Advertisment

MLA: ଫଳକ ଦେଖି ରାଗି ଗଲେ ବିଧାୟକ

ବିଧାୟକଙ୍କ ରାଗ ପୂରା ପଞ୍ଚମରେ। ବିନା ବର୍ଷାପବନରେ ଯେମିତି ଘନଘନ ବିଜୁଳି ମାରେ, ଠିକ ସେମିତି ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ଟାଣରେ ଉପସ୍ଥିତ ଅଧିକାରୀଙ୍କ ତଣ୍ଟି ଶୁଖିଗଲା ।

MLA
Advertisment

ବିଧାୟକଙ୍କ ରାଗ ପୂରା ପଞ୍ଚମରେ। ବିନା ବର୍ଷାପବନରେ ଯେମିତି ଘନଘନ ବିଜୁଳି ମାରେ, ଠିକ ସେମିତି ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ଟାଣରେ ଉପସ୍ଥିତ ଅଧିକାରୀଙ୍କ ତଣ୍ଟି ଶୁଖିଗଲା । କାହାପାଟିରୁ ବଚନ ବାହାରିଲାନି। ସେ କାହା କଥା ଶୁଣିବା ପରିସ୍ଥିତିରେ ନଥିଲେ।

Advertisment

ମୟୂରଭଞ୍ଜର ବଡ଼ସାହି ବିଧାୟକ ହେଉଛନ୍ତି ସନାତନ ବିଜୁଳି । ଏକ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ଗତ ଗୁରୁବାର ଯାଇଥିଲେ ବଡ଼ସାହି ବ୍ଲକ ଅଧୀନ ପାଉଁଶିଆ ଗ୍ରାମକୁ। ସେଠାରେ ମୟୁରଭଞ୍ଜ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କ୍ଷୁଦ୍ର ଜଳ ବିଭାଜିକା ପ୍ରକଳ୍ପ ଅଧୀନରେ ଏକ କ୍ଷେତ ପୋଖରୀର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ପ୍ରକଳ୍ପର ଉଦ୍‌ଘାଟନୀ ଫଳକରେ ଯାହା ଦେଖିଲେ, ତାଙ୍କ ଜଗାରେ ଯିଏ କେହି ବି ଥିଲେ ରାଗିବା ସ୍ବାଭାବିକ। ତା ଛଡ଼ା ସେ ଜଣେ ଜନପ୍ରତିନିଧି, ସରକାରଙ୍କ ଟଙ୍କାର ହିସାବ ମାଗିବା ତାଙ୍କର କାମ।

ବିଧାୟକଙ୍କୁ ଖୁସି କରିବା ପାଇଁ ତାଙ୍କ ନାଁ ବଡ଼ ବଡ଼ ଅକ୍ଷରରେ ଲେଖି ଦେଇଛନ୍ତି। କିନ୍ତୁ କେତେ ଟଙ୍କା ବ୍ୟୟବରାଦରେ କାମ ହୋଇଛି, ତାହା ଉଲ୍ଲେଖ କରିନାହାନ୍ତି। ଏହା ଦେଖି ବିଧାୟକ ସନାତନ ବିଜୁଳି ଏମିତି ବର୍ଷିଲେ ଯେ ସମସ୍ତେ ଚୁପଚାପ ଛିଡ଼ା ହୋଇ କେବଳ ଶୁଣିଲେ। କହିବେ ବା ଆଉ କ’ଣ? ଭୁଲ କରିଛନ୍ତି ମାନେ ଶୁଣିବାକୁ ପଡ଼ିବ। କେବଳ ସେତିକି ନୁହେଁ , ସେଠାରେ କାମ କରୁଥିବା ଶ୍ରମିକଙ୍କ ସହ କଥା ହୋଇ ଦୁର୍ନୀତିର ଗନ୍ଧ ମଧ୍ୟ ବାରିଥିଲେ । 

Advertisment

ବିଧାୟକ ପ୍ରକଳ୍ପ ଉଦ୍‌ଘାଟନ ନ କରି ଚାଲି ଯାଇଥିଲେ। ଆଉ ଏହି ସମୟର ଭିଡିଓ ଭାଇରାଲ ମଧ୍ୟ ହୋଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe