Advertisment

ତେଲ ପକାଇବାକୁ ଆସି ୨୦ଲକ୍ଷ ଲୁଟିନେଲେ

କେନ୍ଦୁଝର(ପ୍ରଣୟ ପାଣି):  ତେଲ ପକାଇବା ବାହାନାରେ ଆସି  ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପେଟ୍ରୋଲ ପମ୍ପରୁ୨୦ ଲକ୍ଷ ଟଙ୍କା ଲୁଟିନେଲେ  ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି କେନ୍ଦୁଝର ସଦର ଥାନା ପଦ୍ମପୁର ପୁଟୁଳିଆରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପରେ। ଆଜି ଭୋରରୁ ୬ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ। ପରେ ପଇସା ଦେବା ବାହାନାରେ ଦୁଇ ଜଣ ଦୁର୍ବୃତ୍ତ କାଉଣ୍ଟର ଭିତରକୁ ଯାଇଥିଲେ। ଅନ୍ୟ ଦୁଇ ଜଣ ପେଟ୍ରୋଲ ପମ୍ପରେ […]

ଅଦ୍ୟତନ ହୋଇଛି
ତେଲ ପକାଇବାକୁ ଆସି ୨୦ଲକ୍ଷ  ଲୁଟିନେଲେ

loot

Advertisment

କେନ୍ଦୁଝର(ପ୍ରଣୟ ପାଣି):  ତେଲ ପକାଇବା ବାହାନାରେ ଆସି  ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପେଟ୍ରୋଲ ପମ୍ପରୁ୨୦ ଲକ୍ଷ ଟଙ୍କା ଲୁଟିନେଲେ  ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି କେନ୍ଦୁଝରସଦର ଥାନା ପଦ୍ମପୁର ପୁଟୁଳିଆରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପରେ।

Advertisment

ଆଜି ଭୋରରୁ ୬ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ। ପରେ ପଇସା ଦେବା ବାହାନାରେ ଦୁଇ ଜଣ ଦୁର୍ବୃତ୍ତ କାଉଣ୍ଟର ଭିତରକୁ ଯାଇଥିଲେ। ଅନ୍ୟ ଦୁଇ ଜଣ ପେଟ୍ରୋଲ ପମ୍ପରେ ଥିବା ସିକ୍ୟୁରିଟିଗାର୍ଡକୁ କାବୁ କରିଥିଲା ବେଳେ ଆଉ ଦୁଇ ଜଣ  ପେଟ୍ରୋଲ ପମ୍ପର  କର୍ମଚାରୀଙ୍କୁ କାବୁ କରିଥିଲେ। ପଇସା ଦେବାକୁ ଯାଇଥିବା ଦୁଇ ଜଣ ଦୁର୍ବୃତ୍ତ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨୦ ଲକ୍ଷ ଟଙ୍କା ନେଇଯାଇଥିଲେ। ସେମାନେ ବଡ଼ବିଲ୍‌ ରାସ୍ତା ଦେଇ ପଳାଇ ଯାଇଥିବା ପେଟ୍ରୋଲ ପମ୍ପରେ ଥିବା କର୍ମଚାରୀ କହିଛନ୍ତି। ପୁଲିସ ବଡ଼ବିଲ ରାସ୍ତାକୁ ନାକାବନ୍ଦୀ କରି  ଘଟଣାର ତଦନ୍ତ କରୁଛି।

ପେଟ୍ରୋଲ ପମ୍ପରେ ଥିବା ସିକ୍ୟୁରିଗାଡ କହିଛନ୍ତି, ସେମାନେ ମୋ ବନ୍ଧୁକ ନେଇ ଯାଇଥିଲେ। ମୋତେ ମାଡ଼ ମାରି ମୋ ପାଖରେ ଥିବା ପଇସାପତ୍ର ମଧ୍ୟ ନେଇ ଯାଇଥିଲେ।

Advertisment
Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe