Advertisment

ଏଟିଏମକୁ ଅଧାକଟାରେ ଛାଡ଼ି ପଳାଇଲେ ଲୁଟେରା

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ଆଗେ ଆସି ସିସିଟିଭିରେ କଲର ସ୍ପ୍ରେ କରିଦେଲେ। ଯେମିତି ଲୁଟ ବେଳର ଦୃଶ୍ୟ କେହି କିଛି ନ ଦେଖି ପାରିବେ। ପରେ ଏଟିଏମ୍ ମେସିନ ଭାଙ୍ଗିବାକୁ ଚେଷ୍ଟା କଲେ। ମେସିନ ନ ଭାଙ୍ଗିବାରୁ ଏହାକୁ ଗ୍ୟାସ୍ କଟରରେ କାଟିବାକୁ ଚେଷ୍ଟା କଲେ। ହେଲେ ଏହି ପ୍ରୟାସ ମଧ୍ୟ ସଫଳ ହେଲାନି। ତେଣୁ ଲୁଟେରାମାନେ ଏଟିଏମକୁ ଦରକଟା ଅବସ୍ଥାରେ ଛାଡ଼ି ଘଟଣା ସ୍ଥଳରୁ ପଳାଇଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ସହରର ଅଟଳ ବିହାରୀ କଲେଜ ଛକ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଏଟିଏମକୁ ଅଧାକଟାରେ ଛାଡ଼ି ପଳାଇଲେ ଲୁଟେରା

ATM

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ଆଗେ ଆସି ସିସିଟିଭିରେ କଲର ସ୍ପ୍ରେ କରିଦେଲେ। ଯେମିତି ଲୁଟ ବେଳର ଦୃଶ୍ୟ କେହି କିଛି ନ ଦେଖି ପାରିବେ। ପରେ ଏଟିଏମ୍ ମେସିନ ଭାଙ୍ଗିବାକୁ ଚେଷ୍ଟା କଲେ। ମେସିନ ନ ଭାଙ୍ଗିବାରୁ ଏହାକୁ ଗ୍ୟାସ୍ କଟରରେ କାଟିବାକୁ ଚେଷ୍ଟା କଲେ। ହେଲେ ଏହି ପ୍ରୟାସ ମଧ୍ୟ ସଫଳ ହେଲାନି। ତେଣୁ ଲୁଟେରାମାନେ ଏଟିଏମକୁ ଦରକଟା ଅବସ୍ଥାରେ ଛାଡ଼ି ଘଟଣା ସ୍ଥଳରୁ ପଳାଇଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ସହରର ଅଟଳ ବିହାରୀ କଲେଜ ଛକ ନିକଟରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମରୁ ଏଭଳି ଟଙ୍କା ଲୁଟ ଉଦ୍ୟମ କରାଯାଇଛି।

Advertisment

ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଲୁଟ ଉଦ୍ୟମ କରି ବିଫଳ ହୋଇଛି। ଆକ୍ସିସ ବ୍ୟାଙ୍କ ପରିସରର ହିଁ ଏହି ଏଟିଏମ ରହିଛି। ଖବର ପାଇ ପୁଲିସ ଓ ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଲୁଟ ବେଳେ କୌଣସି ବ୍ୟକ୍ତି ଚାଲି ଆସିବାରୁ ଲୁଟେରା ଛତ୍ର ଭଙ୍ଗ ଦେଇଥିବା ଅନୁମାନ କରାଯାଉଛି। ସୁରକ୍ଷା କର୍ମଚାରୀଙ୍କ ନଜର ଆଡ଼ରେ ରହୁଥିବା ଏଟିଏମଗୁଡ଼ିକୁ ଲୁଟିବାକୁ ଏବେ ଲୁଟେରା ଟାର୍ଗେଟ କରିଛନ୍ତି। ଯାହା ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୁଲିସ ନିମନ୍ତେ ଚ୍ୟାଲେଞ୍ଜ ସୃଷ୍ଟି କରିଛି।