Advertisment

ନିଖୋଜର ୨୫ ଘଣ୍ଟା ପରେ ବିଲରୁ ମିଳିଲା ଯୁବକଙ୍କ କଟା ହାତ

ସୁନ୍ଦରଗଡ଼(ବିଜୟ ବରୁଆ): ନିଖୋଜ ହେବାର ପ୍ରାୟ ୨୫ ଘଣ୍ଟା ପରେ ବିଲରୁ ମଳିଲା ଗାଁ ସାଥୀଙ୍କ କଟା ହାତ। ହେଲେ ଏ ପର୍ଯ୍ୟନ୍ତ ମୃତଦେହ ଠାବ ହୋଇ ପାରିନି। କଟାହାତକୁ ଜବତ କରି ସୁନ୍ଦରଗଡ଼ ସଦର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଭବାନୀପୁର ଗାଁର ରମେଶ ସିଂହ କରେଇ ପଞ୍ଚାୟତର ଗାଁ ସାଥୀ ଭାବେ କାର୍ଯ୍ୟ କରନ୍ତି। ସେ ଗତକାଲି ଅପରାହ୍ନ ୩ଟା ବେଳେ ପଞ୍ଚାୟତ ଅଫିସରୁ ଫେରିଥିଲେ। ତେବେ ରାସ୍ତାରେ ତାଙ୍କର ଜଣେ […]

ଅଦ୍ୟତନ ହୋଇଛି
ନିଖୋଜର ୨୫ ଘଣ୍ଟା ପରେ ବିଲରୁ ମିଳିଲା ଯୁବକଙ୍କ କଟା ହାତ

sundaragarh

Advertisment

ସୁନ୍ଦରଗଡ଼(ବିଜୟ ବରୁଆ): ନିଖୋଜ ହେବାର ପ୍ରାୟ ୨୫ ଘଣ୍ଟା ପରେ ବିଲରୁ ମଳିଲା ଗାଁ ସାଥୀଙ୍କ କଟା ହାତ। ହେଲେ ଏ ପର୍ଯ୍ୟନ୍ତ ମୃତଦେହ ଠାବ ହୋଇ ପାରିନି। କଟାହାତକୁ ଜବତ କରି ସୁନ୍ଦରଗଡ଼ ସଦର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଭବାନୀପୁର ଗାଁର ରମେଶ ସିଂହ କରେଇ ପଞ୍ଚାୟତର ଗାଁ ସାଥୀ ଭାବେ କାର୍ଯ୍ୟ କରନ୍ତି। ସେ ଗତକାଲି ଅପରାହ୍ନ ୩ଟା ବେଳେ ପଞ୍ଚାୟତ ଅଫିସରୁ ଫେରିଥିଲେ। ତେବେ ରାସ୍ତାରେ ତାଙ୍କର ଜଣେ ବନ୍ଧୁଙ୍କ ସହିତ ଦେଖା ହୋଇଥିଲେ। ପରେ ରମେଶ ଓ ତାଙ୍କ ସାଥୀ ବାଇକ୍‌ରେ କୁଆଡେ ବୁଲିବାକୁ ଯାଇଥିଲେ।

ଗତକାଲି ସନ୍ଧ୍ୟା ବେଳେ ରମେଶ ତାଙ୍କ ବଡ଼ ଭାଇ ବିଷ୍ଣୁଙ୍କୁ ଫୋନ୍‌ କରି ବିଳମ୍ୱରେ ରାତିରେ ଆସିବେ ବୋଲି କହିଥିଲେ। ହେଲେ ରାତିରେ ଆସିନଥିଲେ। ସକାଳେ ପରିବାର ଲୋକେ ତାଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ଶେଷରେ ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଅପରାହ୍ନରେ ବିଜୁ ପଟ୍ଟନାୟକ ଏକ୍ସପ୍ରେସ୍‌ ୱେ’ଠାରୁ ୨୦୦ ମିଟର ଦୂର ବିଲ ଭିତରୁ ଗୋଟିଏ କଟା ହାତ ମିଳିଥିଲା। କଟାହାତଟି ରମେଶର ବୋଲି ପରିବାର ଲୋକେ ଚିହ୍ନି ଥିଲେ। ଯଦି ଏହି ହାତଟି ରମେଶର, ତାହାହେଲେ ତାଙ୍କ ଶରୀର କୁଆଡ଼େ ଗଲା ବୋଲି ପରିବାର ଲୋକ ପ୍ରଶ୍ନ କରିଛନ୍ତି। ପୁଲିସ କଟା ହାତ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe