ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଶାନ୍ତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ବିଚ୍ ରାସ୍ତାରେ ଗୁଳି ଫୁଟୁଛି ତ ଆଉ କେତେବେଳେ ବୋମାମାଡ଼ ହେଉଛି। କିଛି ଦିନ ହେବ ରାଜଧାନୀ ଛାତି ଉପରେ ଯେପରି ଅପରାଧୀ ମାନେ ତାଣ୍ଡବ ରଚି ଚାଲିଛନ୍ତି। ଏପରି ସମାନ ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି।
ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ପଳାସୁଣି ଜଗନ୍ନାଥ ବିହାରରେ ଥିବା ଆପାର୍ଟମେଣ୍ଟ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ଦୁର୍ବୃତ୍ତମାନେ ୩ଟି ବୋମାଡ଼ କରିଥିବା ଜଣାଯାଇଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ।
ଆପାର୍ଟମେଣ୍ଟ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ବୋମାମାଡ଼ କରି ଚମ୍ପଟ ମାରିଥିଲେ। ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି। ଜମିଜମା ବିବାଦକୁ କେନ୍ଦ୍ର କରି ବୋମାମାଡ଼ ହୋଥିବା ସନ୍ଦେହ କରାଯାଉଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ରାଜ୍ୟର ୧୨୯ କ୍ରୀଡ଼ାବିତଙ୍କୁ ଆର୍ଥିକ ପୁରସ୍କାର ଦେଲେ ସରକାର
ଆଜିର ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଯୋଗ ଦେଇ ଏହି ଅର୍ଥ ପୁରସ୍କାର ପ୍ରଦାନ କରିଥିବା ଜଣାପଡ଼ିଛି ।
Miscellaneous
ମନ୍ତ୍ରୀଙ୍କ ପାଇଁ ହାତଖୋଲା, କର୍ମଚାରୀଙ୍କୁ ମନା: ଆଉ ମିଳିବନି ପ୍ରଶିକ୍ଷଣ ଭତ୍ତା
ଆଜି ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାରଙ୍କ ସମସ୍ତ ପ୍ରଶିକ୍ଷଣ କେନ୍ଦ୍ରରେ କାର୍ଯ୍ୟରତ ଅଫିସର ଓ କର୍ମଚାରୀଙ୍କୁ ମିଳୁଥିବା ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ଅତିରିକ୍ତ ଭତ୍ତାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି ।
Miscellaneous
ସମ୍ବଲପୁରରେ ବାଣଫୁଟାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟଣା, ଗୁରୁତର ଆହତଙ୍କ ମୃତ୍ୟୁପରେ କ୍ଷେତରାଜପୁର ଅଞ୍ଚଳରେ ଉତ୍ତେଜନା
ଦୀପାବଳି ପରଦିନ ଅର୍ଥାତ୍ ୧ ତାରିଖ ରାତିରେ ସହରର ମୁଙ୍ଗାପଡ଼ା ଓ ଷ୍ଟେସନପଡ଼ା ମଧ୍ୟରେ ବାଣଫୁଟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା।
Miscellaneous
ଜଳଭଣ୍ଡାରରୁ ପାଣି ଲିକ୍, ରବି ଫସଲ ପାଇଁ ଚିନ୍ତାରେ ଚାଷୀ
ପଦ୍ମ ଘୁଞ୍ଚିବା ଭଳି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ବେଳୁ ଘୁଞ୍ଚି ଘୁଞ୍ଚି ଚାଲିଥିବା ତେଲେଙ୍ଗିରି ପ୍ରକଳ୍ପକୁ ୨୦୦୦ ମସିହାରୁ ନିର୍ମାଣ କାମ ଆରମ୍ଭ କରିଥିଲେ ବିଗତ ବିଜେଡି ସରକାର। ତେବେ ଠିକ୍ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାର ଲୋକାର୍ପଣ କରିଥିଲେ ନବୀନ ପଟ୍ଟନାୟକ।