Advertisment

୭୦ ବର୍ଷ ବୟସରେ ବିଧାୟକ ସାଜିଲେ ପରିକ୍ଷାର୍ଥୀ, ଦେଉଛନ୍ତି ମାଟ୍ରିକ ପରୀକ୍ଷା

ଫୁଲବାଣୀ(ତ୍ରିନାଥ ସାହୁ): ମନରେ ପାଠ ପଢ଼ିବାର ଇଚ୍ଛା ଥିଲେ ବାଧକ ସାଜି ପାରେନି ବୟସ। ପରିଣତ ବୟସରେ ବି ପାଠ ପାଇଁ ଚଳଚଞ୍ଚଳ ହୋଇପଡେ ମଣିଷ। ନିଜ କର୍ମବ୍ୟସ୍ତ ଜଞ୍ଜାଳରୁ ସମୟ ବାହାର କରି ପାଠ ପଢ଼ାରେ ତାହାକୁ ବିନିଯୋଗ କରେ। ଏହାର ଏକ ଉଦାହରଣ ହେଉଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ୭୦ ବର୍ଷ ବୟସରେ ବିଧାୟକ ଦେଉଛନ୍ତି ମାଟ୍ରିକ ପରୀକ୍ଷା, ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଆଜି ସମଗ୍ର ରାଜ୍ୟରେ ଅଫଲାଇନ୍‌ରେ […]

ଅଦ୍ୟତନ ହୋଇଛି
୭୦ ବର୍ଷ ବୟସରେ ବିଧାୟକ ସାଜିଲେ ପରିକ୍ଷାର୍ଥୀ, ଦେଉଛନ୍ତି ମାଟ୍ରିକ ପରୀକ୍ଷା

mla

Advertisment

ଫୁଲବାଣୀ(ତ୍ରିନାଥ ସାହୁ): ମନରେ ପାଠ ପଢ଼ିବାର ଇଚ୍ଛା ଥିଲେ ବାଧକ ସାଜି ପାରେନି ବୟସ। ପରିଣତ ବୟସରେ ବି ପାଠ ପାଇଁ ଚଳଚଞ୍ଚଳ ହୋଇପଡେ ମଣିଷ। ନିଜ କର୍ମବ୍ୟସ୍ତ ଜଞ୍ଜାଳରୁ ସମୟ ବାହାର କରି ପାଠ ପଢ଼ାରେ ତାହାକୁ ବିନିଯୋଗ କରେ। ଏହାର ଏକ ଉଦାହରଣ ହେଉଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ୭୦ ବର୍ଷ ବୟସରେ ବିଧାୟକ ଦେଉଛନ୍ତି ମାଟ୍ରିକ ପରୀକ୍ଷା, ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ।

Advertisment

ଆଜି ସମଗ୍ର ରାଜ୍ୟରେ ଅଫଲାଇନ୍‌ରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଏଥିନିମନ୍ତେ ସ୍କୁଲ ନିକଟରେ ଛାତ୍ରଛାତ୍ରୀଙ୍କ ଗହଳି ଲାଗିଥିବା ବେଳେ ଫୁଲବାଣୀର ରୁଜାଙ୍ଗି ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ । ଛାତ୍ରଙ୍କ ଲାନ୍‌ରେ ଛିଡ଼ା ହୋଇଥିଲେ ଧୋତି ପିନ୍ଧା ବୟସ୍କ ବ୍ୟକ୍ତି। ଚିହ୍ନୁ ଚିହ୍ନୁ ସେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବୋଲି ଜଣାପଡ଼ିଲେ। ସେ ପରୀକ୍ଷା ଦେବା ନିମନ୍ତେ କାହାକୁ ଛାଡ଼ିବାକୁ ଆସି ନ ଥିଲେ, ବରଂ ସେ ସାଜିଥିଲେ ପରିକ୍ଷାର୍ଥୀ।  ବିଧାୟକ  କହଁର ୭୦ ବର୍ଷ ବୟସରେ ଦେଉଛନ୍ତି ମାଟ୍ରିକ ବୋର୍ଡ଼ ପରୀକ୍ଷା ।

[caption id="attachment_730778" align="aligncenter" width="650"]mla  giving exam ପରୀକ୍ଷା କେନ୍ଦ୍ରରେ ବିଧାୟକ ଅଙ୍ଗଦ କହଁର ।[/caption]

Advertisment

ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ବିଧାୟକ ପରୀକ୍ଷା ଦେଉଛନ୍ତି। ଅନ୍ୟ ଛାତ୍ରଛାତ୍ରୀଙ୍କ ଭଳି ସେ ସଠିକ ସମୟରେ ନିଜର ଆଡମିଟ କାର୍ଡ଼ ଦେଖାଇ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ସହିତ   ଶ୍ରେଣୀ ଗୃହରେ ବସି ପରୀକ୍ଷା ଦେଉଛନ୍ତି । ତାଙ୍କ ସହିତ ତାଙ୍କର ବନ୍ଧୁ ତଥା ଲୁଇସିଂ ଗ୍ରାମ ପଞ୍ଚାୟତର ସୁଦର୍ଶନ କହଁର  ମଧ୍ୟ ଏହି ବୋର୍ଡ଼ ପରୀକ୍ଷା ଦେଉଛନ୍ତି । ପରିଣତ ବୟସରେ ପହଞ୍ଚିଥିବା ବିଧାୟକ ଏବଂ ତାଙ୍କ ସରପଞ୍ଚ ବନ୍ଧୁ ଏହି ପରୀକ୍ଷା ଦେଉଥିବାରୁ ସାଧାରଣରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

ବିଧାୟକ କହିଛନ୍ତି,   ଛାତ୍ର ସମୟରେ ପାରିବାରିକ ସମସ୍ୟା ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେଇପାରିନଥିଲି ତେଣୁ ବର୍ତ୍ତମାନ ଏହି ପରୀକ୍ଷା ଦେଉଛି।  ବିଦ୍ୟା ଗ୍ରହଣର କୌଣସି ଅନ୍ତଃ ନ ଥାଏ କିମ୍ବା ବୟସ ବାଧକ ନଥାଏ, ତେଣୁ କୌଣସି ସଂକୋଚ ବିନା ସେ ଆଜି ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେଉଥିବା କହିଛନ୍ତି ।

ରୁଜାଙ୍ଗି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ଆଜି ପରୀକ୍ଷାର ପ୍ରଥମ ଦିନରେ ଇଂରାଜୀ ଵିଷୟରେ ପରୀକ୍ଷା ହେଉଛି । ଅନ୍ୟ ଛାତ୍ରଛାତ୍ରୀଙ୍କ ପରି ଆଜି ବିଧାୟକ ମଧ୍ୟ ଜଣେ ଛାତ୍ର, ତେଣୁ ଅନ୍ୟ ଛାତ୍ରଛାତ୍ରୀମାନେ ଯେଭଳି ପରୀକ୍ଷା ଦେଉଛନ୍ତି ସେ ମଧ୍ୟ ଦେଉଛନ୍ତି । ତାଙ୍କୁ ଏଥିପାଇଁ କୌଣସି ଅନୁକମ୍ପା ଦେଖାଇବାର ପ୍ରଶ୍ନ ଉଠୁନାହିଁ ।

Odisha 10th Board Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe