Advertisment

ମନ୍ତ୍ରୀ ନବ ଦାସଙ୍କୁ ପାଖରୁ ଗୁଳି କରିଛି ଅଭିଯୁକ୍ତ ଗୋପାଳ, ସାମ୍ନାକୁ ଆସିଲା ଫଟୋ

ମନ୍ତ୍ରୀ ନବ ଦାସଙ୍କୁ କେମିତି ମାରିଥିଲା ଅଭିଯୁକ୍ତ ଗୋପାଳ ଦାସ? ପୂର୍ବରୁ ନବ ଦାସଙ୍କ ପାଖରେ ଗୋପାଳର ଏକାଧିକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ମିଳିଛି ଏକ ଏକ୍ସକ୍ଲୁସିଭ୍ ଫଟୋ।

ଅଦ୍ୟତନ ହୋଇଛି
Naba das Murder

Naba das Murder

Advertisment

ମନ୍ତ୍ରୀ ନବ ଦାସଙ୍କୁ କେମିତି ମାରିଥିଲା ଅଭିଯୁକ୍ତ ଗୋପାଳ ଦାସ? ପୂର୍ବରୁ ନବ ଦାସଙ୍କ ପାଖରେ ଗୋପାଳର ଏକାଧିକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ମିଳିଛି ଏକ ଏକ୍ସକ୍ଲୁସିଭ୍ ଫଟୋ। ଯେଉଁଥିରେ ନବ ଦାସଙ୍କ ସାମ୍ନାରେ ଠିଆ ହୋଇ ଗୋପାଳ ବନ୍ଧୁକରୁ ଫାୟାରିଂ କରୁଥିବା ଭଳି ମୁଦ୍ରାରେ ଛିଡ଼ା ହୋଇଥିବା ଜଣାପଡୁଛି।

Advertisment

ନବ ଦାସ ଗାଡିରୁ ଓହ୍ଲାଇବା ମାତ୍ରେ ଗୋପାଳ ଦୁଇ ହାତରେ ବନ୍ଧୁକରୁ ସାମ୍ନାରୁ ଗୁଳି କରୁଥିବା ଭଳି ଜଣାପଡୁଛି। ପୂର୍ବରୁ ନବଦାସଙ୍କ ହତ୍ୟା ବେଳର ଏକାଧିକ ଭିଡିଓ ସାମ୍ନାକୁ ଆସିଥିଲେ ବି ଅଭିଯୁକ୍ତ ସାମ୍ନା ପଟୁ ସ୍ପଷ୍ଟ ଗୁଳି କରୁଥିବାର ଫଟୋ କିମ୍ବା ଭିଡିଓ ସାମ୍ନାକୁ ଆସିନଥିଲା। ଏହି ଫଟୋରେ ବନ୍ଧୁକ ଦେଖାଯାଉନଥିଲେ ବି ଅଭିଯୁକ୍ତ ଗୋପାଳର ପୋଜିସନ୍ ସ୍ପଷ୍ଟ ବାରି ହେଉଛି।

ସେପଟେ ବେଙ୍ଗଲୁରୁର ନିମାହସନ୍ ମେଡିକାଲ ବଦଳରେ ଚୌଦ୍ୱାର ସର୍କଲ ଜେଲରେ ହେବ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ଯାଞ୍ଚ୍। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି। ପୂର୍ବରୁ ଝାରସୁଗୁଡ଼ାରେ ଗୋପାଳର ମାନସିକ ସୁସ୍ଥତା ପରୀକ୍ଷା କରିଥିବା ୪ ଜଣିଆ ଡାକ୍ତରୀ ଦଳ ତାର ସମ୍ପୂର୍ଣ୍ଣ ମାନସିକ ସ୍ଥିତି ଯାଞ୍ଚ ପାଇଁ ମତ ଦେଇଥିଲେ।

Advertisment

ତେଣୁ ଗୋପାଳକୁ ବେଙ୍ଗଲୁରୁ ନିମହାନ୍‌ସ ନେଇ ସେଠାରେ ମାନସିକ ସ୍ଥିତି ପରୀକ୍ଷା କରିବାକୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସିରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ୍ । ତେବେ କୋର୍ଟ ନିମାହସନ୍ ବଦଳରେ ଏହି ଟେଷ୍ଟକୁ ଚୌଦ୍ୱାର ସର୍କଲ ଜେଲରେ କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏ ନିର୍ଦ୍ଦେଶ ପରେ ପରବର୍ତ୍ତୀ ପଦକ୍ଷେପ କଣ ହେବ ସେନେଇ ତର୍ଜମା କରୁଛି କ୍ରାଇମବ୍ରାଞ୍ଚ।

Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe