Advertisment

ଜଳ ପାଲଟୁଛି ଜହର, ରାଜ୍ୟର ୫ଟି ନଦୀର ପାଣି ଦୂଷିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳ ପାଲଟିଛି ଜହର। ରାଜ୍ୟର ୫ଟି ନଦୀର ଜଳ ପ୍ରଦୂଷିତ ହୋଇଯାଇଛି। ସେଗୁଡ଼ିକ ହେଲା ମହାନଦୀ ସମେତ ଶଙ୍ଖ, କୋଏଲ, ବ୍ରାହ୍ମଣୀ ଓ ବୈତରଣୀ ନଦୀ। ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ। ସେ କହିଛନ୍ତି-“ମହାନଦୀର ୨ଟି, ଶଙ୍ଖ ଓ କୋଏଲର ଗୋଟିଏ ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି। ସେହିପରି ବ୍ରାହ୍ମଣୀର ୪ଟି ଓ ବୈତରଣୀର ୩ଟି ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି। କଟକ ଓ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଜଳ ପାଲଟୁଛି ଜହର, ରାଜ୍ୟର ୫ଟି ନଦୀର ପାଣି ଦୂଷିତ

rive

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳ ପାଲଟିଛି ଜହର। ରାଜ୍ୟର ୫ଟି ନଦୀର ଜଳ ପ୍ରଦୂଷିତ ହୋଇଯାଇଛି। ସେଗୁଡ଼ିକ ହେଲା ମହାନଦୀ ସମେତ ଶଙ୍ଖ, କୋଏଲ, ବ୍ରାହ୍ମଣୀ ଓ ବୈତରଣୀ ନଦୀ। ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ।

Advertisment

ସେ କହିଛନ୍ତି-“ମହାନଦୀର ୨ଟି, ଶଙ୍ଖ ଓ କୋଏଲର ଗୋଟିଏ ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି। ସେହିପରି ବ୍ରାହ୍ମଣୀର ୪ଟି ଓ ବୈତରଣୀର ୩ଟି ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି। କଟକ ଓ ସମ୍ବଲପୁର ସହରର ପରିତ୍ୟକ୍ତ ଜଳ ମହାନଦୀରେ ମିଶୁଥିବାରୁ ମହାନଦୀର ୨ଟି ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି। କେବଳ ମହାନଦୀ ନୁହେଁ, ରାଉରକେଲା ସହରର ପରିତ୍ୟକ୍ତ ପାଣି ଓ ଷ୍ଟିଲ୍ ପ୍ଲାଣ୍ଟର ବର୍ଜ୍ୟବସ୍ତୁ ନିଷ୍କାସନ ଯୋଗୁ ବ୍ରାହ୍ମଣୀ ନଦୀ ପ୍ରଦୂଷିତ ହେଉଛି।”

ସେପଟେ ମନୁଷ୍ୟକୃତ କାରଣରୁ ବୈତରଣୀ, ଶଙ୍ଖ, କୋଏଲ ନଦୀର ଜଳ ପ୍ରଦୂଷିତ ହେଉଛି ବୋଲି ପରିବେଶ ମନ୍ତ୍ରୀ କହିଛନ୍ତି। ତା’ସହ ଟ୍ୱିନ୍‌ସିଟିର ଜଳ ଉତ୍ସ ପ୍ରଦୂଷିତ ହେଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏଥିପାଇଁ ତୁରନ୍ତ କଣ ପଦକ୍ଷେପ ନିଆଯାଇଛି, ତାର ଉତ୍ତର ରଖିବାକୁ ମଧ୍ୟ ଶାସକ ଦଳ ବିଧାୟକ ଦାବି କରିଥିଲେ। ଆଉ କିଛି ଦିନ ପରେ ଟ୍ୱିନ୍‌ସିଟିରେ ଦିଲ୍ଲୀ ଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ନେଇ ବିଧାୟକମାନେ ଉଦବେଗ ପ୍ରକାଶ କରିଥିଲେ।

Advertisment