Advertisment

ଜେଲରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ତାଙ୍କ ଭାବି ସମୁଦି ଅଭୟକାନ୍ତଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଭାବି ସମୁଦି ତଥା ପୂର୍ବତନ IFS ଅଭୟକାନ୍ତ ପାଠକ ମଧ୍ୟ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ ଝାରପଡ଼ା ଜେଲରେ ଆଇସୋଲେସନରେ ରଖାଯାଇଛି। ଗତକାଲି ଝାରପଡ଼ା ଜେଲରେ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଗତକାଲି ଝାରପଡ଼ା ଜେଲ୍‌ରେ ଥିବା ୧୦୦ରୁ ଅଧିକ କଏଦୀଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା। ସେମାନଙ୍କ ଭିତରୁ ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ସମସ୍ତଙ୍କୁ ଆଇସୋଲେସନ୍‌ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଜେଲରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ତାଙ୍କ ଭାବି ସମୁଦି ଅଭୟକାନ୍ତଙ୍କୁ କରୋନା

Pradeep and Abhaya Kanta

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଭାବି ସମୁଦି ତଥା ପୂର୍ବତନ IFS ଅଭୟକାନ୍ତ ପାଠକ ମଧ୍ୟ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ ଝାରପଡ଼ା ଜେଲରେ ଆଇସୋଲେସନରେ ରଖାଯାଇଛି। ଗତକାଲି ଝାରପଡ଼ା ଜେଲରେ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ।

Advertisment

ଗତକାଲି ଝାରପଡ଼ା ଜେଲ୍‌ରେ ଥିବା ୧୦୦ରୁ ଅଧିକ କଏଦୀଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା। ସେମାନଙ୍କ ଭିତରୁ ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ସମସ୍ତଙ୍କୁ ଆଇସୋଲେସନ୍‌ କରି ରଖାଯାଇଛି। ସେମାନଙ୍କ ମଧ୍ୟରେ ପାଣିଗ୍ରାହୀ ଓ ପାଠକ ଅଛନ୍ତି। ସେମାନଙ୍କୁ ଏବେ ଆଇସୋଲେସନ୍‌ କରି ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି।

ଜେଲ୍‌ରେ କରୋନା ଅକ୍ରାନ୍ତ ବଢ଼ୁଥିବା ଦେଖି ଜେଲ୍‌ ବିଭାଗ ସ୍ୱତନ୍ତ୍ର ଗାଇଡଲାଇନ୍‌ ଜାରି କରିଥିଲେ। ସବୁ ଜେଲ୍‌ରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା।

Advertisment
Pradeep Panigrahi Pathak Family Money Laundering Case