେ ବାପା ଦ୍ଵିତୀୟ ବିବାହ କରିଛନ୍ତି । ଝିଅ ସାବତ ମା ନିକଟ ରେ ରହୁଥିଲେ । ବାପା ଦୀର୍ଘ ଦିନ ହେବ ବାହାରେ ରହି କାମ କରୁଥିଲେ। ସେ ଘରକୁ ଆସିବା ପରେ ଝିଅ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ ।

ଏନେଇ ଗର୍ଭବତୀ ନାବାଳିକାଙ୍କ ବାପା ତିହିଡି ଥାନାରେ ଏତଲା ଦେଇଥିଲେ।  ତାଙ୍କ ଝିଅ ଗର୍ଭବତୀ ଘଟଣାରେ ଦ୍ଵିତୀୟ ସ୍ତ୍ରୀଙ୍କ ସହ ଗାଁର ଦୁଇଜଣ ଯୁବକଙ୍କ ସମ୍ପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି । ତେବେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ , ନାବାଳିକା ସହ ବାପା ଭଦ୍ରକ ଏସପି ଙ୍କୁ ଭେଟି ଅଭିଯୋଗ କରିଛନ୍ତି । ତେବେ ନାବାଳିକାକୁ ଶିଶୁ ମଙ୍ଗଳ କମିଟି ରେ ହାଜର କରାଯାଇଛି ।

 

ଆଗକୁ ପଢ଼ନ୍ତୁ : ନିଆଁ ଲାଗି ବିଜେପି ସାଂସଦ ରୀତା ବହୁଗୁଣା ଜୋଶୀଙ୍କ ନାତୁଣୀର ମୃତ୍ୟୁ

Related story