mla
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ଦ୍ୱାରା ଶ୍ରେଷ୍ଠ ବିଧାୟକ ଭାବେ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଥିବା ନେତାଙ୍କର ଅର୍ଥ ମୋହକୁ ନେଇ ଏବେ ରାଜନୀତିକ ମହଲରେ ଚର୍ଚ୍ଚା।
ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା) ଓ ବିଧାୟକ ପ୍ରଶାନ୍ତ ମୁଦୁଲି ନିଜ ନିଜର ପୁରସ୍କାର ରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦାନ କରିଥିବାବେଳେ ଅନ୍ୟ ବିଧାୟକମାନେ ସରକାରଙ୍କଠୁ ବୋନସ୍ ଭାବେ ପାଇଥିବା ଟଙ୍କା(ପୁରସ୍କାର)କୁ ହାତଛଡ଼ା କରିବାକୁ ଆଗ୍ରହ ଦେଖାଇନାହାନ୍ତି।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଧାନସଭା ପକ୍ଷରୁ ଏକକାଳୀନ ଶ୍ରେଷ୍ଠ ବିଧାୟକ ପୁରସ୍କାର ପାଇଥିବା ୨୪ଜଣଙ୍କ ନେତାଙ୍କୁ ପୁରସ୍କାର ବାବଦରେ ମୋଟ ୧୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟର ଲୋକଙ୍କ ଟିକସ ଅର୍ଥରେ ଏହି ପୁରସ୍କାର ରାଶି ପାଇଥିବା ବିଧାୟକମାନେ ନିଜ ନିଜର ଦକ୍ଷତା ଓ ରାଜ୍ୟ ପ୍ରତି ସେମାନଙ୍କର ଅବଦାନ କ’ଣ ନିଜେ ଅନୁଭବ କରିଥିବେ।
ନିର୍ବାଚନୀ ବର୍ଷରେ ‘ଶ୍ରେଷ୍ଠ ବିଧାୟକ’ ପୁରସ୍କାରକୁ ପ୍ରଚାରପ୍ରସାର କରିବାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରଶଂସା ସାଉଁଟିବାର କୌଣସି ସୁଯୋଗ ହାତଛଡ଼ା କରୁନଥିବା ବିଧାୟକମାନେ ଅତ୍ୟନ୍ତପକ୍ଷେ ପୁରସ୍କାର ରାଶିକୁ ଲୋକସେବାରେ ଲଗାଇବେ ବୋଲି ଆଶା କରାଯାଉଥିଲା।
କିନ୍ତୁ ମାତ୍ର ୨ଜଣ ବିଧାୟକଙ୍କୁ ଛାଡ଼ିଦେଲେ ଏହି ପୁରସ୍କାର ଅର୍ଥକୁ ସେମାନେ ସାର୍ବଜନୀନ କାର୍ଯ୍ୟରେ ଲଗାଇବା କିମ୍ବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେବା ଭଳି କୌଣସି ନିଷ୍ପତ୍ତି ନେଇନଥିବା ଜଣାପଡ଼ିଛି।ପୂର୍ବତନ ବିଧାୟକଙ୍କ କଥା ଅଲଗା। ରାଜକୋଷରୁ ଦରମା ,ଭତ୍ତା ଓ ପେନସନ୍ ବାବଦକୁ ନିୟମିତ ଲକ୍ଷ ଲକ୍ଷ ଟଙ୍କା ନେଉଥିବା ବିଧାୟକମାନେ ନିଜର ପୁରସ୍କାର ରାଶିକୁ ଲୋକଙ୍କ ଉଦ୍ଦେଶ୍ୟରେ ନିୟୋଜିତ କରି ମହନୀୟତା ଦେଖାଇବା ବଦଳରେ ତାକୁ ନିଜ ତହବିଲରେ ରଖିବା ଉଚିତ ହୋଇନାହିଁ ବୋଲି ଚର୍ଚ୍ଚା ହେଉଛି।
ଏପଟେ ବିଜେଡି ବିଧାୟିକା ତଥା ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରମିଳା ମଲ୍ଲିକ ଏହି ପୁରସ୍କାର ପାଇବା ପରେ ଆସନ୍ତା ୩ତାରିଖରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ନିଜ ପାଇଁ ଏକ ବଡ଼ଧରଣର ସମ୍ବର୍ଦ୍ଧନା ସଭା କରିବା ପାଇଁ ଯାଉଥିବା ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/08/mla.jpg)