/odisha-reporter/media/post_attachments/uploads/2021/02/Loot-from-Temple.jpg)
Loot from Temple
ବାଲିଗୁଡା ( ଅଜିତ ନାୟକ): ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା। ପୁଣି ଗୋଟିଏ ନୁହେଁ, ଦୁଇଟି ମନ୍ଦିରରେ ବୁଲିଛି କଳାକନା। ଘଟଘାଟି ଘଟିଛି କନ୍ଧମାଳଜିଲ୍ଲା ବାଲିଗୁଡାରେ।
Advertisment
ଗତକାଲି ବିଳମ୍ବିତ ରାତିରେ ସହରର ଦୁଇଟି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ସୁନା ଅଳଙ୍କାର ସହ ଟଙ୍କା ଚୋରି କରି ନେଇଯାଇଛନ୍ତି ଦୁର୍ବୃତ୍ତ।
ଜଗନ୍ନାଥ ମନ୍ଦିର ସହ ସହରର ଦକ୍ଷିଣ କାଳୀ ମନ୍ଦିରରୁ ମଧ୍ୟ ଚୋରି ହୋଇଛି। ଏଠାରୁ ମା’ଙ୍କ ସୁନା ଅଳଙ୍କାର ଚୋରି ହୋଇଛି। ମନ୍ଦିର କବାଟ ଭାଙ୍ଗି ଲୁଟ୍ ହୋଇଛି।
Advertisment
ମୁଖା ପିନ୍ଧି ଲୁଟେରାମାନେ ଏହି ଚୋରି କରିଛନ୍ତି। ସିସିଟିଭିରେ ଲୁଟର ପୁରା ଘଟଣା କଏଦ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
