/odisha-reporter/media/post_attachments/uploads/2022/11/call-3.jpg)
call
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ହେଲୋ ୧୦୮ ଆମ୍ବୁଲାନ୍ସ ସେବା- ଆପଣଙ୍କର କ’ଣ ସେବା ଦରକାର। ଏପରି କଥାର ଉତ୍ତରରେ ଅପରପଟୁ କେତେବେଳେ ଶୁଭୁଛି ମୋର ମ୍ୟାଡାମଙ୍କ ସହ କଥା ଅଛି। ଯେଉଁ ମ୍ୟାଡମ ଫାଙ୍କା ଅଛନ୍ତି, ତାଙ୍କ ସହ କଥା ହେବି ।’ ପ୍ରତିଦିନ ଜରୁରୀସେବା ପାଇଁ ଜାରୀ ହୋଇଥିବା ୧୦୮ନମ୍ବରକୁ ଆସୁଛି ଏପରି ଶହ ଶହ କଲ୍ । ଏହାଦ୍ୱାରା ଯୁବତୀ ଟେଲି କଲର ମାନସିକ ଭାବେ ଭାଙ୍ଗି ପଡ଼ୁଥିବା ବେଳେ ପୁଲିସ୍ କିନ୍ତୁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନି।
ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ପ୍ରତିଦିନ ୧୦୮ନମ୍ବରକୁ ମୋଟ ୧୦ ହଜାରରୁ ଅଧିକ କଲ୍ ଆସୁଥିବା ବେଳେ ସେଥିରୁ କେବଳ ୭ ଶହ ଫେକ୍ କଲ୍ ଆସୁଛି ।
ଜରୁରୀସେବା ପାଇଁ ଜାରୀ ହୋଇଥିବା ୧୦୮ ଟେଲି ନମ୍ବର ସେବା ଯୋଗାଇ ଦେବାକୁ କର୍ମଚାରୀମାନେ ୨୪ ଘଣ୍ଟା କର୍ମଚାରୀ କାମ କରୁଛନ୍ତି। ହେଲେ କିଛି ବଦମାସ୍ ପ୍ରକୃତିର ଲୋକେ ଏହାକୁ ନିଜର ଖୁସି ପାଇଁ ଅପବ୍ୟବହାର କରୁଛନ୍ତି । ଫୋନ୍ କରି ଅଶ୍ଲୀଳ ଭାଷାରେ ଗାଲି ଗୁଲଜ୍ କରି ମଜା ନେଉଛନ୍ତି । ଗୋଟିଏ କି ଦୁଇଟି ନୁହେଁ ପ୍ରତିଦିନ ଥରକୁ ଥର ଏପରି ଘଟଣା ଘଟୁଛି । ଏପରି ଦ୍ୱାରା ମୁଖ୍ୟତଃ ଲାଇନ୍ ବ୍ୟସ୍ତ ରହୁଥିବା ବେଳେ ଯେଉଁମାନେ ସେବା ପାଇବାକୁ ହକଦାର ସେମାନେ ଏଥିରୁ ବଞ୍ଚିତ ରହୁଛନ୍ତି।
ପ୍ରତିଦିନ ଫେକ୍ କଲ୍ କରୁଥିବା ବ୍ୟକ୍ତି ମୁଖ୍ୟତଃ ଯୁବତୀ ଟେଲି କଲରଙ୍କ ସହ କଥା ହେବାକୁ କହୁଛନ୍ତି। ଏପରିକି ବହୁ ସମୟରେ ଛୋଟ ଛୋଟ ପିଲା ବି ଅଯଥାରେ ଫୋନ୍ କରି ଲାଇନ୍ ବ୍ୟବସ୍ତ ରଖୁଛନ୍ତି। ଏପରିକି ବହୁ ସମୟରେ ଆମ୍ବୁଲାନ୍ସ ଯାଇ ଫେରିକି ଆସୁଛି । ଏନେଇ ବାରମ୍ବାର ଏନେଇ ପୁଲିସ୍ରେ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି।
ଏନେଇ ୧୦୮ କଲ୍ ସେଣ୍ଟର୍ , ପ୍ରୋଜେକ୍ଟ ହେଡ୍ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, ଗତ ନଭେମ୍ବର ୧୦ରେ ଆମେ ୯ ବର୍ଷ ପୂରଣ କଲୁ। ଏହି ୯ ବର୍ଷ ଭିତରେ ଆମେ ଲକ୍ଷାଧିକ ଲୋକଙ୍କୁ ସେବା ଯୋଗାଇଛୁ। ୧୧୨୪ଟି ଆମ୍ବୁଲାନ୍ସ, ଟି ବୋଟ ଆମ୍ବୁଲାନ୍ସକୁ କଣ୍ଟ୍ରୋଲ କରିବାକୁ ୫୦୦ରୁ ଅଧିକ କର୍ମଚାରୀ ଦିନରାତି ୨୪ ଘଣ୍ଟା କାମ କରନ୍ତି। ହେଲେ ଏଠାରେ ବହୁ ଅସାମାଜିକ ଲୋକ ଫୋନ୍ କରି ଏହି ନମ୍ବରକୁ ବ୍ୟସ୍ତ ରଖୁଛନ୍ତି। ବହୁ ସ୍ଥାନରେ ସେମାନଙ୍କ ଫୋନ୍ କଲ୍ ପାଇ ଆମେ ପହଞ୍ଚିବା ବେଳକୁ କେହି ରୋଗୀ ନାହାନ୍ତି। ଏହାଦ୍ୱାରା ପ୍ରକୃତ ରୋଗୀ ସେବା ପାଇପାରିବେନି । ତେଣୁ ଦୟା କରି ଜରୁରୀକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଏହି ନମ୍ବରକୁ ଅଯଥାରେ ବ୍ୟସ୍ତ ରଖନ୍ତୁ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
