Advertisment

ଢେଙ୍କାନାଳ ପୁଲିସ୍‌କୁ କଟକରେ ମାଡ଼, ସବ୍‌ଇନ୍ସପେକ୍ଟରଙ୍କ ବନ୍ଧୁକ ଛଡ଼ାଇ ନେଲେ!

ଆଠଗଡ଼ (ନୀଳକଣ୍ଠ ଦୋରା): ଢେଙ୍କାନାଳ ସଦର ଥାନା ପୁଲିସ୍‌କୁ କଟକରେ ମାଡ଼। ସବ୍‌ ଇନ୍ସପେକ୍ଟଙ୍କୁ ମାଡ଼ ମାରି ବନ୍ଧୁକ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଚମ୍ପଟ ମାରିଥିବା ପ୍ରେମୀ ଯୁଗଳଙ୍କୁ ଧରିବାକୁ ଯାଇ ଆଜି ସନ୍ଧ୍ୟାରେ ଏପରି ହଲାପଟା ହୋଇଛି ଢେଙ୍କାନାଳ ସଦର ଥାନା ପୁଲିସ୍‌। ଢେଙ୍କାନାଳ ସଦର ଥାନା ଇନ୍ସପେକ୍ଟର ଚନ୍ଦ୍ରକାନ୍ତ ସେଠୀ ଓ ତାଙ୍କ ଷ୍ଟାଫ୍‌ ଆଜି ଏକ ପ୍ରାଇଭେଟ୍‌ କାର୍‌ରେ ସାଦା ପୋଷାକରେ ତିଗିରିଆ ପଙ୍କାଳ ଗାଁକୁ ଯାଇଥିଲେ। ମାତ୍ର ସେଠାରେ ଅଭିଯୁକ୍ତକୁ […]

ଅଦ୍ୟତନ ହୋଇଛି
ଢେଙ୍କାନାଳ ପୁଲିସ୍‌କୁ କଟକରେ ମାଡ଼, ସବ୍‌ଇନ୍ସପେକ୍ଟରଙ୍କ ବନ୍ଧୁକ ଛଡ଼ାଇ ନେଲେ!

Cuttack

Advertisment

ଆଠଗଡ଼ (ନୀଳକଣ୍ଠ ଦୋରା): ଢେଙ୍କାନାଳ ସଦର ଥାନା ପୁଲିସ୍‌କୁ କଟକରେ ମାଡ଼। ସବ୍‌ ଇନ୍ସପେକ୍ଟଙ୍କୁ ମାଡ଼ ମାରି ବନ୍ଧୁକ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଚମ୍ପଟ ମାରିଥିବା ପ୍ରେମୀ ଯୁଗଳଙ୍କୁ ଧରିବାକୁ ଯାଇ ଆଜି ସନ୍ଧ୍ୟାରେ ଏପରି ହଲାପଟା ହୋଇଛି ଢେଙ୍କାନାଳ ସଦର ଥାନା ପୁଲିସ୍‌।

Advertisment

ଢେଙ୍କାନାଳ ସଦର ଥାନା ଇନ୍ସପେକ୍ଟର ଚନ୍ଦ୍ରକାନ୍ତ ସେଠୀ ଓ ତାଙ୍କ ଷ୍ଟାଫ୍‌ ଆଜି ଏକ ପ୍ରାଇଭେଟ୍‌ କାର୍‌ରେ ସାଦା ପୋଷାକରେ ତିଗିରିଆ ପଙ୍କାଳ ଗାଁକୁ ଯାଇଥିଲେ। ମାତ୍ର ସେଠାରେ ଅଭିଯୁକ୍ତକୁ ପାଇନଥିଲେ। ପରେ ସେମାନେ କାର୍‌ରେ ଫେରୁଥିବା ବେଳେ ନୂଆପାଟଣା ବଜାରରେ ଅଭିଯୁକ୍ତଙ୍କ ଜଣେ ଦୂର ସମ୍ପର୍କୀୟ ବୁଲୁଥିବା ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସ୍ଥାନୀୟ ଲୋକେ ସଦା ପୋଷାକରେ ଥିବା ପୁଲିସ୍‌କୁ ଚିହ୍ନି ନପାରି ବିରୋଧ କରିଥିଲେ।

କିଛି ସମୟ ପାଇଁ ଉଭୟଙ୍କ ଭିତରେ ଠେଲାପେଲା ହୋଇଥିଲା। ଏପରିକି ସବ୍‌ଇନ୍ସପେକ୍ଟର ଶ୍ରୀ ସେଠୀଙ୍କୁ ବହେ ମାଡ଼ ମାରିଥିଲେ। ମାଡ଼ରେ ତାଙ୍କ ମୁଣ୍ଡ ଫାଟିଥିଲା। ଏପରିକି ଦୁର୍ବୃତ୍ତମାନେ ତାଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇଥିବା ଆଲୋଚନା ହେଉଛି। ଶ୍ରୀ ସେଠୀଙ୍କ ସହିତ ଯାଇଥିବା ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ତିଗିରିଆ ଥାନା ପୁଲିସ୍‌ ସେଠାରେ ପହଞ୍ଚିଥିଲା। ସେମାନଙ୍କୁ ଉଦ୍ଧାର କରି ତିଗିରିଆ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ପରିସ୍ଥିତି ଶାନ୍ତ ପଡ଼ିଛି। ଆଠଗଡ଼ ଏସ୍‌ଡିପିଓ ଘଟଣାର ତଦନ୍ତ ଚଳାଇଛନ୍ତି।

Advertisment

ସୂଚନାରୁ ପ୍ରକାଶ, ଢେଙ୍କାନାଳ ସଦର ଥାନା ଅଞ୍ଚଳର ଏକ ପ୍ରେମୀ ଯୁଗଳ ଆଠଗଡ଼ ପଙ୍କାଳରେ ଆତ୍ମଗୋପନ କରିଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ଏହା ପରେ ଢେଙ୍କାନାଳ ସଦର ଥାନା ପୁଲିସ୍‌ ୨ରୁ ୩ ଥର ସେହି ଗାଁରେ ଚଢ଼ଉ କରିଥିଲା। ମାତ୍ର ଖାଲି ହାତରେ ଫେରିଥିଲା। ପ୍ରେମୀ ଯୁଗଳଙ୍କ ପତ୍ତା ପାଇନଥିଲା। ଆଜି ମଧ୍ୟ ସମାନ ଢଙ୍ଗରେ ତିଗିରିଆ ଥାନା ପୁଲିସ୍‌କୁ କୌଣସି ସୂଚନା ନଦେଇ ସଦା ପୋଷାକରେ ଅଚାନକ ପଙ୍କାଳ ଗାଁରେ ଚଢ଼ଉ କରିଥିଲେ ଢେଙ୍କାନାଳ ସଦର ଥାନା ପୁଲିସ୍‌। ସେଠାରୁ ନିରାଶ ହୋଇ ଫେରୁଥିବା ବେଳେ ଅଭିଯୁକ୍ତଙ୍କ ଦୂର ସମ୍ପର୍କୀୟଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ବହେ ଖାଇଥିଲେ ଢେଙ୍କାନାଳ ସଦର ଥାନା ପୁଲିସ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe