Advertisment

ଫେରିଲା ପୁଲିସ କର୍ମଚାରୀଙ୍କ ଉପରେ ମୋବାଇଲ ବ୍ୟବହାର କଟକଣା

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ରତ୍ନସିଂହାସନରେ ବିରାଜିତ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ ହେବାପରେ ଶ୍ରୀମନ୍ଦିରରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ଉପରେ ମୋବାଇଲ ବ୍ୟବହାର ନେଇ କଟକଣା। ପୁରୀ ଏସ୍‌ପି ଏଭଳି ନିର୍ଦ୍ଦେଶ ଜାରି କରିଥିବା ଜଣାପଡ଼ିଛି। ସମସ୍ତ ପୁଲିସ କର୍ମଚାରୀଙ୍କୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ ନେବାକୁ ବାରଣ କରାଯାଇଛି। ଶ୍ରୀମନ୍ଦିରରେ ପ୍ରବେଶ ହେଉ ବା କାମରେ ନିୟୋଜିତ ସମୟରେ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି। ଶ୍ରୀମନ୍ଦିରରେ ନିୟୋଜିତ ହୋମଗାର୍ଡ, ଏସ୍‌ଓପି ଯବାଙ୍କ ସମେତ ସମସ୍ତ ପୁଲିସ […]

ଅଦ୍ୟତନ ହୋଇଛି
ଫେରିଲା ପୁଲିସ କର୍ମଚାରୀଙ୍କ ଉପରେ ମୋବାଇଲ ବ୍ୟବହାର କଟକଣା

srimandir

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ରତ୍ନସିଂହାସନରେ ବିରାଜିତ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ ହେବାପରେ ଶ୍ରୀମନ୍ଦିରରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ଉପରେ ମୋବାଇଲ ବ୍ୟବହାର ନେଇ କଟକଣା। ପୁରୀ ଏସ୍‌ପି ଏଭଳି ନିର୍ଦ୍ଦେଶ ଜାରି କରିଥିବା ଜଣାପଡ଼ିଛି। ସମସ୍ତ ପୁଲିସ କର୍ମଚାରୀଙ୍କୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ ନେବାକୁ ବାରଣ କରାଯାଇଛି। ଶ୍ରୀମନ୍ଦିରରେ ପ୍ରବେଶ ହେଉ ବା କାମରେ ନିୟୋଜିତ ସମୟରେ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି। ଶ୍ରୀମନ୍ଦିରରେ ନିୟୋଜିତ ହୋମଗାର୍ଡ, ଏସ୍‌ଓପି ଯବାଙ୍କ ସମେତ ସମସ୍ତ ପୁଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ପାଳନ ନିମନ୍ତେ କୁହାଯାଇଛି। ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଆପାତକାଳିନ ସେବାରେ ନିଯୁକ୍ତ ଥିବା କିଛି ସିନିୟର ଅଧିକାରୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା କରାଯାଇଛି।

Advertisment

ତେବେ ସୂଚନା ଥାଉକି, ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରରେ ମୋବାଇଲ ବ୍ୟବହାର ଓ ଭିତରେ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ବିଭିନ୍ନ ଲୋକ ଛାଡ଼ିବାକୁ ନେଇ ଅଲୋଚନା ହୋଇଛି। ଶ୍ରୀମନ୍ଦିରରେ ମୋବାଇଲ ବ୍ୟବହାର ଦ୍ୱାରା ଏଠାରେ ସୁରକ୍ଷା ବିପଦରେ ପଡ଼ିବା ଆଶଙ୍କା ପ୍ରକାଶ କରାଯାଇଛି। ମୋବାଇଲ ବ୍ୟବହାରକାର ଉପରେ କଟକଣା ଜାରି କରାଯିବା ସହ କେହି ଶ୍ରୀମନ୍ଦିରରେ ମୋବାଇଲ ବ୍ୟବହାର କରୁଥିବା ଧରାପଡ଼ିଲେ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ହେଉ କିମ୍ବା ପୁଲିସ ପ୍ରଶାସନ ଲାଗୁ କରିବାରେ ଫେଲ ମାରିଛି।

ସେପଟେ ଶ୍ରୀମନ୍ଦିର ପ୍ରଶାସନର ଏକ ଆରଟିଆଇ ତଥ୍ୟ ଅନୁସାରେ ଶ୍ରୀମନ୍ଦିରରେ କେବଳ ଜିଲ୍ଲାପାଳ, ଏସ୍‌ପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସୂଚନା ଅଧିକାରୀ, ଶ୍ରୀମନ୍ଦିର ସୁପରିଣ୍ଟେଣ୍ଡେଣ୍ଟ ମୋବାଇଲ ବ୍ୟବହାର କରିପାରିବେ। ଅନ୍ୟମାନେ ମୋବାଇଲ ବ୍ୟବହାର କଲେ ଆଇନ ଅନୁଯାୟୀ ବେଆଇନ ବୋଲି ଧରାଯିବ। ହେଲେ ବାଡ଼ ଫସଲ ଖାଇବା ଭଳି ଶ୍ରୀମନ୍ଦିରରେ ଅନେକ ପୁଲିସ କର୍ମଚାରୀ, ଜେଟିପି, ସେବାୟତ, ସେବାୟତ ସହାୟକମାନେ ଖୁଲମଖୁଲ ମୋବାଇଲ ବ୍ୟବହାର କରୁଛନ୍ତି। କଟକଣାକୁ ମାନି କେତେକ ଭକ୍ତ ମୋବାଇଲ ଷ୍ଟାଣ୍ଡରେ ମୋବାଇଲ ରଖି ଯାଉଥିବା ବେଳେ କିଛି ଜଣାତ କିମ୍ବା ଅଜାଣତରେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇ ଯାଉଛନ୍ତି। ସେଠାରେ ଠାକୁରଙ୍କର କିମ୍ବା ଠାକୁର ଦର୍ଶନ ଓ ପରିଦର୍ଶନ ସମୟର ଫଟୋ ନେଇ ପରବର୍ତ୍ତି ସମୟରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି। ଅତିତରେ ଅନେକ ପୁଲିସ କର୍ମଚାରୀ ଓ ଅଧିକାରୀମାନେ ଏଭଳି ଘଟଣାରେ ଅଲୋଚନାକୁ ଆସିଛନ୍ତି। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନିକ ବ୍ୟବସ୍ଥା ସମାଲୋଚନାକୁ ଆସୁଛି। ଶ୍ରୀମନ୍ଦିର କର୍ମଚାରୀ ଓ ପୁଲିସ କର୍ମଚାରୀମାନେ ମୋବାଇଲ ବ୍ୟବହାର କରୁଥିଲେ ହେଁ ସେମାନଙ୍କ ଗୁଣ୍ଡାମୀ କରିବା ଭୟରେ ସାଧାରଣ ଭକ୍ତ ମୁହଁ ଖୋଲନ୍ତିନି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ବିନା କ୍ୟାମେରା ଫୋନ୍ ଯୋଗାଇ ଦେବାକୁ ପଦକ୍ଷେପ ନେଇଥିଲେ ହେଁ, ଏହା ବି ଫେଲ ମାରିଛି। ଫଳତଃ ଅନେକ ସେବାୟତ ଶ୍ରୀମନ୍ଦିରରେ ଖୁଲମ ଖୁଲା ସ୍ମାର୍ଟ ମୋବାଇଲ ବ୍ୟବହାର କରୁଛନ୍ତି।

Advertisment

ତେଣୁ ଶ୍ରୀମନ୍ଦିର ଫଟୋ କିମ୍ବା ଭିଡ଼ିଓ ଭାଇରାଲ ନେଇ ଗଣମାଧ୍ୟମରେ ଅଲୋଚନା ହେଲେ ଶ୍ରୀମନ୍ଦିର ପ୍ରଶାସନ କେବଳ ଏତଲା କରି ବସି ଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe