ବଢ଼ିବ ବିଧାୟକଙ୍କ ଦରମା ଓ ଭତ୍ତା: ଶୀତ ଅଧିବେଶନରେ କମିଟି ଦେବେ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଧାୟକମାନଙ୍କର ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧାସୁଯୋଗରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏନେଇ ଗଠିତ କମିଟି ଆସନ୍ତା ଶୀତ ଅଧିବେଶନରେ ତାଙ୍କର ରିପୋର୍ଟ ବାଚସ୍ପତିଙ୍କୁ ପ୍ରଦାନ କରିବେ । ବିଭିନ୍ନ ରାଜ୍ୟରେ ବିଧାୟକମାନଙ୍କୁ ମିଳୁଥିବା ଦରମା,ଭତ୍ତା ଓ ସୁବିଧାସୁଯୋଗକୁ ଅନୁଧ୍ୟାନ କରିବା ପରେ କମିଟି ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧାରେ ବୃଦ୍ଧି ହେବା ସପକ୍ଷରେ ମତ ବ୍ୟକ୍ତ କରିଛନ୍ତି । ବାଚସ୍ପତିଙ୍କ ନିର୍ଦ୍ଦେଶରେ ବରିଷ୍ଠ ବିଜେଡି ବିଧାୟକ […]

odisha-assemble

odisha-assemble

Ordigital Desk
  • Published: Thursday, 17 November 2022
  • Updated: 17 November 2022, 10:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଧାୟକମାନଙ୍କର ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧାସୁଯୋଗରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏନେଇ ଗଠିତ କମିଟି ଆସନ୍ତା ଶୀତ ଅଧିବେଶନରେ ତାଙ୍କର ରିପୋର୍ଟ ବାଚସ୍ପତିଙ୍କୁ ପ୍ରଦାନ କରିବେ । ବିଭିନ୍ନ ରାଜ୍ୟରେ ବିଧାୟକମାନଙ୍କୁ ମିଳୁଥିବା ଦରମା,ଭତ୍ତା ଓ ସୁବିଧାସୁଯୋଗକୁ ଅନୁଧ୍ୟାନ କରିବା ପରେ କମିଟି ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧାରେ ବୃଦ୍ଧି ହେବା ସପକ୍ଷରେ ମତ ବ୍ୟକ୍ତ କରିଛନ୍ତି ।

ବାଚସ୍ପତିଙ୍କ ନିର୍ଦ୍ଦେଶରେ ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ପରାମର୍ଶଦାତା କମିଟିର ଚତୁର୍ଥ ବୈଠକ ଆଜି ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଥିଲା । ଏ ସମ୍ପର୍କରେ ଶ୍ରୀ ଶତପଥୀ ସୂଚନା ଦେଇ କହିଛନ୍ତି ଯେ, ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ସଂକ୍ରାନ୍ତ ଦାବି ଉପରେ କମିଟି ବିଚାରବିମର୍ଶ କରିଛି । ଆସନ୍ତା ଶୀତ ଅଧିବେଶନରେ କମିଟି ତାଙ୍କର ରିପୋର୍ଟ ବାଚସ୍ପତିଙ୍କୁ ପ୍ରଦାନ କରିବେ । ଆଜିର ବୈଠକରେ କମିଟିର ସଦସ୍ୟ ଥିବା ବିଜେପି ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅନୁପସ୍ଥିତ ଥିବାରୁ କମିଟି ପୁଣିଥରେ ବୈଠକ କରି ଦରମା ଓ ଭତ୍ତା ଆଦିର ଚୂଡ଼ାନ୍ତ କରିବ । ତେବେ ବୈଠକରେ ରାଜ୍ୟର ବିଧାୟକମାନେ ଏବେ ପାଉଥିବା ଦରମା,ଭତ୍ତା ଓ ସୁବିଧାସୁଯୋଗ ସହ ଅନ୍ୟ ରାଜ୍ୟରେ ବିଧାୟକମାନଙ୍କୁ ମିଳୁଥିବା ସୁବିଧାସୁଯୋଗ ଆଦିର ସମୀକ୍ଷା କରାଯାଇଥିଲା ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ମୋଟ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ବିଧାୟକମାନଙ୍କୁ ମିଳୁଥିବା ଦରମା ଓ ବିଭିନ୍ନ ଭତ୍ତା ଏବଂ ସୁବିଧାସୁଯୋଗ ଉପରେ କମିଟି ବିଚାରବିମର୍ଶ କରିଛନ୍ତି । ଓଡ଼ିଶାର ବିଧାୟକମାନଙ୍କୁ ଦରମା ଓ ଭତ୍ତା ବାବଦରେ ମାସିକ ୧ଲକ୍ଷ ଟଙ୍କା ମିଳୁଥିବାବେଳେ ଆନ୍ଧ୍ରପ୍ରଦେଶରେ ୧.୨୫ଲକ୍ଷ ଟଙ୍କା, ଗୁଜୁରାଟରେ ୧.୨୭ଲକ୍ଷ ଟଙ୍କା, ଛତିଶଗଡ଼ରେ ୧.୩୫ଲକ୍ଷ ଟଙ୍କା, ତାମିଲନାଡ଼ୁରେ ୧.୧୩ଲକ୍ଷ ଟଙ୍କା, କେରଳରେ ୭୦ହଜାର ଟଙ୍କା, ମିଜୋରାମରେ ୬୫ହଜାର ଟଙ୍କା, ପଶ୍ଚିମବଙ୍ଗରେ ୫୨ହଜାର ଟଙ୍କା, ପୁଡୁଚେରୀରେ ୧.୦୫ଲକ୍ଷ ଟଙ୍କା, ଗୋଆରେ ୧.୨୨ଲକ୍ଷ ଟଙ୍କା, ବିହାରରେ ୧.୬୫ଲକ୍ଷ ଟଙ୍କା, ମହାରାଷ୍ଟ୍ରରେ ୧.୬୦ଲକ୍ଷ ଟଙ୍କା, ଝାଡ଼ଖଣ୍ଡରେ ୧.୭୬ଲକ୍ଷ ଟଙ୍କା, ଆସାମରେ ୧.୭୩ଲକ୍ଷ ଟଙ୍କା, ସିକ୍ମିମରେ ୧.୬୩ ଲକ୍ଷ ଟଙ୍କା, ହରିୟାଣାରେ ୧.୯୫ଲକ୍ଷ ଟଙ୍କା, ମେଘାଳୟରେ ୧.୪୪ଲକ୍ଷ ଟଙ୍କା, କର୍ଣ୍ଣାଟକରେ ୧.୪୫ଲକ୍ଷ ଟଙ୍କା, ରାଜସ୍ଥାନରେ ବିଧାୟକମାନଙ୍କୁ ମାସିକ ୧.୪୨ଲକ୍ଷ ଟଙ୍କା ମିଳୁଛି । ସର୍ବାଧିକ ୨.୫୦ଲକ୍ଷ ଟଙ୍କା ମାସିକ ଦରମା ତେଲେଙ୍ଗାନାରେ ବିଧାୟକଙ୍କୁ ମିଳୁଥିବାବେଳେ ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ୨.୧୦ଲକ୍ଷ ଟଙ୍କା ଓ ଉତ୍ତରପ୍ରଦେଶରେ ବିଧାୟକମାନଙ୍କୁ ୧.୮୭ଲକ୍ଷ ଟଙ୍କା ଦରମା ଓ ଅନ୍ୟାନ୍ୟ ଭତ୍ତା ଆଦି ମିଳୁଛି ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିଧାୟକମାନେ ଦରମା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଗୃହରେ ଦାବି କରିଥିଲେ । ବିଧାୟକମାନଙ୍କ ଦାବିକୁ ଦୃଷ୍ଟିରେ ରଖି ବାଚସ୍ପତି ବିକ୍ରମ କେଶରୀ ଆରୁଖ ୧୦ଜଣ ବିଧାୟକଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରିଥିଲେ । କମିଟିର ଅଧ୍ୟକ୍ଷ ଭାବେ ଅମର ଶତପଥୀ ଥିବାବେଳେ ସେଥିରେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି, ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମେତ ସୁଦାମ ମାର୍ଣ୍ଡି, ସ୍ନେହାଙ୍ଗିନୀ ଛୁରିଆ,ସୀମାରାଣୀ ନାୟକ, ସିଏସ ରାଜନ ଏକ୍କା,ନୃସିଂହ ଚରଣ ସାହୁ, ତାରାପ୍ରସାଦ ବାହିନୀପତି ଓ ମୋହନ ମାଝୀ ସଦସ୍ୟ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story