Advertisment

ବିଜେପୁର ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମଗ୍ର ବରଗଡ଼ ଜିଲ୍ଲାରେ ତକ୍ରାଳ ପ୍ରଭାବରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହି ଆଚରଣ ବିଧି ନିର୍ବାଚନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଅର୍ଥାତ୍ ଅକ୍ଟୋବର ୨୭ତାରିଖ ଯାଏ ବଳବତ୍ତର ରହିବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୁରେନ୍ଦ୍ର କୁମାର କହିଛନ୍ତି ଯେ ଆସନ୍ତା ବିଜେପୁର ଉପନିର୍ବାଚନରେ ୨୮୫ଟି ବୁଥ୍ ମାଧ୍ୟମରେ ୨,୩୨,୦୦୫ଜଣ ଭୋଟର ନିଜର […]

ଅଦ୍ୟତନ ହୋଇଛି
ବିଜେପୁର ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ

odisha-govt-declar-special-packgee-for-bijapur

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମଗ୍ର ବରଗଡ଼ ଜିଲ୍ଲାରେ ତକ୍ରାଳ ପ୍ରଭାବରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହି ଆଚରଣ ବିଧି ନିର୍ବାଚନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଅର୍ଥାତ୍ ଅକ୍ଟୋବର ୨୭ତାରିଖ ଯାଏ ବଳବତ୍ତର ରହିବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

Advertisment

ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୁରେନ୍ଦ୍ର କୁମାର କହିଛନ୍ତି ଯେ ଆସନ୍ତା ବିଜେପୁର ଉପନିର୍ବାଚନରେ ୨୮୫ଟି ବୁଥ୍ ମାଧ୍ୟମରେ ୨,୩୨,୦୦୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୧,୧୯,୯୧୬ଜଣ ପୁରୁଷଙ୍କ ସମେତ ୧,୧୨,୦୭୪ଜଣ ମହିଳା ଓ ୧୫ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ଚଳିତମାସ ୨୩ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୩୦ତାରିଖକୁ ଧାର୍ଯ୍ୟ କରାଯାଇଥିବା ବେଳେ ଅକ୍ଟୋବର ୧ରେ ନାମାଙ୍କନ ପତ୍ର ଯାଞ୍ଚ ଓ ଅକ୍ଟୋବର ୩ରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।ଅକ୍ଟୋବର ୨୧ତାରିଖରେ ଭୋଟଗ୍ରହଣ ଓ ଅକ୍ଟୋବର ୨୪ତାରିଖରେ ଭୋଟ ଗଣତି ହେବ। ଆଜି ନିର୍ବାଚନ ତାରିଖ ଘୋଷଣା ସହ ତକ୍ରାଳ ପ୍ରଭାବରୁ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ଜୁନ୍ ୨ତାରିଖରେ ଇସ୍ତଫା ଦେବାପରେ ଏହି ଆସନ ଖାଲି ପଡ଼ିଥିଲା। ବିଜେଡି ସେଠାରେ ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପ୍ରାର୍ଥୀ କରିବା ଏକପ୍ରକାର ନିଶ୍ଚିତ ଥିବାବେଳେ କଂଗ୍ରେସ ନିଜର ବରିଷ୍ଠ ନେତା ରିପୁନାଥ ସେଠଙ୍କ ପୁଅଙ୍କୁ ଏବଂ ବିଜେପି ସେଠାରେ ସନତ ଗରତିଆଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe