Advertisment

ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଚ ଭିଡିଓ ଭାଇରାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଚ ଭିଡିଓ ଭାଇରାଲ ହେବାରେ ଲାଗିଛି। ବିଧାୟକ ମହୋଦୟ ଫୁଲ୍‌ ମୁଡ୍‌ରେ ନାଚ କରୁଥିବା ଦେଖିବାକୁ ମିଳୁଛି। ପାରିପାର୍ଶ୍ୱିକ ସ୍ଥିତି ଦେଖି ଲାଗୁଛି କୌଣସି ଏକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତିଥି ହୋଇ ଆସିଥିବା ପ୍ରଶାନ୍ତ ମଞ୍ଚ ଉପରେ ମେଲୋଡି ଗ୍ରୁପ୍‌ର ଡ୍ୟାନ୍‌ସରଙ୍କ ସହ ତାଳରେ ତାଳ ମିଳାଇ ନାଚ କରୁଛନ୍ତି। “ଯୋଉଦିନ ତତେ ୧୬ ଛୁଇଁବ, କିଣିଦେବି ତତେ ନାକଗୁଣା”- ଏହି ଚର୍ଚ୍ଚିତ ଆଲବମ୍‌ ଗୀତର ବୋଲ୍‌ରେ ଜଗଦ୍ଦେବ […]

ଅଦ୍ୟତନ ହୋଇଛି
ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଚ ଭିଡିଓ ଭାଇରାଲ

prasant

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଚ ଭିଡିଓ ଭାଇରାଲ ହେବାରେ ଲାଗିଛି। ବିଧାୟକ ମହୋଦୟ ଫୁଲ୍‌ ମୁଡ୍‌ରେ ନାଚ କରୁଥିବା ଦେଖିବାକୁ ମିଳୁଛି। ପାରିପାର୍ଶ୍ୱିକ ସ୍ଥିତି ଦେଖି ଲାଗୁଛି କୌଣସି ଏକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତିଥି ହୋଇ ଆସିଥିବା ପ୍ରଶାନ୍ତ ମଞ୍ଚ ଉପରେ ମେଲୋଡି ଗ୍ରୁପ୍‌ର ଡ୍ୟାନ୍‌ସରଙ୍କ ସହ ତାଳରେ ତାଳ ମିଳାଇ ନାଚ କରୁଛନ୍ତି।

Advertisment

“ଯୋଉଦିନ ତତେ ୧୬ ଛୁଇଁବ, କିଣିଦେବି ତତେ ନାକଗୁଣା”- ଏହି ଚର୍ଚ୍ଚିତ ଆଲବମ୍‌ ଗୀତର ବୋଲ୍‌ରେ ଜଗଦ୍ଦେବ ଅଣ୍ଟା ହଲାଇ ନାଚୁଛନ୍ତି। ସିଏ ଏକା ନୁହନ୍ତି ମଞ୍ଚାସୀନ ଜଣେ ମହିଳାଙ୍କ ଇସାରାରେ ମଞ୍ଚ ତଳେ ଥିବା ଅନ୍ୟ କିଛି ବ୍ୟକ୍ତି ମଧ୍ୟ ମଞ୍ଚ ଉପରକୁ ଉଠି ଆସି ବିଧାୟକଙ୍କ ତାଳରେ ତାଳ ଦେଇ ନାଚ କରୁଥିବା ଦେଖିବାକୁ ମିଳିଛି।

ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe