Advertisment

ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ’ ବସ୍‌

ବ୍ଲକରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ’ ବସ୍‌। ପ୍ରଥମ ପର୍ଯାୟରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ହାତକୁ ନିଆଯାଇଛି।

author-image
Manoranjan Sial
Mo Bus

Mo Bus

ରାଜ୍ୟର ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ’ ବସ୍‌। ‘ଲକ୍ଷ୍ମୀ’ ଯୋଜନାରେ ଗ୍ରାମାଞ୍ଚଳରେ ଦିଆଯିବ ପରିବହନ ସୁବିଧା। ବ୍ଲକରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ’ ବସ୍‌। ପ୍ରଥମ ପର୍ଯାୟରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ହାତକୁ ନିଆଯାଇଛି। କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ନିଆଯାଇଛି। ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ଚାଲିବ ମୋ’ ବସ୍‌। ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ।

Advertisment

ରାଜ୍ୟର ଏମିତି ଅନେକ ଅଞ୍ଚଳ ରହିଛି, ସେଠାକୁ ଯୋଗାଯୋଗ ବ୍ୟବସ୍ଥା ନାହିଁ। ନା ସରକାରୀ ଗାଡ଼ି ଚାଲୁଛି ନା ପ୍ରାଇଭେଟ୍‌। ତେଣୁ ସେହି ଅଞ୍ଚଳରେ ଲୋକମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛି। ଅଜଥାରେ ଖର୍ଚ୍ଚାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲେ। ଏବେ ଏହି ଦୁଃଖ ଦୂର ହେବାକୁ ଯାଉଛି। କାରଣ ପ୍ରତି ଗାଁକୁ ଚାଲିବ ମୋ’ ବସ୍‌ ଚଲାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସେପଟେ ସ୍କ୍ରାପ୍‌ ନେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ସ୍କ୍ରାପ୍‌ ହୋଇଛି ୧୬୦୦ ସରକାରୀ ଗାଡ଼ି। କେନ୍ଦ୍ର ସରକାରଙ୍କ ସ୍କ୍ରାପ୍‌ ସେଣ୍ଟର ଓ MSTC ଦ୍ଵାରା ସବୁ ସରକାରୀ ଗାଡ଼ିକୁ ସ୍କ୍ରାପ୍‌ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଏଥିଲାଗି ଭାରତ ସରକାର ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଧୀରେ ଧୀରେ ସରକାରଙ୍କ ପାଖରେ ଥିବା ସମସ୍ତ ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି ସ୍କ୍ରାପ୍‌ କରାଯାଉଛି ବୋଲି ବାଣିଜ୍ୟ ଓ ପରିବହନ ସଚିବ କହିଛନ୍ତି।

Advertisment
Mo Bus Mo Bus Service