Advertisment

ଓଡ଼ିଶାରେ ମହିଳାଙ୍କ ପାଇଁ ହେବ ସ୍ୱତନ୍ତ୍ର ମିଶନ ଶକ୍ତି ବିଭାଗ

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ବିଭାଗ। ଦେଶର ପ୍ରଥମ ରାଜ୍ୟ ଭାବେ SHGଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଗଠନ ହେବ। ଏହି ବିଭାଗ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବ। ବିଶ୍ୱ ମହିଳା ଦିବସ ଅବସରରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୭୦ ଲକ୍ଷ ମହିଳା ମିଶନ ଶକ୍ତି ଓ ମମତା ଯୋଜନାରେ ଉପକୃତ ହେଉଛନ୍ତି। ଏହି ବିଭାଗ ଦ୍ୱାରା ମହିଳାଙ୍କୁ ଅଧିକ ସଶକ୍ତ କରାଯିବ। ଚଳିତ ବର୍ଷ […]

ଓଡ଼ିଶାରେ ମହିଳାଙ୍କ ପାଇଁ ହେବ ସ୍ୱତନ୍ତ୍ର ମିଶନ ଶକ୍ତି ବିଭାଗ

cm

Advertisment

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ବିଭାଗ। ଦେଶର ପ୍ରଥମ ରାଜ୍ୟ ଭାବେ SHGଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଗଠନ ହେବ।

Advertisment

ଏହି ବିଭାଗ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବ। ବିଶ୍ୱ ମହିଳା ଦିବସ ଅବସରରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୭୦ ଲକ୍ଷ ମହିଳା ମିଶନ ଶକ୍ତି ଓ ମମତା ଯୋଜନାରେ ଉପକୃତ ହେଉଛନ୍ତି।

ଏହି ବିଭାଗ ଦ୍ୱାରା ମହିଳାଙ୍କୁ ଅଧିକ ସଶକ୍ତ କରାଯିବ। ଚଳିତ ବର୍ଷ ରାଜ୍ୟରେ ସ୍ୱତନ୍ତ୍ର ଭାବେ ନ୍ୟୁଟ୍ରିସନ୍ ବଜେଟ୍ ଅଣାଯାଇଛି। ଯେଉଁଥିରେ ମାଆ ଓ ପିଲାଙ୍କ ବିକାଶ ପ୍ରତି ଅଧିକ ଫୋକସ୍‌ରେ ରଖାଯିବ।

Advertisment

ଓଡ଼ିଶା ମହିଳା ସଶକ୍ତୀକରଣ କ୍ଷେତ୍ରରେ ଦେଶରେ ଏକ ଆଗୁଆ ରାଜ୍ୟ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୂତି ଚାନ୍ଦ, ପ୍ରତିଭା ରାୟ, ନନ୍ଦିତା ଦାସ ଖାଲି ଦେଶ ନୁହେଁ ବିଶ୍ୱରେ ଓଡ଼ିଶାର ନାଁକୁ ଗୌରବାନ୍ୱୀତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ଲୋକସେବା ଭବନର କନ୍‌ଭେନସନ୍ ଗୃହରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ ସଚିବ ଉପସ୍ଥିତ ଥିଲେ। ଏହାସହ ରାଜ୍ୟର ବହୁ ଅଞ୍ଚଳରୁ SHG ଗ୍ରୁପର ମହିଳା ସାମିଲ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe