Advertisment

ବାରଙ୍ଗରେ ଭୋଟ୍ ବାକ୍ସ ଲୁଟ୍‌, ଯାଜପୁରରେ ପୋଖରୀରେ ଫିଙ୍ଗିଲେ

କଟକ/ଯାଜପୁର (ଓଡ଼ିଶା ରିପୋର୍ଟର): ଚଳିତ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। କେଉଁଠି ଦୁର୍ବୃତ୍ତମାନେ ବାଲାଟ ପେପର ଛଡ଼ାଇ ନେଇଛନ୍ତି ତ ଆଉ କେଉଁଠି ଜୋରଜବରଦସ୍ତ ବାଲାଟ ପେପରରେ ମୋହର ମାରି ଭୋଟ୍ ବାକ୍ସରେ ପକାଇଛନ୍ତି। ସେହିପରି କିଛି ସ୍ଥାନରେ ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ମଧ୍ୟ ଲୁଟି ନେଇଛନ୍ତି। କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ କୁରାଙ୍ଗପ୍ରଧାନ ପଞ୍ଚାୟତ କୁରୁଣ୍ଡିର ୧୧ନଂ ବୁଥ୍‌ରୁ ଭୋଟ୍ ବାକ୍ସ ଲୁଟି ନେଇଛନ୍ତି […]

ଅଦ୍ୟତନ ହୋଇଛି
ବାରଙ୍ଗରେ ଭୋଟ୍ ବାକ୍ସ ଲୁଟ୍‌, ଯାଜପୁରରେ ପୋଖରୀରେ ଫିଙ୍ଗିଲେ

pond

Advertisment

କଟକ/ଯାଜପୁର (ଓଡ଼ିଶା ରିପୋର୍ଟର): ଚଳିତ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। କେଉଁଠି ଦୁର୍ବୃତ୍ତମାନେ ବାଲାଟ ପେପର ଛଡ଼ାଇ ନେଇଛନ୍ତି ତ ଆଉ କେଉଁଠି ଜୋରଜବରଦସ୍ତ ବାଲାଟ ପେପରରେ ମୋହର ମାରି ଭୋଟ୍ ବାକ୍ସରେ ପକାଇଛନ୍ତି। ସେହିପରି କିଛି ସ୍ଥାନରେ ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ମଧ୍ୟ ଲୁଟି ନେଇଛନ୍ତି।

Advertisment

କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ କୁରାଙ୍ଗପ୍ରଧାନ ପଞ୍ଚାୟତ କୁରୁଣ୍ଡିର ୧୧ନଂ ବୁଥ୍‌ରୁ ଭୋଟ୍ ବାକ୍ସ ଲୁଟି ନେଇଛନ୍ତି କିଛି ଦୁର୍ବୃତ୍ତ। ସେଠାରେ ଉପସ୍ଥିତ ଜଣେ ସରପଞ୍ଚ ପ୍ରାର୍ଥୀ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ସେମାନେ ମାରଣାସ୍ତ୍ରରେ ଧମକାଇ ସେଠାରୁ ପଳାଇଥିଲେ। ସଂପୃକ୍ତ ସରପଞ୍ଚ ପ୍ରାର୍ଥୀ ଏହି ଘଟଣା ନେଇ ଥାନାରେ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ଭୋଟ୍ ବାକ୍ସ ଲୁଟ୍ ପରେ ଉକ୍ତ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଧାରଣା ମଧ୍ୟ ଦେଇଛନ୍ତି।

ସେହିପରି ଯାଜପୁରରେ ମଧ୍ୟ ଏଭଳି ଏକ ଘଟଣା ଘଟିଛି। ଦଶରଥପୁର ବ୍ଳକ୍‌ ୯ ନମ୍ବର ବୁଥ୍‌ର ଭୋଟ୍ ବାକ୍ସକୁ କିଛି ଦୁର୍ବୃତ୍ତ ଛଡ଼ାଇ ନେଇ ପୋଖରୀରେ ଫିଙ୍ଗି ଦେଇଛନ୍ତି। ମତଦାନ ଶେଷ ହେବା ପରେ ପୋଲିଂ ଅଫିସରମାନେ ଭୋଟ୍‌ ବାକ୍ସକୁ ସିଲ୍‌ କରୁଥିବା ବେଳେ ୨ରୁ ୪ ଜଣ ଦୁର୍ବୃତ୍ତ ଆସି ସେମାନଙ୍କ ଠାରୁ ବାକ୍ସଟିକୁ ନେଇ ଯାଇଥିଲେ। ଦୁର୍ବୃତ୍ତମାନେ ଭୋଟ୍ ବାକ୍ସଟିକୁ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲେ।

Advertisment

ଏହି ବୁଥ୍‌ଟି ବ୍ଲକ୍ ଓ ତହସିଲ ଅଫିସ ନିକଟରେ ହୋଇଥିଲା ଏବଂ ସେଠାରେ ସୁରକ୍ଷା କର୍ମଚାରୀ ମଧ୍ୟ ନିୟୋଜିତ ହୋଇଥିଲେ। କିନ୍ତୁ ଏହା ସତ୍ତ୍ୱେ ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ଛଡ଼ାଇ ପୋଖରୀରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଯେଉଁ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଛନ୍ତି ସେମାନଙ୍କୁ ପୁଲିସ୍ ଖୋଜୁଛି।

ସୂଚନାଯୋଗ୍ୟ, ଜଗତସିଂହପୁର ସଦର ବ୍ଲକର ପଟସରାରେ ମଧ୍ୟ ଆଜି କିଛି ଦୁର୍ବୃତ୍ତ ଭୋଟ୍ ବାକ୍ସ ନେଇ ପଳାଇଛନ୍ତି।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe