Advertisment

ନିଶା ସ୍ପ୍ରେ କରି ଲୁଟିନେଲେ ୧୦ ଲକ୍ଷ ଟଙ୍କା ଓ ୫୦ ଭରି ସୁନା

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁରୁ ଗତ ରାତିରେ ଏକ ବଡ଼ ଧରଣର ଲୁଟ ହୋଇଛି।  ନାଲକୋ ପ୍ଲାଣ୍ଟର ଜଣେ ଠିକା କର୍ମଚାରୀ ବିକ୍ରମ କେଶରୀ ସାହୁଙ୍କ ଘରୁ ୧୦ ଲକ୍ଷ ଟଙ୍କା ଏବଂ ୫୦ ଭରି ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ବିକ୍ରମ ଡ୍ୟୁଟି ପଳାଇଥିବା ବେଳେ  ଘରେ ଥିବା ତାଙ୍କ ୨ ଭଉଣୀ ଉପରକୁ ନିଶା ସ୍ପ୍ରେ କରି ଦୁର୍ବୃତ୍ତମାନେ ଏପରି କାଣ୍ଡ ଘଟାଇଛନ୍ତି […]

author-image
Niharika Rout
ନିଶା ସ୍ପ୍ରେ କରି ଲୁଟିନେଲେ ୧୦ ଲକ୍ଷ ଟଙ୍କା ଓ ୫୦ ଭରି ସୁନା

loot

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁରୁ ଗତ ରାତିରେ ଏକ ବଡ଼ ଧରଣର ଲୁଟ ହୋଇଛି।  ନାଲକୋ ପ୍ଲାଣ୍ଟର ଜଣେ ଠିକା କର୍ମଚାରୀ ବିକ୍ରମ କେଶରୀ ସାହୁଙ୍କ ଘରୁ ୧୦ ଲକ୍ଷ ଟଙ୍କା ଏବଂ ୫୦ ଭରି ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ବିକ୍ରମ ଡ୍ୟୁଟି ପଳାଇଥିବା ବେଳେ  ଘରେ ଥିବା ତାଙ୍କ ୨ ଭଉଣୀ ଉପରକୁ ନିଶା ସ୍ପ୍ରେ କରି ଦୁର୍ବୃତ୍ତମାନେ ଏପରି କାଣ୍ଡ ଘଟାଇଛନ୍ତି । ପୁଲିସ୍‌ ପହଞ୍ଚି ଘଟଣାର ଛାନଭିନ୍‌ କରୁଥିବା ବେଳେ ଦୁର୍ବୃତ୍ତଙ୍କ ଟେର ପାଇପାରିନି।

Advertisment

ସୂଚନା ଅନୁଯାୟୀ,  ବିକ୍ରମ ନାଲକୋ ପ୍ଲାଣ୍ଟରେ ଠିକା କର୍ମଚାରୀ ରୂପେ କାର୍ଯ୍ୟ କରିଥାନ୍ତି । ଗତକାଲି ତାଙ୍କର ନାଇଟ ଡ୍ୟୁଟି ଥିବାବେଳେ ସେ ପ୍ଲାଣ୍ଟ ଯାଇଥିଲେ । ଘରେ ତାଙ୍କର ଦୁଇ ଭଉଣୀ ପଦ୍ମାବତୀ ଓ ଇନ୍ଦୁମତି ଥିଲେ ।  ସେମାନେ ରାତିରେ ଶୋଇଥିବା ବେଳେ ରାତି ପ୍ରାୟ ୧ଟା ସମୟରେ ୪ଜଣ ଦୁର୍ବୁତ୍ତ ଘରେ ପଶିଥିଲେ । ସେମାନଙ୍କ ଶବ୍ଦ ଶୁଣି ୨ ଭଉଣୀ ଉଠି ପଡ଼ିବାରୁ ୪ ଦୁର୍ବୁତ୍ତ ସେମାନଙ୍କ ଉପରକୁ ନିଶା ସ୍ପ୍ରେ କରି ଦେଇଥିଲେ। ଫଳରେ ଉଭୟ ଅଚେତ ହୋଇଯାଇଥିଲେ । ଏହାପରେ ଦୁର୍ବୃତ୍ତମାନେ ୧୦ ଲକ୍ଷ ଟଙ୍କା ଏବଂ ୫୦ ଭରି ସୁନା ଅଳଙ୍କାର ଲୁଟି ନେଇଥିଲେ।

ରାତି ପ୍ରାୟ ୩ଟା ସମୟରେ ଚେତା ଫେରିବା ପରେ ଘରୁ ଲୁଟ ହୋଇଥିବା ଜାଣିବାକୁ ପାଇ ୨ ଭଉଣୀ  ଭାଇଙ୍କୁ  ଫୋନ୍‌ କରିଥିଲେ।   ଏହା ପରେ ବିକ୍ରମ ପ୍ଲାଣ୍ଟରୁ ଘରକୁ ଫେରିବା ସହ ନାଲକୋ   ପୁଲିସ୍‌କୁ ଅବଗତ କରାଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ହେଲେ ଲୁଟେରାଙ୍କ ଟେର ପାଇପାରିନି।

Advertisment
Loot