ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ମାତିଛନ୍ତି ଏଟିମଏମ୍ ଲୁଟେରା। ଗୋଟିଏ ଏଟିଏମ୍ ମେସିନକୁ ଉଠାଇ ନେଇଥିବା ବେଳେ ଆଉ ଏକ ସ୍ଥାନରେ ଲୁଟ୍ ପାଇଁ ଉଦ୍ୟମ ପୁଲିସ୍ ପାଟ୍ରୋଲିଂ ଗାଡ଼ି ଆସିବାରୁ ପଣ୍ଡ ହୋଇଯାଇଛି।
ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଚାରିଛକରେ ଥିବା ଇଣ୍ଡିଆନ୍ ଓଭର ସିଜ୍ ବ୍ୟାଙ୍କ (ଆଇଓବି) ଏଟିଏମରୁ ଲୁଟ୍ କରିଛନ୍ତି। ଲୁଟେରାମାନେ ଏଟିଏମ୍ ମେସିନକୁ ଗ୍ୟାସ୍ କଟରରେ କାଟି ପିକଅପ୍ ଭ୍ୟାନରେ ଲଦି ଫେରାର ହୋଇଯାଇଛନ୍ତି। କ୍ୟାସ୍ ବକ୍ସରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଥିବା ବ୍ୟାଙ୍କ କର୍ତ୍ତୁପକ୍ଷ କହିଛନ୍ତି।
ସେହିପରି ବସ୍ତିପଡାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ) ଏଟିଏମ୍ ଲୁଟ୍ କରିବା ପାଇଁ ଦୁର୍ବୃତ୍ତ ଉଦ୍ୟମ କରିଥିଲେ। ହେଲେ ପୁଲିସ୍ ଗାଡ଼ି ଆସିବାରୁ ଲୁଟେରାମାନେ ଫେରାର ହୋଇଯାଇଥିଲେ।
କଳାହାଣ୍ଡି ଏସ୍ପି ବି. ଗଙ୍ଗାଧର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଏହାସହ ପୁଲିସର ସ୍ୱତନ୍ତ୍ର ଟିମ୍ ଏହାର ଯାଞ୍ଚ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।