ଓଡ଼ିଶାରେ କେନ୍ଦ୍ରୀୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୋଦି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏଥିସହିତ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଓ ଡ଼ାକଟିକଟ ଜାରି କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାରର ସ୍ଥାପନା କରିଛନ୍ତି ମୋଦି। ସୋମବାର ଅପରାହ୍ଣ ଗୋଟାଏ ୫ ମିନିଟ୍‌ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ମୋଦି। ସେଠାରୁ ସେ ହେଲିକପ୍ଟରରେ ଆଇଆଇଟି ଭୁବନେଶ୍ୱର […]

daka-ticket

Manoranjan Sial
  • Published: Monday, 24 December 2018
  • , Updated: 24 December 2018, 05:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏଥିସହିତ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଓ ଡ଼ାକଟିକଟ ଜାରି କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାରର ସ୍ଥାପନା କରିଛନ୍ତି ମୋଦି।

ସୋମବାର ଅପରାହ୍ଣ ଗୋଟାଏ ୫ ମିନିଟ୍‌ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ମୋଦି। ସେଠାରୁ ସେ ହେଲିକପ୍ଟରରେ ଆଇଆଇଟି ଭୁବନେଶ୍ୱର ଯାଇଥିଲେ। ୧ ହଜାର ୧୨୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଟି ଭୁବନେଶ୍ୱରକୁ ସେ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ଆୟୋଜିତ ଉତ୍ସବରେ ସେ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଥିଲେ। ଏଥିରେ ରହିଛି ୪ ହଜାର ୩୬୧ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା NH-16 ର ଚଣ୍ଡିଖୋଲ-ଭଦ୍ରକ ସେକ୍‌ସନର ୬ ଲେନ୍ କରଣ, କଟକ-ଅନୁଗୋଳ ସେକ୍‌ସନର ୪ ଲେନ୍‌କରଣ, ଟାଙ୍ଗି-ପୁଇଁତଳା ସେକ୍‌ସନ୍‌ର ପ୍ରଶସ୍ତୀକରଣ ଓ ଖଣ୍ଡିଗିରି ଫ୍ଲାଏ ଓଭର। ସେହିପରି ଭୁବନେଶ୍ୱରରେ ଥିବା ESI ହସ୍ପିଟାଲର ଆଉ ୫୦ ଶଯ୍ୟା ଓ ଲଳିତଗିରି ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟକୁ ମଧ୍ୟ ମୋଦି ଲୋକାର୍ପଣ କରିଛନ୍ତି।

ବ୍ରହ୍ମପୁରରେ ନିର୍ମାଣ ହେବାକୁ ଥିବା ପ୍ରାୟ ୧୬ ଶହ କୋଟି ଟଙ୍କାର ଆଇଜର ଏବଂ ପାରାଦୀପ-ହାଇଦ୍ରାବାଦ୍ ଓ ବୋକାରୋ -ଅନୁଗୋଳ ତୈଳ ପାଇପ୍‌ ଲାଇନ୍‌ର ଶିଳାନ୍ୟାସ କରିଛନ୍ତି। ଏହାସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାର ବି ସ୍ଥାପନା କରିଛନ୍ତି।

Related story