Advertisment

ବାହାହେବାକୁ କହି ଆସିଲେନି ବିଜେଡି ବିଧାୟକ

ଜଗତସିଂହପୁର(ଶଶାଙ୍କ ପଣ୍ଡା): ବାହା ହେବାକୁ କହି ଆସିଲେନି ବିଜେଡି ବିଧାୟକ ବିଜୟ ଶଙ୍କର ଦାସ। ତେଣୁ ହୋଇପାରିଲା ନାହିଁ କୋର୍ଟ ମ୍ୟାରେଜ। ବିଜୟ ଶଙ୍କର ନ ଆସିବାରୁ ପ୍ରାୟ ୩ ଘଣ୍ଟା ଅପେକ୍ଷା କରି ଜଗତସିଂହପୁର ସବ୍‌-ରେଜିଷ୍ଟ୍ରୀ କାର୍ଯ୍ୟାଳୟରୁ ଫେରିଗଲେ ତାଙ୍କ ପ୍ରେମିକା ସୋମାଲିକା ଦାଶ ଓ ତାଙ୍କ ପରିବାର ସଦସ୍ୟ। ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଗତ ମେ’ ୧୭ ତାରିଖରେ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାଶ ନିଜ ନିଜ ଓକିଲଙ୍କ […]

author-image
Niranjan Mishra
ଅଦ୍ୟତନ ହୋଇଛି
ବାହାହେବାକୁ କହି ଆସିଲେନି ବିଜେଡି ବିଧାୟକ

Bijay Shankar Das

ଜଗତସିଂହପୁର(ଶଶାଙ୍କ ପଣ୍ଡା): ବାହା ହେବାକୁ କହି ଆସିଲେନି ବିଜେଡି ବିଧାୟକ ବିଜୟ ଶଙ୍କର ଦାସ। ତେଣୁ ହୋଇପାରିଲା ନାହିଁ କୋର୍ଟ ମ୍ୟାରେଜ। ବିଜୟ ଶଙ୍କର ନ ଆସିବାରୁ ପ୍ରାୟ ୩ ଘଣ୍ଟା ଅପେକ୍ଷା କରି ଜଗତସିଂହପୁର ସବ୍‌-ରେଜିଷ୍ଟ୍ରୀ କାର୍ଯ୍ୟାଳୟରୁ ଫେରିଗଲେ ତାଙ୍କ ପ୍ରେମିକା ସୋମାଲିକା ଦାଶ ଓ ତାଙ୍କ ପରିବାର ସଦସ୍ୟ।

Advertisment

ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଗତ ମେ’ ୧୭ ତାରିଖରେ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାଶ ନିଜ ନିଜ ଓକିଲଙ୍କ ସହିତ ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବଶ୍ୟକୀୟ କାଗଜପତ୍ର ଧରି ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ଉଭୟଙ୍କ ଆବେଦନକୁ ସବ୍‌-ରେଜିଷ୍ଟାର ଗ୍ରହଣ କରି ୩୦ ଦିନ ସମୟ ଦେଇଥିଲେ।

[caption id="attachment_742476" align="aligncenter" width="650"]BJD ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ଏବଂ ବିବାହ ପଞ୍ଜୀକରଣ ଆବେଦନ ପତ୍ର[/caption]

Advertisment

ଏହା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ଜୁନ ୧୭ ଅର୍ଥାତ ଆଜି ବିବାହ ପଞ୍ଜୀକରଣ ଓ ସନ୍ଧ୍ୟାରେ ନିର୍ବନ୍ଧ ପାଇଁ ସ୍ଥିର ହୋଇଥିଲା ବୋଲି ସୋମାଲିକା କହିଛନ୍ତି। ହେଲେ ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ଆସିନଥିବାରୁ ସେମାନେ ଫେରି ଯାଇଥିଲେ। ବିଜୟ କଥା ରକ୍ଷା କରିନଥିବାରୁ ପୂର୍ବରୁ ତାଙ୍କ ନାଁରେ ପୁଲିସରେ ହୋଇଥିବା ଅଭିଯୋଗର ରି-ଓପନ କରାଯିବ ବୋଲି ସେ ଧମକ ଦେଇଛନ୍ତି। ଏଥିସହ ତାଙ୍କ ବିରୋଧରେ ପୁନର୍ବାର ୪୨୦ ମାମଲା କରାଯିବ ବୋଲି ସୋମାଲିକା କହିଛନ୍ତି।

ପ୍ରେମିକାଙ୍କ ବିସ୍ଫୋରକ ବୟାନ୍‌ ପରେ ବିଜୟ ଶଙ୍କର କହିଛନ୍ତି, ବିବାହ ପଞ୍ଜୀକରଣ ଆବେଦନ କରିବାର ୯୦ ଦିନ ମଧ୍ୟରେ ବିବାହ ହୋଇପାରିବାର ନିୟମ ରହିଛି। ମାତ୍ର ଆଜିକୁ ୩୦ ଦିନ ହୋଇଛି। ବ୍ୟକ୍ତିଗତ କାମ ଥିବାରୁ ମୁଁ ସବ ରେଜିଷ୍ଟ୍ରୀ କାର୍ଯ୍ୟାଳୟକୁ ଆସି ପାରିନଥିବା ସଫେଇ ଦେଇଛନ୍ତି।

ଯେ, ତିର୍ତ୍ତୋଲ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ମଧ୍ୟରେ କୌଣସି କାରଣରୁ ତିକ୍ତତା ସୃଷ୍ଟି ହୋଇଥିଲା। ଏହାକୁ ନେଇ ସୋମାଲିକା ସୋଶାଲ ମିଡିଆରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ପୋଷ୍ଟ କରିଥିଲେ ଏବଂ ବିଜୟଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ସମାଧାନର ବାଟ ବାହାରିଥିଲା। ଗତ ୧୭ ତାରିଖରେ ଉଭୟେ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ।