Koraput
ଜୟପୁର(ଟି.ଗୌରୀଶଙ୍କର): ମିସ୍ କୋରାପୁଟ ଟେଲେଣ୍ଟ ହଣ୍ଟ୍ ହୋଇଛି। କୋରାପୁଟ୍ ଜିଲ୍ଲାର ୧୮ରୁ ୨୫ ବର୍ଷର ଯୁବତୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଜୟପୁର ସହରରେ ମିସ୍ କୋରାପୁଟର ଅଡିସନ୍ ହୋଇଯାଇଛି। ଏଥିରେ ୫୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ।
ପ୍ରଥମ ଅଡିସନ୍ ଗତ ୩୦ ତାରିଖରେ ଜିଲ୍ଲାର ସେମିଳିଗୁଡାରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ଅଡିସନ ରବିବାର ଜୟପୁରଠାରେ ହୋଇଯାଇଛି। ଏହି ଅଡିସନରେ ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗୀମାନେ ଡିସେମ୍ବର ୧୦ ତାରିଖରେ ଫାଇନାଲରେ ନିଜ କଳା ପରିବେଷଣ କରିବେ। ଆଜିର ଆୟୋଜିତ ଏହି ଅଡିସନରେ ୨୦୧୯ରୁ ଚାରମିଂ ଫେସ୍ ବିଜେତା ଇପସିତା ଦାସ ଓ ତାଙ୍କ ସହଯୋଗୀ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ। ଏଥିରେ ରାମ୍ପ ସୋ ସହ ପ୍ରଶ୍ନ ଉତ୍ତର ହୋଇଥିଲା।
ଆସନ୍ତାକାଲି ଯୋଗ୍ୟ ବିବେଚିତା ପ୍ରତିଯୋଗୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ଆସନ୍ତା ୧୦ ତାରିଖରେ ଫାଇନାଲ କରାଯିବ।। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/Kora.jpg)