Advertisment

ଓକାକ୍ ଟାୱାରରୁ ଚାଲିବ ‘ମୋ ସରକାର’ ଅଫିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାମାସ ୨ତାରିଖ ବା ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଦିନ ଫାଇଭ୍-ଟି ଅନ୍ତର୍ଗତ ‘ମୋ ସରକାର’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ‘ମୋ ସରକାର’ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଫିସ୍ ଓକାକ୍ ଟାୱାରରେ ହେବ। ପ୍ରଥମ ପର୍ଯ୍ୟାୟରେ ‘ମୋ ସରକାର’ କାର୍ଯ୍ୟକ୍ରମରେ ଥାନା ଓ ଡାକ୍ତରଖାନାକୁ ସାମିଲ କରାଯାଇ ଥିବାବେଳେ ଏହାର କଣ୍ଟ୍ରୋଲରୁମ୍ ଓକାକ୍ ଟାୱାରରେ ରହିବ। ଟେକ୍ନୋଲୋଜି ମାଧ୍ୟମରେ […]

ଓକାକ୍ ଟାୱାରରୁ ଚାଲିବ ‘ମୋ ସରକାର’ ଅଫିସ୍

ocac

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାମାସ ୨ତାରିଖ ବା ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଦିନ ଫାଇଭ୍-ଟି ଅନ୍ତର୍ଗତ ‘ମୋ ସରକାର’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ‘ମୋ ସରକାର’ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଫିସ୍ ଓକାକ୍ ଟାୱାରରେ ହେବ।

Advertisment

ପ୍ରଥମ ପର୍ଯ୍ୟାୟରେ ‘ମୋ ସରକାର’ କାର୍ଯ୍ୟକ୍ରମରେ ଥାନା ଓ ଡାକ୍ତରଖାନାକୁ ସାମିଲ କରାଯାଇ ଥିବାବେଳେ ଏହାର କଣ୍ଟ୍ରୋଲରୁମ୍ ଓକାକ୍ ଟାୱାରରେ ରହିବ। ଟେକ୍ନୋଲୋଜି ମାଧ୍ୟମରେ ‘ମୋ ସରକାର’ କାର୍ଯ୍ୟକ୍ରମ ପରିଚାଳିତ ହେବାର ଥିବାବେଳେ ରାଜ୍ୟ ସରକାରଙ୍କ ଆଇଟି ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଏହାର ତଦାରଖ ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି । ଶ୍ରୀ ପଟ୍ଟନାୟକ ଆଜିଠୁ ଓକାକ୍ ଟାୱାରରେ ନିଜର ଅଫିସ୍ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ଗାନ୍ଧି ଜୟନ୍ତୀରେ ଓକାକ୍ ଟାୱାର ଯାଇ ସେଠାରୁ ‘ମୋ ସରକାର’ ଅଫିସକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe