midday-meal
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ଡାଉନ୍ ସମୟରେ ସ୍କୁଲ ବନ୍ଦ ଥିବାରୁ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସର। ମାର୍ଚ୍ଚ ୧୬ରୁ ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ରୋଷେଇ ଖର୍ଚ୍ଚ ଦେବାକୁ ଚିଠି ଲେଖିଛନ୍ତି ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ।
ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଜଣକ ପିଛା ୪୭୯ ଟଙ୍କା ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଜଣକ ପିଛା ୭୧୭ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଷେଇ ଖର୍ଚ୍ଚ ପିଲା ବା ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ ଦେବା ପାଇଁ ଚିଠିରେ କୁହାଯାଇଛି। ଯେଉଁ ଅଭିଭାବକଙ୍କର ବ୍ୟାଙ୍କ ଆକାଉଣ୍ଟ ନ ଥିବା ସେମାନଙ୍କୁ ସ୍କୁଲ୍ରେ ଧାର୍ଯ୍ୟ ଅର୍ଥ ଅର୍ଥ ପ୍ରଦାନ କରାଯିବ।
ଜିଲ୍ଲା ଶିକ୍ଷାଅଧିକାରୀମାନେ ରୋଷେଇ ବାବଦ ଖର୍ଚ୍ଚକୁ ତୁରନ୍ତ ସ୍କୁଲ ଆକାଉଣ୍ଟକୁ ପଠାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/08/midday-meal.jpg)