Advertisment

ଜେଲ୍‌ରୁ ବାହାରିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ବାଲୁଗାଁ (ଓଡ଼ିଶା ରିପୋର୍ଟର): ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ୭ ଦିନ ପାଇଁ ଅନ୍ତରୀଣ ଜାମିନରେ ବାଣପୁର ଉପକାରାଗାରରୁ ମୁକୁଳିଛନ୍ତି। ଏପ୍ରିଲ ୨୨ ତାରିଖରେ ହାଇକୋର୍ଟରୁ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ଆଜି ତାଙ୍କ ଓକିଲ ବାଣପୁର କୋର୍ଟରେ ଜାମିନ ନିର୍ଦ୍ଦେଶ ଦାଖଲ କରିଥିଲେ। ଏହା ପରେ ଜେଲ୍‌ରୁ ମୁକୁଳିଥିଲେ ବିଧାୟକ। ଏକ ଲକ୍ଷ ଟଙ୍କାର ସିକ୍ୟୁରିଟି ବଣ୍ଡ ସହ ୨ଜଣ […]

author-image
Jitendra Garnayak
ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନ୍ତରୀଣ ଜାମିନ ଆଉ ୭ ଦିନ ବଢ଼ିଲା

Prasant Jagadev

ବାଲୁଗାଁ (ଓଡ଼ିଶା ରିପୋର୍ଟର): ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ୭ ଦିନ ପାଇଁ ଅନ୍ତରୀଣ ଜାମିନରେ ବାଣପୁର ଉପକାରାଗାରରୁ ମୁକୁଳିଛନ୍ତି।

Advertisment

ଏପ୍ରିଲ ୨୨ ତାରିଖରେ ହାଇକୋର୍ଟରୁ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ଆଜି ତାଙ୍କ ଓକିଲ ବାଣପୁର କୋର୍ଟରେ ଜାମିନ ନିର୍ଦ୍ଦେଶ ଦାଖଲ କରିଥିଲେ। ଏହା ପରେ ଜେଲ୍‌ରୁ ମୁକୁଳିଥିଲେ ବିଧାୟକ। ଏକ ଲକ୍ଷ ଟଙ୍କାର ସିକ୍ୟୁରିଟି ବଣ୍ଡ ସହ ୨ଜଣ ଜାମିନଦାରଙ୍କ ବଦଳରେ ବିଧାୟକଙ୍କୁ ଏହି ଅନ୍ତରୀଣ ଜାମିନ ମିଳିଛି।

ଜଗଦ୍ଦେବଙ୍କ ଓକିଲ ଅଭିନବ କୁମାର ଚାନ୍ଦ କହିଛନ୍ତି ଯେ କିଛି ସର୍ତ୍ତ ରଖାଯାଇ ବିଧାୟକଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ସେ ଖୋର୍ଦ୍ଧା ଛାଡ଼ି ଯାଇପାରିବେ ନାହିଁ। ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ନ କରିବାକୁ ବି କୋର୍ଟ କହିଛନ୍ତି। ବିଧାୟକଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଯୋଗୁ ଚିକିତ୍ସା ପାଇଁ କୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। ଆଜିଠୁ ୭ ଦିନ ପରେ ବିଧାୟକ ପୁଣି ଆସି ସରେଣ୍ଡର କରିବେ।

Advertisment

ସୂଚନାଯୋଗ୍ୟ, ଗତ ମାସ ୧୨ ତାରିଖରେ ବାଣପୁର ବ୍ଲକ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ମଡ଼େଇବା ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଥିଲେ। ଜାମିନ ଆବେଦନ ଖାରଜ ହେବା ପରେ ସେ ବାଣପୁର ଉପକାରାଗାରରେ ଥିଲେ।