ବିଧାୟକ ଓ ବିଡିଓ କଥା କଟାକଟି

ନବରଙ୍ଗପୁର (ନବଘନ ବିଷୋୟୀ): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତିଳେଇବଣି ବିଡିଓ ପରସ୍ପର ବିରୋଧରେ ଆଣିଥିବା ଅଭିଯୋଗକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଆଜି ଆଉ ଜଣେ ବିଧାୟକ ଓ ବିଡିଓଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଛି। ଉଭୟେ ପରସ୍ପର ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ତେବେ ଶେଷରେ ବିଡିଓ କ୍ଷମା ମାଗିବା ପରେ ଏହି ଘଟଣାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୧୬ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଜୋନ୍-୨ର […]

Tara-and-bdo

Tara-and-bdo

Jitendra Garnayak
  • Published: Thursday, 05 May 2022
  • Updated: 05 May 2022, 07:10 PM IST

Sports

Latest News

ନବରଙ୍ଗପୁର (ନବଘନ ବିଷୋୟୀ): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତିଳେଇବଣି ବିଡିଓ ପରସ୍ପର ବିରୋଧରେ ଆଣିଥିବା ଅଭିଯୋଗକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଆଜି ଆଉ ଜଣେ ବିଧାୟକ ଓ ବିଡିଓଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଛି। ଉଭୟେ ପରସ୍ପର ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ତେବେ ଶେଷରେ ବିଡିଓ କ୍ଷମା ମାଗିବା ପରେ ଏହି ଘଟଣାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

୧୬ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଜୋନ୍-୨ର କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ ଲିପିକା ମାଝୀଙ୍କ ନେତୃତ୍ୱରେ ବ୍ଲକ କଂଗ୍ରେସ ତରଫରୁ ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଠାରୁ ଧାରଣା ଦିଆଯାଇଥିଲା। ଆଜି ଧାରଣାରେ ସାମିଲ ହୋଇଥିଲେ ଦଳର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଧାରଣାସ୍ଥଳରେ ସେ ଭାଷଣ ଦେଉଥିବା ବେଳେ ବିଡିଓ ରଞ୍ଜିତା ମଲ୍ଲିକ ମଧ୍ୟାହ୍ଣ ଭୋଜନ କରିବାକୁ ଅଫିସ୍‌ରୁ ବାହାରିଥିଲେ। କିନ୍ତୁ ବ୍ଳକ୍ ଅଫିସ୍ ଫାଟକ ସମ୍ମୁଖରେ ବିଧାୟକ ଶ୍ରୀବାହିନୀପତି ତାଙ୍କୁ ଅଟକାଇ ଥିଲେ।
https://www.youtube.com/watch?v=7xpp3_AKDA4

ବିଡିଓ କହିଥିଲେ ଯେ ସେ ଖାଇବାକୁ ଯାଉଛନ୍ତି। କିନ୍ତୁ ବିଧାୟକ କହିଥିଲ ଯେ ଆପଣ ଖାଇବା ମଗାଇ ଦିଅନ୍ତୁ। ଏହା ପରେ ବିଧାୟକ ଅଙ୍ଗୁଳି ଦେଖାଇ ବିଡିଓଙ୍କୁ କହିଥିଲେ ଯେ ସେ ଜଣେ ଦୁର୍ନୀତିଗ୍ରସ୍ତ ଅଫିସର। ବିଡିଓ ବି ଏହାର ଜବାବ ଦେଇଥିଲେ। ବିଡିଓ ତାଙ୍କୁ ଅଙ୍ଗୁଳି ଦେଖାଇ କହିଥିଲେ ଯେ ସେ ଜଣେ ଦୁର୍ନୀତିଗ୍ରସ୍ତ ବିଧାୟକ। ଏହା ପରେ ବିଧାୟକ ତାଙ୍କୁ ଜବାବ ନ ଦେବା ପାଇଁ ବିଡିଓଙ୍କୁ କହିଥିଲେ। କିନ୍ତୁ ଚୁପ୍ ରହି ନଥିଲେ ବିଡିଓ। ସେ ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣ ଦେବାକୁ ବିଧାୟକଙ୍କୁ କହିଥିଲେ। ବିଡିଓ ନିଜକୁ ଜଣେ ଦଳିତ ଓ ମହିଳା କହି ଅନ୍ୟମାନଙ୍କ ନାଁରେ ଜାତିଆଣ ଆକ୍ଷେପରେ କେସ୍‌ କରି ଦେବେ ବୋଲି ବିଭିନ୍ନ ସମୟରେ ଧମକ ଦେଉଥିବା ବିଧାୟକ କହିଥିଲେ। କିନ୍ତୁ ବିଡିଓ କହିଥିଲେ ଯେ ସେ କେବେ ସେମିତି କହି ନାହାନ୍ତି। ଏହି କଥା କଟାକଟି ବେଳେ ଉଭୟ ପରସ୍ପରକୁ ଅଙ୍ଗୁଳି ଦେଖାଇ ଜୋର ପାଟିରେ କହୁଥିବା ବେଳେ ଦୟାକରି ହାତ ତଳକୁ କରିବାକୁ ବିଧାୟକ ବାରମ୍ବାର ବିଡିଓଙ୍କୁ କହିଥିଲେ। ସଂସ୍କାର ଶିଖିକି ଆସନ୍ତୁ ବୋଲି ବିଡିଓଙ୍କୁ ବିଧାୟକ କହିଥିଲେ।
https://www.youtube.com/watch?v=RoiybqldhGM

ଏହି ଯୁକ୍ତିତର୍କ ଚାଲିଥିବା ବେଳେ ପାପଡ଼ାହାଣ୍ଡି ପୁଲିସ୍ ପହଞ୍ଚି ବିଡିଓଙ୍କୁ କାର୍ଯ୍ୟାଳୟ ଭିତରକୁ ନେଇ ଯାଇଥିଲେ। ସେହିପରି ବିଧାୟକ ଶ୍ରୀ ବାହିନୀପତି ଘଟଣା ସଂପର୍କରେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ପରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଆସି ବିଡିଓଙ୍କୁ ନେଇ ଧାରଣାସ୍ଥଳକୁ ଯାଇଥିଲେ। ସେଠାରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବିଡିଓ କ୍ଷମା ମାଗିଥିଲେ। ବିଧାୟକଙ୍କୁ ଅପମାନିତ କରିବା ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା ବୋଲି କହିଥିଲେ। ପରେ ବିଧାୟକ ତାଙ୍କୁ କ୍ଷମା କରି ଦେଇଥିଲେ। ଏହା ପରେ ଦଳର ଦାବି ସଂପର୍କରେ ଆଲୋଚନା ହୋଇଥିଲା। ମାସେ ମଧ୍ୟରେ ଦାବି ଗୁଡ଼ିକୁ ପୂରଣ କରିବାକୁ ପଦକ୍ଷେପ ନିଆଯିବ ବୋଲି ଏଡିଏମ୍ ପ୍ରତିଶ୍ରୁତି ଦେବା ପରେ କଂଗ୍ରେସ ପକ୍ଷରୁ ଧାରଣା ପ୍ରତ୍ୟାହାର କରାଯାଇଥିଲା।

ବିଧାୟକ ତାରା ବାହିନୀପତି କହିଛନ୍ତି, ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାରଙ୍କ ଉପସ୍ଥିତିରେ ଆମ ଦାବି ସଂପର୍କରେ ଆଲୋଚନା କରାଗଲା। ଯେଉଁ ସବୁ ଦୁର୍ନୀତି ହୋଇଛି, ତା’ର ତଦନ୍ତ ହେବ। ଆମର ଦାବି ପୂରଣ ପାଇଁ ପ୍ରଶାସନ ପକ୍ଷରୁ ପତିଶ୍ରୁତି ମିଳିଛି। ମାସେ ଭିତରେ ଦାବି ପୂରଣ ନହେଲେ ଆମେ ପୁଣି ଆସି ଏଠି ଆନ୍ଦୋଳନ କରିବୁ।

ସେ ଆହୁରି କହିଛନ୍ତି, ବିଭିନ୍ନ ଦଳର ଲୋକଙ୍କ ମଧ୍ୟରେ ବିଡିଓ ଯେଉଁ ପକ୍ଷପାତିତା କରୁଛନ୍ତି, ତାହା ଆଉ କରିବେ ନାହିଁ ବୋଲି କହିଛନ୍ତି। ତା’ସହିତ ମୋତେ ଯେଉଁ ପ୍ରକାର ବ୍ୟବାହାର କରିଥିଲେ, ସେଥିପାଇଁ କ୍ଷମାପ୍ରାର୍ଥନା କରିଛନ୍ତି।

ନବରଙ୍ଗପୁର ଅତିରିକ୍ତ ଜିଲାପାଳ ଭାସ୍କର ରଇତ କହିଛନ୍ତି, ନିଜ ବ୍ୟବହାର ପାଇଁ ବିଧାୟକଙ୍କୁ କ୍ଷମା ମାଗିଛନ୍ତି ବିଡିଓ। ଆଉ ବିଧାୟକ ଓ ତାଙ୍କ ଦଳ ପକ୍ଷରୁ ଯେଉଁ ଦାବି ଗୁଡ଼ିକ କରାଯାଇଛି, ତାକୁ ପୂରଣ କରିବା ପାଇଁ ବିଭିନ୍ନ ସ୍ତରରେ କେମିତି ପଦକ୍ଷେପ ନିଆଯାଇପାରିବ ସେ ନେଇ ଆମେ ପ୍ରୟାସ କରିବୁ।

ସୂଚନାଯୋଗ୍ୟ, ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ ହୋଇଛନ୍ତି। ସେ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବିଡିଓ ତାଙ୍କ ଏତଲାରେ ଦର୍ଶାଇଥିଲେ। ଅନ୍ୟପକ୍ଷରେ ବିଧାୟକ ମଧ୍ୟ ତାଙ୍କ ଏତଲାରେ ଦର୍ଶାଇଥିଲେ ଯେ ବିଡିଓ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି।
https://www.youtube.com/watch?v=YP0apg7RZzg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story