Advertisment

‘ମୋ ଘର, ବିଜେପି ପରିବାର’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୋ ଘର, ବିଜେପି ପରିବାର’ ନାଁରେ ନୂଆ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରୁ ବିଧିବଦ୍ଧ ଭାବେ ଏହାର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମ ଅନୁସାରେ ବିଜେପିର ସମସ୍ତ କର୍ମୀ ଓ ନେତାଙ୍କ ଘରେ ଏଣିକି ବିଜେପି ପତାକା ଲଗାଯିବ। ଏହି ଅବସରରେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ପୁଣି ଥରେ କ୍ଷମତାକୁ ଆଣିବା ପାଇଁ ଧର୍ମେନ୍ଦ୍ର ଆହ୍ୱାନ ଦେଇଥିଲେ। ସେ କହିଛନ୍ତି, “ବିଜେପିର କର୍ମକର୍ତ୍ତା, ଆମ […]

author-image
Rakesh Mallick
‘ମୋ ଘର, ବିଜେପି ପରିବାର’ କାର୍ଯ୍ୟକ୍ରମ ଆରମ୍ଭ

bjp

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୋ ଘର, ବିଜେପି ପରିବାର’ ନାଁରେ ନୂଆ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରୁ ବିଧିବଦ୍ଧ ଭାବେ ଏହାର ଶୁଭାରମ୍ଭ କରିଛନ୍ତି।

Advertisment

କାର୍ଯ୍ୟକ୍ରମ ଅନୁସାରେ ବିଜେପିର ସମସ୍ତ କର୍ମୀ ଓ ନେତାଙ୍କ ଘରେ ଏଣିକି ବିଜେପି ପତାକା ଲଗାଯିବ।

ଏହି ଅବସରରେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ପୁଣି ଥରେ କ୍ଷମତାକୁ ଆଣିବା ପାଇଁ ଧର୍ମେନ୍ଦ୍ର ଆହ୍ୱାନ ଦେଇଥିଲେ। ସେ କହିଛନ୍ତି, “ବିଜେପିର କର୍ମକର୍ତ୍ତା, ଆମ ବନ୍ଧୁ, ସମର୍ଥକଙ୍କ ଘରେ ବିଜେପି ପତାକା ଲାଗିବ। ଏହାସହ ନରେନ୍ଦ୍ର ମୋଦିଙ୍କୁ ଭଲ ପାଉଥିବା ଓ ସେ ଆଉ ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଥିବା ବ୍ୟକ୍ତି, ବିଶେଷ କରି ଯୁବଗୋଷ୍ଠୀଙ୍କ ଘରେ ଏ କାର୍ଯ୍ୟକ୍ରମ ପହଞ୍ଚା ଯିବ।”

Advertisment

କାର୍ଯ୍ୟକ୍ରମରେ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।