ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରିର ସ୍ଵାଭିମାନ ଅଞ୍ଚଳରେ ଆରମ୍ଭ ହୋଇଛି ମୋବାଇଲ ସେବା । ହାନ୍ତାଳଗୁଡ଼ା, ପିପଲପଦର, ଯନ୍ତାପାଇ ଓ ଦାରଲାବେଡ଼ାରେ ମୋବାଇଲ ସେବା ଯୋଗାଇଛି ଘରୋଇ କମ୍ପାନୀ ଏୟାରଟେଲ। ଏଥିରେ ପ୍ରାୟ ୩୦ ହଜାର ଲୋକ ଉପକୃତ ହେବେ।
ପୂର୍ବରୁ ମୋବାଇଲ ସେବା ପାଇଁ ଏହି ଅଞ୍ଚଳର ଲୋକଙ୍କୁ ଚିତ୍ରକୋଣ୍ଡା ଆସିବାକୁ ପଡ଼ୁଥିଲା। ନକ୍ସଲଙ୍କ ନାଲି ଆଖି ଭୟରେ ଏହି ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରୁ ନ ଥିଲା। ପ୍ରଶାସନ ଓ ପୁଲିସର ସୁରକ୍ଷା ଯୋଗୁ ଆଜି ସ୍ଵାଭିମାନ ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରିଛି। ପୂର୍ବରୁ ଗୁରୁପ୍ରିୟା ସେତୁ ଯୋଗୁ ଯୋଗାଯୋଗ ସମ୍ଭବ ହୋଇଥିବା ବେଳେ ଏବେ ମୋବାଇଲ ସୁବିଧା ସ୍ଵାଭିମାନ ଅଞ୍ଚଳବାସୀଙ୍କୁ ବିକାଶ ସହ ଯୋଡ଼ିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଅପେକ୍ଷା କରିଥିଲେ ପ୍ରେମିକା! ଜେଲ୍ରୁ ଆସି ବାହାହେଲେ
ପରିବାର ଲୋକଙ୍କ ବାରଣ ଯୋଗୁ ପୂର୍ଣ୍ଣିମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ ଶୁକଦେବ। ପୂର୍ଣ୍ଣିମା ଫୋନ୍ କଲେ ସେ ଉଠାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପୂର୍ଣ୍ଣିମା।
Politics
ଖୁସି ଖବର; ବାଦ ପଡ଼ିଥିବା ୨୫% ମହିଳାଙ୍କୁ ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଟଙ୍କା
ଆସନ୍ତାକାଲି ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା।
Accident
ଏମିତି ଆସେ ମୃତ୍ୟୁ; ବାଲିଯାତ୍ରା ବୁଲିଲା ବେଳେ ଟଳିପଡ଼ିଲେ ଯୁବକ
ଗତକାଲି ପ୍ରମୋଦ ନିଜର ୪ ସାଙ୍ଗ ମାନଙ୍କ ସହ ବାଲିଯାତ୍ରା ଆସିଥିଲେ।