Advertisment

ସପ୍ତାହାନ୍ତ ଶଟ୍‌ଡାଉନ୍‌ରେ ମିଳିବନି ‘ମୋ ବସ୍‌’ର ନିୟମିତ ସେବା, କିନ୍ତୁ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ବଢୁଥିବା ଯୋଗୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍‌ଡାଉନ୍ ଘୋଷଣା କରିଛନ୍ତି ସରକାର, ଯାହା ଆସନ୍ତାକାଲି ଠାରୁ ଲାଗୁ ହେବାକୁ ଯାଉଛି। ଆଉ ଏହି ସପ୍ତାହାନ୍ତ ଶଟ୍‌ଡାଉନ୍‌ ବେଳେ ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ର ନିୟମିତ ସେବା ବନ୍ଦ ରହିବ। ଏନେଇ ଦି କ୍ୟାପିଟାଲ୍‌ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପର୍ଟ (କ୍ରୁଟ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି। କ୍ରୁଟ୍‌ କହିଛି, ସପ୍ତାହାନ୍ତ ଶଟ୍‌ ଡାଉନ୍‌ ବେଳେ ମୋ ବସ୍‌ର ନିୟମିତ ସେବା […]

ଅଦ୍ୟତନ ହୋଇଛି
ସପ୍ତାହାନ୍ତ ଶଟ୍‌ଡାଉନ୍‌ରେ ମିଳିବନି ‘ମୋ ବସ୍‌’ର ନିୟମିତ ସେବା, କିନ୍ତୁ...

Mo Bus

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ବଢୁଥିବା ଯୋଗୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍‌ଡାଉନ୍ ଘୋଷଣା କରିଛନ୍ତି ସରକାର, ଯାହା ଆସନ୍ତାକାଲି ଠାରୁ ଲାଗୁ ହେବାକୁ ଯାଉଛି। ଆଉ ଏହି ସପ୍ତାହାନ୍ତ ଶଟ୍‌ଡାଉନ୍‌ ବେଳେ ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ର ନିୟମିତ ସେବା ବନ୍ଦ ରହିବ। ଏନେଇ ଦି କ୍ୟାପିଟାଲ୍‌ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପର୍ଟ (କ୍ରୁଟ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

କ୍ରୁଟ୍‌ କହିଛି, ସପ୍ତାହାନ୍ତ ଶଟ୍‌ ଡାଉନ୍‌ ବେଳେ ମୋ ବସ୍‌ର ନିୟମିତ ସେବା ବନ୍ଦ ରହିଲେ ମଧ୍ୟ ରେଲୱେ ଷ୍ଟେସନ୍‌ରୁ ଯାତ୍ରୀଙ୍କୁ ନେବା ପାଇଁ ଏହା ଚାଲିବ। ରେଲୱେ ଷ୍ଟେସନ୍‌ରୁ କଟକ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ଚାଲିବ ‘ମୋ ବସ୍‌’। ସେହିପରି ଭୁବନେଶ୍ୱର ବିମାନବନ୍ଦରରୁ ଷ୍ଟେସନକୁ ସଟଲ ସେବା ମିଳିବ।

ଟ୍ୱିନ୍‌ସିଟିରେ କଡ଼ାକଡ଼ି ହେବ କଟକଣା
ଟ୍ୱିନ୍‌ ସିଟି (ଭୁବନେଶ୍ୱର ଓ କଟକ)ରେ ସପ୍ତାହାନ୍ତ ଶଟ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି କହିଛନ୍ତି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

Advertisment

ସେ କହିଛନ୍ତି, କଟକର ୨୫ଟି ଜାଗାରେ ଓ ଭୁବନେଶ୍ୱରର ୪୩ଟି ଜାଗାରେ ନାକାବନ୍ଦୀ କରାଯିବ। କଟକରେ ୧୨ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ହେବେ। ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ ଓ ୧୫୦ ଅଫିସର ଦାୟିତ୍ୱରେ ରହିବେ। ନାକା ପଏଣ୍ଟରେ ଲୋକମାନଙ୍କୁ ଚେକିଂ କରିବେ ପୁଲିସ କର୍ମଚାରୀ। ଏହା ସହିତ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ଯାଆସକୁ ସହଜ କରିବେ।

ସିପି ଆହୁରି କହିଛନ୍ତି, ସପ୍ତାହାନ୍ତ ଶଟ୍‌ଡାଉନ୍‌ ପାଇଁ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ସ୍ପେଶାଲ ପାସ୍ ବ୍ୟବସ୍ଥା କରାଯାଇ ନାହିଁ। ସେମାନେ ନିଜ ସଂସ୍ଥା ଦ୍ୱାରା ପ୍ରଦତଃ ପରିଚୟପତ୍ର ଦେଖାଇ କାମକୁ ଯାଇପାରିବେ। ସେହିପରି ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପୁଲିସ୍ କମିଶନର କହିଛନ୍ତି, ରାଜ୍ୟ ସରକାର ଘଣ୍ଟାଏ ପାଇଁ କଟକଣା କୋହଳ କରିଛନ୍ତି। ନାଇଟ୍‌ କର୍ଫ୍ୟୁ ସକାଳ ୫ଟାରେ ଶେଷ ହେଉଥିବା ୬ଟା ପର୍ଯ୍ୟନ୍ତ ଘଣ୍ଟାଏ ପାଇଁ ମର୍ଣ୍ଣିଂ ୱାକ୍ ଓ ସାଇକ୍ଲିଂ ଆଦି ଶାରୀରିକ ବ୍ୟାୟମ କରିବା ପାଇଁ କଟକଣାକୁ କୋହଳ କରିଛନ୍ତି। କିନ୍ତୁ ତା’ପରେ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏହା ସହିତ ସମସ୍ତଙ୍କୁ କଟକଣା ପାଳନ କରିବାକୁ ନିବେଦନ କରିଛନ୍ତି ପୁଲିସ୍‌ କମିଶନର।

ସୂଚନାଯୋଗ୍ୟ, ରାଜ୍ୟରେ ଲଗାତାର ଦୁଇ ଦିନ ହେଲାଣି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଉପରେ ରହୁଛି। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ୬୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ଘଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe