Advertisment

ରାଜ୍ୟର ୩୯୩୩ ଗାଁକୁ ମିଳିବ ମୋବାଇଲ ନେଟୱାର୍କ, ଆସନ୍ତାକାଲି ଉଦଘାଟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ମୋବାଇଲ ନେଟୱାର୍କ ସୁବିଧା ନଥିବା ଅଂଚଳକୁ ମୋବାଇଲ ସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଦୂରସଂଚାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ଗ୍ରାମାଂଚଳରେ ୩୯୯୩ଟି ଗାଁକୁ ମୋବାଇଲ ଟାୱାର ସଂଯୋଗ ଓ ୨୦୭ଟି ନୂଆ ପୋଷ୍ଟ ଅଫିସ୍ ଖୋଲିବା ଦିଗରେ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରେଳ ମନ୍ତ୍ରୀ ଶ୍ରୀ […]

ଅଦ୍ୟତନ ହୋଇଛି
ଓଡ଼ିଶାର ୯ହଜାର ଗାଁରେ ନାହିଁ ମୋବାଇଲ ନେଟୱାର୍କ

mobil-tower

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ମୋବାଇଲ ନେଟୱାର୍କ ସୁବିଧା ନଥିବା ଅଂଚଳକୁ ମୋବାଇଲ ସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଦୂରସଂଚାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ଗ୍ରାମାଂଚଳରେ ୩୯୯୩ଟି ଗାଁକୁ ମୋବାଇଲ ଟାୱାର ସଂଯୋଗ ଓ ୨୦୭ଟି ନୂଆ ପୋଷ୍ଟ ଅଫିସ୍ ଖୋଲିବା ଦିଗରେ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି।

Advertisment

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ବିଏସଏନଏଲ ଭବନରେ ଏସବୁ ମୋବାଇଲ ନେଟୱାର୍କ ନଥିବା ୩୯୯୩ଟି ଗାଁକୁ ମୋବାଇଲ ଟାୱାର ସଂଯୋଗ ଦେବା କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତପସ୍ୱିନୀ ଏକ୍ସପ୍ରେସ୍ ଓ ରାଜଧାନୀ ଏକ୍ସପ୍ରେସର ସଂଯୋଗୀକରଣର ଶୁଭାରମ୍ଭ କରିବେ ।

ଅଧିକ ପଢନ୍ତୁ : ବାଉଁଶରେ ମୋବାଇଲ୍‌ ଟାୱର ତିଆରି କରି ଉଦ୍‌ଘାଟନ କରିବାକୁ କହିଲେ ଲୋକେ, ବିଧାୟକ ହଟହଟା

Advertisment

ଶୁକ୍ରବାର ସକାଳେ କଟକସ୍ଥିତ ଚଣ୍ଡିମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ପରେ କଟକଠାରେ ଏକ ନୂଆ ମୋବାଇଲ ହେଲଥ ୟୁନିଟର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ । କଟକ ରେଳ ଷ୍ଟେସନ ପରିଦର୍ଶନ ଓ ଦ୍ୱିତୀୟ ପ୍ରବେଶ ଦ୍ୱାରର ଶୁଭ ଉଦଘାଟନ କରିବା ପରେ ସେ ବାଲେଶ୍ୱର ଗସ୍ତ କରିବେ। ବାଲେଶ୍ୱରଠାରେ ବାଲେଶ୍ୱର-ଭୁବନେଶ୍ୱର ପ୍ରଥମ ମେମୁ ପାସେଞ୍ଜର ଟ୍ରେନ ଯାତ୍ରାର ଶୁଭାରମ୍ଭ କରିବା ପରେ ନୀଳଗିରି ଯାଇ ବାଲେଶ୍ୱର-ନୀଳଗିରି ରେଳପଥର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

କ୍ଷୀରଚୋରା ଗୋପୀନାଥ ମନ୍ଦିର ଦର୍ଶନ କରିବା ପରେ ସେ ବସ୍ତା ଯାଇ ସେଠାରେ ରେଳଷ୍ଟେସନର ଉନ୍ନୀତିକରଣ ଓ ଭଦ୍ରକ-ଖଡ଼ଗପୁର ତୃତୀୟ ରେଳଲାିନ୍ କାର୍ଯ୍ୟର ତଦାରଖ କରିବେ । ଜଳେଶ୍ୱର ରେଳଷ୍ଟେସନର ନୂଆ କୋଠା ଉଦଘାଟନ କରିବା ପରେ ଶ୍ରୀ ବୈଷ୍ଣବ ଭୁବନେଶ୍ୱର ଫେରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

Telecom Operator Ashwini Vaishnav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe