kkkk
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ନା ପରିଚୟ ଥିଲା ନା ଠିକଣା। ଯବାନ ବୟସରେ ବି ସେ ନିଜକୁ ଚିହ୍ନିପାରୁ ନଥିଲେ। ଯାଯାବର ହୋଇ ବୁଲୁଥିଲେ। କିଏ ଦିମୁଠା ଦେଲେ ଖାଇ ଦେଉଥିଲେ ତ’ ପୁଣି କିଏ କିଏ କେତେବେଳେ ପାଗଳ କହି ମାଡ଼ ମାରୁଥିଲେ। ଏମିତି ବିତୁଥିଲା ଜୀବନ। ହେଲେ ଅଚିହ୍ନା ଓ ଅଜଣା ହୋଇ ବୁଲୁଥିବା ଏହି ଅସହାୟ ମଣିଷଟି ପାଇଁ ଜଣେ ଦେବଦୂତ ସାଜିଥିଲେ। ଯେଉଁ ଦେବଦୂତଙ୍କ ପାଇଁ ଯାଯାବର ଜଣକ ତାଙ୍କ ଘର ପରିବାରକୁ ପାଇପାରିଥିଲେ ଓ ଭାଇ ଭାଇକୁ ପାଇ ପାରିଥିଲେ। ସୁନ୍ଦରଗଡ଼ରୁ ହିଁ ଉଦ୍ଧାର ହେଲେ ସମ୍ପୃକ୍ତ ନିଖୋଜ ଯୁବକ। ଆଉ ଭାଇକୁ ପାଇବା ପରେ ୨ ଭାଇଙ୍କର ଖୁସିର ସୀମା ନାହିଁ। ଯୁବକଙ୍କ ନାମ ଉମ୍ମେର କୋୟା, ତାଙ୍କ ଘର କେରଳର କାଲିକଟ ଜିଲ୍ଲାର ପାନୀୟଙ୍କରା ଗ୍ରାମରେ ବୋଲି ଜଣାପଡ଼ିଛି। ୨୦୧୨ରୁ କେରଳରୁ ସେ କେଉଁଆଡ଼େ ଚାଲିଯାଇଥିଲେ। ବହୁ ଖୋଜାଖୋଜି ପରେ ଶେଷରେ ସୁନ୍ଦରଗଡ଼ରୁ ମିଳିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଦୀର୍ଘ ଆଠ ବର୍ଷ ହେଲା ଯୁବକ ଜଣକ ବୁଲୁଥିଲେ। ବେଶଭୂଷାରୁ ତାଙ୍କର ମାନସିକ ବିକୃତି ଥିବାପରି ମନେ ହେଉଥିଲା। କିଏ କେତେବେଳେ ଖାଇବାକୁ ଦେଉଥିଲା ତ’ କିଏ ମାଡ଼ ମାରୁଥିଲେ। ଏମିତି ସେ ଜିଲ୍ଲା କାର୍ଯ୍ୟାଳୟ ନିକଟରେ ଯାଯାବର ଘୁରି ବୁଲୁଥିଲେ।
ଯୁବକଙ୍କର ଭାଷାରୁ ମାଲାୟାଲାମ ବୋଲି ଜାଣିବା ପରେ ଶିଜୁ ଥୋମାସ ନାମକ ଜଣେ ବ୍ୟକ୍ତି ଉମ୍ମେରଙ୍କୁ ତାଙ୍କ ଘର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଶିଜୁ କେରଳର ଅଞ୍ଚଳର ହୋଇଥିବାରୁ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ। ପ୍ରଥମେ ସେ କେରଳର ଏସିଆ ନେଟ ଟିଭି ଚ୍ୟାନେଲ ସହ ଯୋଗାଯୋଗ କରି ଏକ ଖବର ପ୍ରସାରଣ କରିଥିଲେ। ପରେ ସୋଶାଲ ମିଡିଆ ଓ କେରଳ ଖବର କାଗଜରେ ବିଜ୍ଞାପନ ଦେଇ ଯୁବକଙ୍କୁ ତାଙ୍କ ଘର ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/kkkk.jpg)