tower
ବାଲିଗୁଡ଼ା (ଅଜିତ ନାୟକ): ଅଦରକାରୀ ନଳକୂଅର ଲୁହା ପାଇପ୍ରେ ତିଆରି ହୋଇଛି ମୋବାଇଲ୍ ଟାୱାର। ଏହା ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ। ଗାଁ ଲୋକଙ୍କର ପ୍ରଚେଷ୍ଟା ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଏପରି ମିନି ମୋବାଇଲ ଟାୱାର ତିଆରି ହୋଇଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତରେ। ତିଲୋରୀ ପଞ୍ଚାୟତରେ ୫୦୦୦ରୁ ଅଧିକ ଲୋକ ରୁହନ୍ତି। କିନ୍ତୁ ମୋବାଇଲ ଟାୱାର ନଥିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ।
ଏପରିକି ଆମ୍ୱୁଲାନ୍ସକୁ ଯୋଗାଯୋଗ କରିବା ପାଇଁ ଲୋକଙ୍କୁ ନେଟୱାର୍କ ଥିବା ସ୍ଥାନକୁ ଯାଇ ଫୋନ୍ କରିବାକୁ ପଡ଼ୁଥିଲା। ତେବେ ଏ ନେଇ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିବା ଅଦରକାରୀ ନଳକୂପ ଲୁହା ପାଇପ୍ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିନି ମୋବାଇଲ ଟାଓ୍ୱାର ନିର୍ମାଣ କରାଯାଇଛି।
ମାତ୍ର ୨୫ ହଜାର ଟଙ୍କା ଖର୍ଚ୍ଚ କରାଯାଇ ଏହି ମୋବାଇଲ ଟାୱାରକୁ ତିଆରି କରାଯାଇଛି।
ଅଦରକାରୀ ଲୁହା ପାଇପ୍ରେ ମୋବାଇଲ ଟାୱାର ନିର୍ମାଣ ପ୍ରଥମ କରି ଖଜୁରିପଡା ବ୍ଲକରେ ସଫଳତାର ସହ ନିର୍ମାଣ କରାଯିବା ପରେ ତିଲୋରୀ ପଞ୍ଚାୟତ ପରିସରରେ ମିନି ମୋବାଇଲ ଟାଓ୍ୱାର ପ୍ରତିଷ୍ଠା କରାଯାଇଛି। ଏପରି ଏକ ଦୁର୍ଗମ ଅଞ୍ଚଳରେ ମୋବାଇଲ ସେବା ପହଞ୍ଚିବା ପରେ ସେହି ଅଞ୍ଚଳରେ ଖୁସିର ବାତାବରଣ ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/tower.jpg)