Advertisment

ମିଶନ-୧୨୦+ ଭୁଲିଗଲେ ମୋଦି, ନବୀନ କି ବିଜେଡିକୁ ଟାର୍ଗେଟ କଲେନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ‘ମିଶନ ୧୨୦+’ର ଦମ୍ଭୋକ୍ତି ବାଢ଼ୁଥିବା ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ଉତ୍ସାହଜନକ ହେବା ପରିବର୍ତ୍ତେ ଆଗାମୀ ଦିନରେ ବିଜେପି ଓ ବିଜେଡି ମଧ୍ୟରେ ଅଘୋଷିତ ଚୁକ୍ତି ହେବାର ସଙ୍କେତ ଦେଇଛି। ବିଜେପିର ବିଶାଳ ଜନସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କିମ୍ବା ତାଙ୍କ ଦଳ ବିଜେଡିକୁ ସାମାନ୍ୟତମ ସମାଲୋଚନା କରିନାହାନ୍ତି।ଚିଟଫଣ୍ଡ, ପିସି କଲଚର, ଜଳସେଚନ ଓ ସ୍ୱାସ୍ଥ୍ୟସେବାରେ ବିଫଳତା,ଶିକ୍ଷକ ଆନ୍ଦୋଳନ ଆଦି ପ୍ରସଙ୍ଗ ଉଠାଇ […]

ମିଶନ-୧୨୦+ ଭୁଲିଗଲେ ମୋଦି, ନବୀନ କି ବିଜେଡିକୁ ଟାର୍ଗେଟ କଲେନି

bjp

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ‘ମିଶନ ୧୨୦+’ର ଦମ୍ଭୋକ୍ତି ବାଢ଼ୁଥିବା ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ଉତ୍ସାହଜନକ ହେବା ପରିବର୍ତ୍ତେ ଆଗାମୀ ଦିନରେ ବିଜେପି ଓ ବିଜେଡି ମଧ୍ୟରେ ଅଘୋଷିତ ଚୁକ୍ତି ହେବାର ସଙ୍କେତ ଦେଇଛି।

Advertisment

ବିଜେପିର ବିଶାଳ ଜନସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କିମ୍ବା ତାଙ୍କ ଦଳ ବିଜେଡିକୁ ସାମାନ୍ୟତମ ସମାଲୋଚନା କରିନାହାନ୍ତି।ଚିଟଫଣ୍ଡ, ପିସି କଲଚର, ଜଳସେଚନ ଓ ସ୍ୱାସ୍ଥ୍ୟସେବାରେ ବିଫଳତା,ଶିକ୍ଷକ ଆନ୍ଦୋଳନ ଆଦି ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦି ବ୍ୟବସ୍ଥାରେ ବିଫଳତା ଓ ସରକାରରେ ସମ୍ବେଦନହୀନତାକୁ ରେଖାଙ୍କିତ କରିଛନ୍ତି। ତେବେ ନିର୍ବାଚନୀ ବର୍ଷରେ ମୋଦିଙ୍କ ଏଭଳି ଆଭିମୁଖ୍ୟ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ମୋଦିଙ୍କୁ ଓଡ଼ିଶା ଓ ବିଜେଡି ପ୍ରତି ଥିବା ଆକ୍ରଣାତ୍ମକ ଆଭିମୁଖ୍ୟରୁ ଓହରିବା ପାଇଁ ବାଧ୍ୟ କରିଛି।ଏପରିକି ଗତ ସେପ୍ଟେମ୍ବର ମାସରେ ଓଡ଼ିଶା ଗସ୍ତବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜେଡି ପ୍ରତି ଥିବା ଆଭିମୁଖ୍ୟ ଓ ଆଜିର ଆଭିମୁଖ୍ୟ ମଧ୍ୟରେ ଆକାଶପାତାଳ ଫରକ ଦେଖିବାକୁ ମିଳିଛି।

ଆଇଆଇଟି କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକାଠି ସଭାମଞ୍ଚରେ ବସି ବିଭିନ୍ନ ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ କରିବାପରେ ପ୍ରଧାନମନ୍ତ୍ରୀ ମୋଦି ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ଥିବା ଗୋଶାଳା ପଡ଼ିଆରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଥିଲେ। ତେବେ ସାଧାରଣ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ କର୍ମୀଙ୍କ ମନରେ ଉତ୍ସାହ ଭରିବାରେ ବିଫଳ ହୋଇଛି।

Advertisment

ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ୩୫ମିନିଟ୍ ଭାଷଣ ଦେଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ସମ୍ପର୍କରେ ମୁହଁ ଖୋଲିନଥିଲେ। ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ପରୋକ୍ଷରେ ସମାଲୋଚନା କରିଥିଲେ ମଧ୍ୟ ନିର୍ବାଚନୀ ବର୍ଷରେ ପ୍ରଧାନମନ୍ତ୍ରୀ ନିଜର ଚିରାଚରିତ ଶାଣିତ ଭାଷଣ ଦେଇନଥିଲେ। ଏପରିକି ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଭରିବା ଭଳି ସନ୍ଦେଶ ମଧ୍ୟ ଦେବାକୁ ପ୍ରଧାନମନ୍ତ୍ରୀ ସକ୍ଷମ ହୋଇନାହାନ୍ତି। ରାଜନୀତିକ ମଞ୍ଚରେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ମାପିଚୁପି ଭାଷଣ ଦେଇଥିଲେ। କେବଳ ନିଜ ସରକାରର ସଫଳତା ଓ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରର ବିଫଳତାକୁ ଉଜାଗର କରିଥିଲେ। ଓଡ଼ିଶାରେ ଚାଷୀଙ୍କ କୃଷି ଋଣ ଛାଡ଼ ଓ ବୋନସ ଦେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନିରବ ରହି ତାଙ୍କ ସରକାର ଚାଷୀଙ୍କ ପାଇଁ ନେଇଥିବା ଦୀର୍ଘମିଆଦୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶା ଏବେ ବିକାଶ ସହ ପରିଚିତ ହୋଇପାରିନି। ଏଥିପାଇଁ ଓଡ଼ିଶାରେ ନୂଆ ଚେତନା, ନୂଆ ଗତି ଓ ନୂଆ ଉର୍ଜା ସୃଷ୍ଟି ହୋଇଛି ତାହା ସିଏ ଅନୁଭବ କରିପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ତେବେ ନିର୍ବାଚନୀ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜ୍ୟର ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କ ପ୍ରତି କୋହଳ ମନୋଭାବକୁ ନେଇ ଏବେ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ସମ୍ଭାବନା ଦେଖାଦେଇଛି ।୫ଟି ରାଜ୍ୟର ନିର୍ବାଚନୀ ଫଳାଫଳକୁ ନେଇ ବ୍ୟାକଫୁଟରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଭବିଷ୍ୟତରେ ନବୀନ ପଟ୍ଟନାୟକଙ୍କ ଭଳି ଏକ ସହଯୋଗୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିବାରୁ ତାଙ୍କର ସ୍ୱର ଶାଣିତ ହୋଇନଥିଲା ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe