Advertisment

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ଫିଙ୍ଗିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନ୍‌ସାଇ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ଅଣ୍ଡାମାଡ଼ ହୋଇଛି। ଛାତ୍ର କଂଗ୍ରେସ ଅଣ୍ଡା ମାଡ଼ କରିବା ସହିତ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି। ଏପରିକି ମନ୍ତ୍ରୀ ସରକାରୀ ଅବାସରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ। ମାତ୍ର କମିଶରେଟ୍‌ ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ […]

ଅଦ୍ୟତନ ହୋଇଛି
ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ଫିଙ୍ଗିଲା ଛାତ୍ର କଂଗ୍ରେସ

BBSR

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନ୍‌ସାଇ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ଅଣ୍ଡାମାଡ଼ ହୋଇଛି। ଛାତ୍ର କଂଗ୍ରେସ ଅଣ୍ଡା ମାଡ଼ କରିବା ସହିତ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି। ଏପରିକି ମନ୍ତ୍ରୀ ସରକାରୀ ଅବାସରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ। ମାତ୍ର କମିଶରେଟ୍‌ ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।

Advertisment

ଗତ ୮ ତାରିଖରୁ ନିଖୋଜ ଥିଲେ ଶିକ୍ଷୟିତ୍ରୀ ମମିତା ମେହେର। ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ଅଭିଯୋଗ ଆଣିଛି କଂଗ୍ରେସ। କଂଗ୍ରେସ ବିଧାୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଦିବ୍ୟଶଙ୍କର ମହାଲିଙ୍ଗ ସ୍କୁଲକୁ ବାରମ୍ବାର ଯାଇ ରାତି ବିତାଉଥିଲେ। ମହାଲିଙ୍ଗବାସୀ ମଧ୍ୟ ମନ୍ତ୍ରୀ ରାତି ବିତାଉଥିବା କହୁଛନ୍ତି। ଘଟଣାର CBI ତଦନ୍ତ ସହ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ବରଖାସ୍ତ କରନ୍ତୁ ବୋଲି ସାଲୁଜା ଅଭିଯୋଗ କରିଛନ୍ତି।

ସେପଟେ ଶିକ୍ଷୟିତ୍ରୀ ନିଖୋଜ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି-“ମହିଳା ମୋର୍ଚ୍ଚାର ଏକ ଟିମ୍‌ ଘଟଣାସ୍ଥଳକୁ ଯିବ। କାଲି ୫ ଜଣିଆ ପ୍ରତିନିଧି ଦଳ ୨ ଦିନିଆ କଳାହାଣ୍ଡି ଗସ୍ତ କରିବ। ମମିତାଙ୍କ ଘର, ଥାନା ଓ କଲେଜ ଯିବ ପ୍ରତିନିଧି ଦଳ।”

Advertisment

ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ମମିତା ମେହେର ନିଖୋଜ ଘଟଣାକୁ ନିନ୍ଦା କରିଛନ୍ତି। ଶ୍ରୀ ପଣ୍ଡା ଟ୍ୱିଟ୍ କରି କହିଛନ୍ତି ଯେ ଓଡ଼ିଶାରେ ଏହାର ଶାସକ ଦଳର ଅପରାଧିକ କାର୍ଯ୍ୟକଳାପ ଯୋଗୁ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ବହୁତ ବଢ଼ିଛି। ଏବେ ଏକ ବିଦ୍ୟାଳୟ, ଯେଉଁଠାରେ ଛାତ୍ରୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଥିଲା, ସେଠାକାର ଜଣେ ଶିକ୍ଷୟିତ୍ରୀଙ୍କ ହତ୍ୟା ମାମଲାରେ ଜଣେ ମନ୍ତ୍ରୀ ସମ୍ପୃକ୍ତ। ଏହି ଘଟଣାକୁ ଜାତୀୟ ଗଣମାଧ୍ୟମ ପ୍ରସାରଣ କରିବ କି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

https://twitter.com/Panda_Odia/status/1450451482688380944?s=20

https://twitter.com/PandaJay/status/1450431213718499329?s=20

ଅନ୍ୟପକ୍ଷରେ ଘଟଣାକୁ ନେଇ ମମିତା ମେହେରଙ୍କ ବଡ଼ବାପା କୌଶିକ ମେହେର ଆଜି ଚାଞ୍ଚଲ୍ୟ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ୯ ତାରିଖରେ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲୁ। କିନ୍ତୁ ପୁଲିସ ମାମଲା ରଖି ନଥିବା। ଏହା ପରେ ଆମେ ଗୋବିନ୍ଦ ସାହୁଙ୍କ ସହ ଯୋଗାଯୋଗ କରିଥିଲୁ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଛନ୍ତି, କିଛି ଅସୁବିଧା ହେବନି କହିଥିଲେ ଗୋବିନ୍ଦ।”

ଗଣମାଧ୍ୟମକୁ କାହିଁକି ପ୍ରାଥମିକ ପ୍ରତିକ୍ରିୟା ଦେଉ ନଥିଲେ ପ୍ରଶ୍ନରେ କୌଶିକ ମେହେର କହିଛନ୍ତି-“ପୁଲିସ ମୁହଁ ନ ଖୋଲିବାକୁ କହିଥିଲା।ତଦନ୍ତରେ ସହଯୋଗ କରନ୍ତୁ, ମୁହଁ ଖୋଲନ୍ତୁନି କହିଥିଲା ପୁଲିସ। ଝିଅ ଜୀବିତ ଥିବା ଆଶ୍ୱାସନା ଦେଇଥିଲା।”

Mamita Meher Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe