Advertisment

ମହାଯଜ୍ଞରେ ପୂର୍ଣ୍ଣାହୂତି ଦେଲେ ବର୍ଷାସୋନୀ ଓ ରାଜାଶ୍ରୀ

ଯାଜପୁର: ଯାଜପୁର ରୋଡ୍ ଚୋରଦାର କାଳୀମେଳଣ ପଡ଼ିଆରେ ହରିହରାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ଓ ଜଗନ୍ନାଥ ଚେତନା ଶିବିରରେ ଆଜି ବର୍ଷାସୋନୀ ଓ ରାଜାଶ୍ରୀ ଯୋଗଦେଇଛନ୍ତି। ଏହି ଯଜ୍ଞ ଗତ ୨୩ ତାରିଖରେ ଆରମ୍ଭ ହୋଇଥିବା ବେଳେ ଆଜି ପୂର୍ଣ୍ଣାହୂତି ଥିଲା। ବର୍ଷାସୋନୀ ଓ ରାଜାଶ୍ରୀ ଯଜ୍ଞରେ  ଯୋଗ ଦେଇ ଆହୂତି ଦେଇଥିଲେ। ପରିବାରରେ  ସୁଖଶାନ୍ତି ଫେରାଇ ଆଣିବା ଲକ୍ଷ୍ୟରେ ବର୍ଷା ଓ ରାଜାଶ୍ରୀ ମହାଯଜ୍ଞରେ  ଯୋଗଦେଇଥିବା କୁହାଯାଉଛି। ଗତ ୨୫ ତାରିଖରେ ଭୁନେଶ୍ୱରରେ ଏକ ହୋଟେଲ୍‌ରେ ଆୟୋଜିତ […]

ଅଦ୍ୟତନ ହୋଇଛି
ମହାଯଜ୍ଞରେ ପୂର୍ଣ୍ଣାହୂତି ଦେଲେ ବର୍ଷାସୋନୀ ଓ ରାଜାଶ୍ରୀ

brasha

Advertisment

ଯାଜପୁର: ଯାଜପୁର ରୋଡ୍ ଚୋରଦାର କାଳୀମେଳଣ ପଡ଼ିଆରେ ହରିହରାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ଓ ଜଗନ୍ନାଥ ଚେତନା ଶିବିରରେ ଆଜି ବର୍ଷାସୋନୀ ଓ ରାଜାଶ୍ରୀ ଯୋଗଦେଇଛନ୍ତି। ଏହି ଯଜ୍ଞ ଗତ ୨୩ ତାରିଖରେ ଆରମ୍ଭ ହୋଇଥିବା ବେଳେ ଆଜି ପୂର୍ଣ୍ଣାହୂତି ଥିଲା। ବର୍ଷାସୋନୀ ଓ ରାଜାଶ୍ରୀ ଯଜ୍ଞରେ  ଯୋଗ ଦେଇ ଆହୂତି ଦେଇଥିଲେ। ପରିବାରରେ  ସୁଖଶାନ୍ତି ଫେରାଇ ଆଣିବା ଲକ୍ଷ୍ୟରେ ବର୍ଷା ଓ ରାଜାଶ୍ରୀ ମହାଯଜ୍ଞରେ  ଯୋଗଦେଇଥିବା କୁହାଯାଉଛି।

Advertisment

ଗତ ୨୫ ତାରିଖରେ ଭୁନେଶ୍ୱରରେ ଏକ ହୋଟେଲ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜାଶ୍ରୀ ଓ ବର୍ଷାସୋନୀ ଏକାଠି ହେବା ନେଇ ଘୋଷଣା କରିଥିଲେ। ବର୍ଷାସୋନୀ ଫାଉଣ୍ଡେସନ୍‌ର ଉଦ୍ୟମ ଦ୍ୱାରା ଉଭୟଙ୍କ ପୁନର୍ମିଳନ ସମ୍ଭବ ହୋଇଥିବା କୁହାଯାଇଥିଲା।   ବାଲେଶ୍ୱରରେ ଉଭୟ ପରିବାର ଏକ ବନ୍ଧୁମିଳନର ଆୟୋଜନ କରୁଥିବା ଜଣାପଡ଼ିଛି। ଗତକାଲି ରାଜାଶ୍ରୀ ଓ ବର୍ଷାସୋନୀ ଏକାଠି ହୋଇଥିବା ନେଇ ସାଧାରଣ ଲୋକମାନେ ଖୁସି  ବ୍ୟକ୍ତ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe