Advertisment

ନିଜ ପାର୍ଟିରୁ ଇସ୍ତଫା ଦେଲେ ବିତ୍ତଶାଳୀ ନେତା ସନାତନ ମହାକୁଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ବୋଲି କହୁଥିବା ବିତ୍ତଶାଳୀ ରାଜନେତା ସନାତନ ମହାକୁଡ ରାଜନୀତିରୁ ୟୁ ଟର୍ଣ୍ଣ ମାରିଛନ୍ତି। ୨୦୧୭ରେ ତାଙ୍କ ଦ୍ୱାରା ଗଠିତ ଜନ ସମୃଦ୍ଧି ପାର୍ଟିର ସଭାପତି ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ନିଜ ଦଳରୁ ନିଜକୁ ଆଉଟ୍‌ କରିଛନ୍ତି ବୋଲି ଜଣାପଡିଛି। ଏ ସମ୍ପର୍କରେ ଏକ ପତ୍ର ଲେଖି ସେ ଦଳର କାର୍ଯ୍ୟକାରିଣୀ କମିଟିକୁ ହସ୍ତାନ୍ତର କରିଛନ୍ତି। ଇସ୍ତଫାର କାରଣ […]

ଅଦ୍ୟତନ ହୋଇଛି
ନିଜ ପାର୍ଟିରୁ ଇସ୍ତଫା ଦେଲେ ବିତ୍ତଶାଳୀ ନେତା ସନାତନ ମହାକୁଡ଼

SANA

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ବୋଲି କହୁଥିବା ବିତ୍ତଶାଳୀ ରାଜନେତା ସନାତନ ମହାକୁଡ ରାଜନୀତିରୁ ୟୁ ଟର୍ଣ୍ଣ ମାରିଛନ୍ତି। ୨୦୧୭ରେ ତାଙ୍କ ଦ୍ୱାରା ଗଠିତ ଜନ ସମୃଦ୍ଧି ପାର୍ଟିର ସଭାପତି ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ନିଜ ଦଳରୁ ନିଜକୁ ଆଉଟ୍‌ କରିଛନ୍ତି ବୋଲି ଜଣାପଡିଛି। ଏ ସମ୍ପର୍କରେ ଏକ ପତ୍ର ଲେଖି ସେ ଦଳର କାର୍ଯ୍ୟକାରିଣୀ କମିଟିକୁ ହସ୍ତାନ୍ତର କରିଛନ୍ତି।

Advertisment

ଇସ୍ତଫାର କାରଣ ସମ୍ପର୍କରେ ସେ ଦର୍ଶାଇଛନ୍ତି ଯେ, ଗତ କିଛି ଦିନ ତଳେ ତାଙ୍କର ମେରୁଦଣ୍ଡ ଅସ୍ତ୍ରୋପଚାର ହୋଇଥିଲା। ଯେଉଁଥିପାଇଁ ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗଦେଇ ପାରୁ ନ ଥିଲେ। ଆଗକୁ ମଧ୍ୟ ଏଭଳି ସମସ୍ୟା ଲାଗି ରହିଲେ ସେ ଦଳୀୟ କାର୍ଯ୍ୟରେ ନିଜକୁ ସାମିଲ କରିପାରିବେ ନାହିଁ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଏଣୁ ଦଳର ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେଲେ ବୋଲି ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲାର ଏହି ବିତ୍ତଶାଳୀ ନେତା ପୂର୍ବ ସାଧାରଣ ନିର୍ବାଚନାରେ ଚର୍ଚ୍ଚାରେ ରହିଥିଲେ। ଏପରିକି ଗାଈ ଗୁହାଳରେ ଏସି ଲଗାଇବା, ସରକାରୀ ଜମିରେ ବିରାଟ ଅଟ୍ଟାଳିକା ନିର୍ମାଣ କରିବା ଆଦି ବିବାଦରେ ଛନ୍ଦି ହୋଇଥିବା ଏହି ରାଜନେତା ଜଣକ ଗତ ୫ ବର୍ଷ ଧରି କେନ୍ଦୁଝର ଜିଲା ରାଜନୀତି ଓ ରାଜ୍ୟ ରାଜନୀତିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଗତ ନିର୍ବାଚନରେ ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିବା ସନାତନଙ୍କ ବିପକ୍ଷରେ ବିଜେଡି ଚର୍ଚ୍ଚିତ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ଟିକଟ ଦେଇ ନିର୍ବାଚନ ମଇଦାନକୁ ଛାଡିଥିଲା। କିନ୍ତୂ ସନାଙ୍କ ସହ ଲଢ଼େଇରେ ପପୁ ଅମାନତ ହରାଇଥିଲେ।

Advertisment

ଗତ କିଛି ଦିନ ତଳେ ସନାତନ ଏକ ନାରା ଦେଇ ପୁଣି ଚର୍ଚ୍ଚାକୁ ଆସିଥିଲେ। ନାରା ଥିଲା “ନବୀନକୁ ଛାଡ଼, ସନାକୁ ଧର”। ଏଭଳି ଲେଖା ଥିବା ପୋଷ୍ଟର ଓ ବ୍ୟାନରରେ ଛାଇ ହୋଇଯାଇଥିଲା କେନ୍ଦୁଝର ଜିଲାର ଗଳିକନ୍ଦି। ବିଶେଷ କରି ତାଙ୍କ ନିର୍ବାଚନମଣ୍ଡଳୀରେ ଏମିତି ପୋଷ୍ଟର ଦେଖି ବିଭିନ୍ନ ରାଜୈତିକ ଦଳ ଭିତରେ ହଟଚମଟ ଆରମ୍ଭ ହୋଇଥିଲା। ହେଲେ ନିର୍ବାଚନ ପୂର୍ବରୁ ହଠାତ୍‌ ଏଭଳି ସମିକରଣ ବଦଳିବା ଓ ଟାଣୁଆ ଆଭିମୁଖ୍ୟ ନେଇ ଆଗକୁ ମାଡୁଥିବା ସନାତନଙ୍କ ଏଭଳି ନିଷ୍ପତ୍ତି କ’ଣ ପାଇଁ ତାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା।

 ‘ନବୀନଙ୍କୁ ଛାଡ଼, ମତେ ଧର’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe