ମୋଦି ଓ ନବୀନଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ୱର: ନବୀନ ସରକାରଙ୍କ ଚତୁର୍ଥ ପାଳିର ଏକ ବର୍ଷ ପୂର୍ତ୍ତି ଉପରେ ମୋଦି ସରକାରକୁ ସିଧାସଳଖ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୀତନ୍ଦ୍ର ସିଂ। ଆଜି ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ଜୀତେନ୍ଦ୍ର କହିଛନ୍ତି, କେନ୍ଦ୍ର ସରକାର ଛଦ୍ମ ବେଶରେ ଲୋକଙ୍କ ଜୀବନ ଜୀବିକା ନେଉଛନ୍ତି। ମେକ ଇନ ଇଣ୍ଡିଆ ନାମରେ ମୋଦି ସରକାର କର୍ପୋରେଟ ସଂସ୍ଥାଙ୍କୁ ପ୍ରତ୍ସୋହିତ କରୁଛନ୍ତି। ବର୍ତ୍ତମାନର କେନ୍ଦ୍ରରେ ଥିବା ମୋଦି ସରକାର କର୍ପୋରେଟଙ୍କ ସରକାର ପାଲଟିଛି। ମୋଦି […]

jitendra shing at odisha

jitendra shing at odisha

Rakesh Mallick
  • Published: Wednesday, 20 May 2015
  • Updated: 20 May 2015, 12:05 PM IST

Sports

Latest News

ଭୁବନେଶ୍ୱର: ନବୀନ ସରକାରଙ୍କ ଚତୁର୍ଥ ପାଳିର ଏକ ବର୍ଷ ପୂର୍ତ୍ତି ଉପରେ ମୋଦି ସରକାରକୁ ସିଧାସଳଖ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୀତନ୍ଦ୍ର ସିଂ। ଆଜି ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ଜୀତେନ୍ଦ୍ର କହିଛନ୍ତି, କେନ୍ଦ୍ର ସରକାର ଛଦ୍ମ ବେଶରେ ଲୋକଙ୍କ ଜୀବନ ଜୀବିକା ନେଉଛନ୍ତି। ମେକ ଇନ ଇଣ୍ଡିଆ ନାମରେ ମୋଦି ସରକାର କର୍ପୋରେଟ ସଂସ୍ଥାଙ୍କୁ ପ୍ରତ୍ସୋହିତ କରୁଛନ୍ତି। ବର୍ତ୍ତମାନର କେନ୍ଦ୍ରରେ ଥିବା ମୋଦି ସରକାର କର୍ପୋରେଟଙ୍କ ସରକାର ପାଲଟିଛି। ମୋଦି ସରକାର ବିଆରଜିଏଫ୍ ଯୋଜନା ଶେଷ କରିଦେଲେ ବୋଲି ଅଭିଯୋଗ କରିଛନ୍ତି ଜୀତେନ୍ଦ୍ର। ମନରେଗାକୁ ସୁପ୍ତ କରି ଗରିବଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରୁଛନ୍ତି। ମୋଦି ସରକାରଙ୍କ ’ସବକା ସାଥ-ସବକା ବିକାଶ’ ଫେଲ ମାରିଛି। ପ୍ରତ୍ୟେକ କ୍ଷେତ୍ରରେ ମୋଦି ସରକାର ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ପ୍ରଦେଶ କମିଟି ସଭାପତି ପ୍ରସାଦ ହରିଚନ୍ଦନ ବିଜେଡି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ରାଜ୍ୟରେ ନବୀନ ସରକାର ଚତୁର୍ଥ ପାଳିର ପ୍ରଥମ ବର୍ଷ ଆସନ୍ତା କାଲି ପୁରିବାକୁ ଯାଉଛି। ଏହି ସରକାରଙ୍କ ସ୍ୱଚ୍ଛ ଶାସନ ପ୍ରତିବଦଳରେ ବିଭିନ୍ନ ଦୁର୍ନୀତି ଯଥା,ମାଟି, ପାଣି, ଡାଲି, ଚିଟଫଣ୍ଡ, ସେକ୍ସ ସ୍କ୍ୟାଣ୍ଡେଲରେ ଛନ୍ଦି ହୋଇଛନ୍ତି। ସେ କହିଛନ୍ତି ଯେ,ରାଜ୍ୟ ସରକାର ଶିଳ୍ପର ବିକାଶ କେବଳ ୪୦ଟି ଏମଓୟୁ ମଧ୍ୟରେ ସୀମିତ କରିଦେଛନ୍ତି। ରାଜ୍ୟକୁ ପୁଞ୍ଜିନିବେଶ କରିବାକୁ ଆସିଥିବା ଜିନ୍ଦଲ ପ୍ରକଳ୍ପରେ କମା’, ମିତ୍ତଲ ପ୍ରକଳ୍ପରେ ପୂର୍ଣ୍ଣଚ୍ଛେଦ ଓ ପେସ୍କୋ ପ୍ରକଳ୍ପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭିନ୍ନ କାରଣରୁ ଏହି ପ୍ରକଳ୍ପ ଗୁଡିକ ଆରମ୍ଭ ହୋଇପାରୁନାହିଁ। ଶିଳ୍ପ ନାଁରେ ରାଜ୍ୟସରକାର କୃଷକକୁ ମାରିବାକୁ ଛାଡିଦେଇଛନ୍ତି। ବିଜେଡି ଶାସନରେ ମୋଟ ୪୩ଶହ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ସେ କହିଛନ୍ତି। ବିଜେଡି ମୁଖପାତ୍ର ଶଶି ଭୂଷଣ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, କଂଗ୍ରସର ଅଭିଯୋଗର କୌଣସି ନୂଆକଥା ନାହିଁ। ଲୋକଙ୍କଦ୍ୱରା ପ୍ରତ୍ୟାଖ୍ୟାତ ହେବା ପରେ କଂଗ୍ରେସ ଏଭଳି ଅଭିଯୋଗ କରିବା କିଛି ନୂଆ କଥା ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story