Advertisment

ପୋଲିଂ ପାର୍ଟିର ତ୍ରୁଟି, ପୁଣି ଥରେ ହେବ ମତଦାନ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବାଲଟ ପେପର ଫୋଲ୍ଡିଂରେ ଦେଖାଦେଲା ତ୍ରୁଟି। ପୋଲିଂ ପାର୍ଟିର ତ୍ରୁଟି ଯୋଗୁ ସରପଞ୍ଚ ପଦ ପାଇଁ ପୁଣି ପୁଣି ଥରେ ହେବ ମତଦାନ। ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଳପୁର ନୂଆ ଶାସନରେ ଦେଖିବାକୁ ମିଳିଛି। ନୂଆ ଶାସନର ଏକ ବୁଥ୍‌ରେ ଆଜି ସକାଳୁ ପୋଲିଂ ଚାଲିଥିବା ବେଳେ ଏପରି ତ୍ରୁଟି ଅଭିଯୋଗ କରିଥିଲେ ସ୍ଥାନୀୟ ଭୋଟର। ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବାଲଟ ପେପର […]

ଅଦ୍ୟତନ ହୋଇଛି
ପୋଲିଂ ପାର୍ଟିର ତ୍ରୁଟି, ପୁଣି ଥରେ ହେବ ମତଦାନ

gagthering

Advertisment

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବାଲଟ ପେପର ଫୋଲ୍ଡିଂରେ ଦେଖାଦେଲା ତ୍ରୁଟି। ପୋଲିଂ ପାର୍ଟିର ତ୍ରୁଟି ଯୋଗୁ ସରପଞ୍ଚ ପଦ ପାଇଁ ପୁଣି ପୁଣି ଥରେ ହେବ ମତଦାନ। ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଳପୁର ନୂଆ ଶାସନରେ ଦେଖିବାକୁ ମିଳିଛି।

Advertisment

ନୂଆ ଶାସନର ଏକ ବୁଥ୍‌ରେ ଆଜି ସକାଳୁ ପୋଲିଂ ଚାଲିଥିବା ବେଳେ ଏପରି ତ୍ରୁଟି ଅଭିଯୋଗ କରିଥିଲେ ସ୍ଥାନୀୟ ଭୋଟର। ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବାଲଟ ପେପର ଫୋଲ୍ଡିଂରେ ତ୍ରୁଟି ଥିବା ଅଭିଯୋଗକୁ ଖୋଦ ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱୀକାର କରିଛନ୍ତି। ପୋଲିଂ ପାର୍ଟି ଫୋଲ୍ଡିଂରେ ତ୍ରୁଟି କରିଥିବା ସେ କହିଛନ୍ତି।

ଏପରି ତ୍ରୁଟି ଯୋଗଁ କେବଳ ସରପଞ୍ଚ ପଦ ପାଇଁ ପୁଣି ଥରେ ମତଦାନ ହେବ। ହେଲେ ଅନ୍ୟାନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ପୋଲିଂ ଜାରି ରହିବ ବୋଲି କହିଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ।

Advertisment

ଏନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ଏପରି ଅସମ୍ଭବ ଘଟଣା ଯୋଗୁ ନିର୍ବାଚନ ସିଦ୍ଧ ହେବା ଅସମ୍ଭବ। ସେହିପରି ସେ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଘଟୁଥିବା ହିଂସାକାଣ୍ଡ ପାଇଁ ପ୍ରଶାସନିକ ତ୍ରୁଟି ହିଁ ଦାୟୀ। ନିରପେକ୍ଷ ଭାବେ ନିର୍ବାଚନ ହେବା ଉଚିତ। ପଞ୍ଚାୟତ ନିର୍ବାଚନ ଆଇନ୍‌ ଦୀର୍ଘ ୨୦ ବର୍ଷ ତଳେ ପ୍ରଣୟନ ହୋଇଥି। ଏଥିରେ ସଂଶୋଧନ ହେବା ଉଚିତ। ନଚେତ ଲୋକଙ୍କ ପାଖକୁ କ୍ଷମତା ଯିବନାହିଁ।

Panchayat Election Violence Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe