Advertisment

ଗ୍ରୀଷ୍ମ ଋତୁ ଆସିନି, ଏବେଠାରୁ ଶୁଖିଲାଣି ମହାନଦୀ

‘ଅକ୍ଟୋବର ୧୯ ତାରିଖରେ ଉପମୁଣ୍ଡରେ ମାତ୍ର ୩ ମିଲିମିଟର ବର୍ଷା ହୋଇଥିଲା। ତା’ପରଠାରୁ ଆଜି ପର୍ଯ୍ୟନ୍ତ ବର୍ଷା ହୋଇନାହିଁ। କିନ୍ତୁ ଜଳଭଣ୍ଡାରେ ଯେତିକି ଜଳ ଗଚ୍ଛିତ ରହିଛି, ତାହା ଆମର ଆବଶ୍ୟକତାକୁ ପୂରଣ କରି ପାରିବ’

ଅଦ୍ୟତନ ହୋଇଛି
Mahanadi River

Mahanadi River

Advertisment

ଗ୍ରୀଷ୍ମ ଋତୁ ଆସିନି। ଶୀତ ଋତୁରେ ଶୁଖିଲା ପଡ଼ିଛି ମହାନଦୀ। ଦୂର ଦୂର ଯାଏଁ ପାଣି ଦେଖିବାକୁ ମିଳୁଛି। ଖାଲି ଦେଖାଯାଉଛି ବାଲି। ଛତିଶଗଡ କଲମା ବ୍ୟାରେଜ ତଳମୁଣ୍ଡରେ ଥିବା ସିଂପୁରୀ ଗାଁର ଖରାଦିନ ନଆସୁଣୁ ଗମ୍ଭୀର ଅବସ୍ଥା ଦେଖାଦେଲାଣି। କେଉଁଠି ଟୋପାଏ ପାଣି ଦେଖିବାକୁ ମିଳୁନି। ତା’ଠାରୁ ଉତ୍କଟ ଚିତ୍ର ଦେଖିବାକୁ ମିଳିଛି ହୀରାକୁଦ ତଳମୁଣ୍ଡରେ। ଏଠି ମଧ୍ୟ ଶୁଖିଲା ପଡିଛି ଚିରସ୍ରୋତା ମହାନଦୀ। ସୁବର୍ଣ୍ଣପୁରରେ ଏବେ ଚାଲିଛି ରବି ଧାନ ଚାଷ। ହଜାର ହଜାର ହେକ୍ଟର ଜମିରେ ତଳି ପଡିଛି। କିଛି ସ୍ଥାନରେ ରୁଆ ମଧ୍ୟ ଆରମ୍ଭ ହେଲାଣି। ହେଲେ ପାଣି ନଥିବାରୁ କେମିତି ଫସଲ ବଂଚାଇବେ? ସେହି ଚିନ୍ତା ଚାଷୀଙ୍କୁ ଘାରିଛି।

Advertisment

ଶୀତ ଦିନରେ କାହିଁକି ଶୁଖିଲା ପଡିଲା ମହାନଦୀ? ହୀରାକୁଦ ଜଳଭଣ୍ଡାର ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଡ୍ୟାମ୍‌ ଇନଫ୍ଲୋ କ୍ରମାଗତ କମିବାରେ ଲାଗିଛି। ଗତବର୍ଷ ଆଜିର ଦିନରେ ଜଳଭଣ୍ଡାରକୁ ହାରାହାରି ୯ ହଜାର ୮୪୮ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ସମାନ ପରିମାଣର ଜଳ ଡ୍ୟାମରୁ ନିଷ୍କାସିତ ମଧ୍ୟ ହେଉଥିଲା। ଆଜିର ଦିନରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ମାତ୍ର ୫୮୫ କ୍ୟୁସେକ୍‌ ଜଳ। ଆଉ ନିଷ୍କାସିତ ହେଉଛି ୮ ହଜାର ୧୮୦ କ୍ୟୁସେକ୍‌ ପାଣି। ହୀରାକୁଦର କମିଥିବା ଜଳର ପରିମାଣ ସହ ଜଳପତ୍ତନ ମଧ୍ୟ ଚିନ୍ତା ବଢାଇଛି। ଓଏଚ୍‌ପିସିର ତଥ୍ୟ କହୁଛି, ଗତବର୍ଷ ଆଜିର ଦିନରେ ଡ୍ୟାମର ଜଳପତ୍ତନ ୬୨୭.୨୯ ଫୁଟ୍ ରହିଥିଲା। ଏବେ ଏହା ପ୍ରାୟ ୩ ଫୁଟ୍ ହ୍ରାସ ପାଇ ୬୨୪.୬୭ ଫୁଟ୍‌ ପହଁଚିଛି।

ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି, ଅକ୍ଟୋବର ୧୯ ତାରିଖରେ ଉପମୁଣ୍ଡରେ ମାତ୍ର ୩ ମିଲିମିଟର ବର୍ଷା ହୋଇଥିଲା। ତା’ପରଠାରୁ ଆଜି ପର୍ଯ୍ୟନ୍ତ ବର୍ଷା ହୋଇନାହିଁ। କିନ୍ତୁ ଜଳଭଣ୍ଡାରେ ଯେତିକି ଜଳ ଗଚ୍ଛିତ ରହିଛି, ତାହା ଆମର ଆବଶ୍ୟକତାକୁ ପୂରଣ କରି ପାରିବ ବୋଲି ଶ୍ରୀ ସାହୁ କହିଛନ୍ତି।

Advertisment

ଏବେଠୁ ଡ୍ୟାମକୁ ଏତେ କମ୍‌ ପରିମାଣର ଜଳ ପ୍ରବେଶ କରୁଥିବାରୁ ଖରାଦିନେ ସ୍ଥିତି ସାଂଘାତିକ ହେବା ନେଇ ଆଶଙ୍କା କରାଯାଉଛି। ବିଶେଷ କରି ଜଳସେଚନ, ପିଇବା ପାଣି ଓ ଜଳ ବିଦ୍ୟୁତ ଉତ୍ପାଦନ ସମସ୍ୟା ଉପୁଜିପାରେ। ତେବେ ଏଠି ପ୍ରଶ୍ନ ଉଠୁଛି, ଉପର ମୁଣ୍ଡରେ ପାଣି ବନ୍ଦ କରିଦେଲାଣି କି ଛତିଶଗଡ? ଖରାଦିନେ ପାଣି ନପାଇ ଶୁଖିଲା ପଡ଼ିବ କି ଜମି?

Odisha Sambalpur Mahanadi River Mahanadi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe