Advertisment

Girl Child: ନାତୁଣୀ ପାଇଁ ଲଢ଼ିଲେ ଜେଜେମା’; ଧାର ଟଙ୍କା ଶୁଝିବାକୁ ମାସକର ଝିଅକୁ ବିକି ଦେଇଥିଲେ ବାପାମା’

ସାବିତ୍ରୀ ଏତଲାରେ ଉଲ୍ଲେଖ କରିଥିଲେ ଯେ ତାଙ୍କ ଘରେ ତାଙ୍କ ବୋହୂର ମା’ ରହୁଛନ୍ତି। ତାଙ୍କର ସନ୍ଦେହ ହେଉଛି ଯେ ତାଙ୍କ ପୁଅବୋହୂ ଓ ବୋହୂର ମା’ ମିଶି ଯୋଜନାବଦ୍ଧ ଭାବେ ଶିଶୁ କନ୍ୟାଟିକୁ ବିକ୍ରି କରି ଦେଇଛନ୍ତି ଅବା ମାରି ଫିଙ୍ଗି ଦେଇଛନ୍ତି।

Foot
Advertisment

ସତ ହୋଇଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟାଁବନାପୁର ଗାଁର ସାବିତ୍ରୀ ଦାସଙ୍କ ଆଶଙ୍କା। ତାଙ୍କର ମାସକର ନାତୁଣୀକୁ ବିକ୍ରି କରି ଦେଇଥିଲେ ପୁଅବୋହୂ। ସେ ଥାନାରେ ଅଭିଯୋଗ କରିବା ପରେ ଚାଇଲ୍ଡ ଲାଇନର ସହାୟତାରେ ଛୁଆଟିକୁ କଟକରୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ସାବିତ୍ରୀଙ୍କ ବୋହୂ ରଞ୍ଜିତା ନାୟକ କହିଛନ୍ତି ଯେ ତାଙ୍କ ସ୍ୱାମୀ ସିପୁ ଦାସ (ସାବିତ୍ରୀଙ୍କ ପୁଅ) କିଛି କାମଧନ୍ଦା କରନ୍ତି ନାହିଁ। ଅନେକ ଲୋକଙ୍କଠାରୁ ସେ ଧାରଉଧାର କରିଥିଲେ। ସେହି ବାକି ଟଙ୍କା ସୁଝିବା ପାଇଁ ସେମାନେ ଝିଅକୁ ବିକ୍ରି କରିଥିଲେ। ତାଙ୍କର ଜଣେ ଖୁଡ଼ୀଙ୍କର ଛୁଆପିଲା ନାହାନ୍ତି। ତାଙ୍କୁ ସେମାନେ ଶିଶୁ କନ୍ୟାଟିକୁ ଦେଇଥିଲେ। ସେଥିପାଇଁ ସେମାନେ ୩୫ ହଜାର ଟଙ୍କା ମାଗିଥିଲେ। ତେବେ ସେମାନଙ୍କୁ କାକାଖୁଡ଼ୀ ଟଙ୍କା ଦେଇନାହାନ୍ତି। 

CWC ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ କହିଛନ୍ତି, ଗତକାଲି ଭଣ୍ଡାରିପୋଖରୀ ଥାନାରୁ ଖବର ଭଦ୍ରକ ଚାଇଲ୍‌ଡଲାଇନ୍ କଟକ ରାଜାବଗିଚା ଯାଇ ପିଲାଟିକୁ ଉଦ୍ଧାର କରିଥିଲା। ଛୁଆଟି ଅସୁସ୍ଥ ଥିବାରୁ ତାକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଛୁଟିଥିବାରୁ ସିଡବ୍ଲ୍ୟୁସିର ବୈଠକ ବସିପାରିନି। ଆସନ୍ତାକାଲି ବସିବାକୁ ଥିବା ବୈଠକରେ ଶିଶୁଟିକୁ ନେଇ କୌଣସି ନିଷ୍ପତ୍ତି ନିଆଯିବ।

Advertisment

ସାବିତ୍ରୀ ଦାସ ଗତକାଲି ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ ଯେ ସୋମବାର (୧୨.୧.୨୬) ସକାଳ ସାଢ଼େ ୯ଟାରେ ତାଙ୍କ ପୁଅବୋହୂ ସେମାନଙ୍କର ଏକ ମାସର ଶିଶୁ କନ୍ୟାକୁ ଡାକ୍ତରଖାନା ନେଉଛନ୍ତି କହି ଘରୁ ବାହାରି ଯାଇଥିଲେ। ରାତି ୮ଟା ବେଳକୁ ତାଙ୍କ ପୁଅବୋହୂ ଘରକୁ ଫେରିଥିଲେ। କିନ୍ତୁ ସେମାନଙ୍କ ସହିତ ସେମାନଙ୍କର ଏକ ମାସର ଶିଶୁ କନ୍ୟା ନଥିଲା। ନାତୁଣୀ କୁଆଡ଼େ ଗଲା ବୋଲି ସେ ପଚାରିଥିଲେ।  ଏହା ଶୁଣି ପୁଅବୋହୂ ତାଙ୍କୁ ଗାଳିଗୁଲଜ କରିବା ସହିତ କହିଥିଲେ- ‘ଆମ ଛୁଆକୁ ଆମେ କ’ଣ କଲୁ, ତୋର କ’ଣ ଗଲା’। ଏହା ସତ୍ତ୍ୱେ ସେ ପୁଣି ନାତୁଣୀ କଥା ପଚାରିବାରୁ ଦୁହେଁ ତାଙ୍କୁ ପିଟିବାକୁ ବାଡ଼ି ଓ ଠେଙ୍ଗା ବାହାର କରିଥିଲେ। 

ସାବିତ୍ରୀ ଏତଲାରେ ଆହୁରି ଉଲ୍ଲେଖ କରିଥିଲେ ଯେ ତାଙ୍କ ଘରେ ତାଙ୍କ ବୋହୂର ମା’ ରହୁଛନ୍ତି। ତାଙ୍କର ସନ୍ଦେହ ହେଉଛି ଯେ ତାଙ୍କ ପୁଅବୋହୂ ଓ ବୋହୂର ମା’ ମିଶି ଯୋଜନାବଦ୍ଧ ଭାବେ ଶିଶୁ କନ୍ୟାଟିକୁ ବିକ୍ରି କରି ଦେଇଛନ୍ତି ଅବା ମାରି ଫିଙ୍ଗି ଦେଇଛନ୍ତି। 

ଅଭିଯୋଗ ପାଇବା ପରେ ଭଣ୍ଡାରିପୋଖରୀ ପୁଲିସର ଏକ ଟିମ ସାବିତ୍ରୀଙ୍କ ପୁଅବୋହୂ ଓ ସମୁଦୁଣୀଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe