ପାହାଡ ଉପରେ ଚାଲିଛି ଜନସେବା କେନ୍ଦ୍ର। ନେଟୱର୍କ ନ ଥିବାରୁ ବିଭିନ୍ନ ସେବା ପାଇଁ ହନ୍ତସନ୍ତ ହେଉଛନ୍ତି ଦୁର୍ଗମ ଅଞ୍ଚଳ ଲୋକେ। ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ଅନୁଗୁର ପଞ୍ଚାୟତର ଦୃଶ୍ୟ। ବ୍ୟାଙ୍କିଙ୍ଗ ସେବା ସମେତ ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ମନରେଗା ଯୋଜନାରେ ଆସୁଥିବା ଟଙ୍କା ଉଠାଣ, ମୋବାଇଲ୍ ଓ ଟିଭି ରିଚାର୍ଜ ଭଳି ସେବା ପାଇବା ପାଇଁ ୧ କିଲୋମିଟର ପାହାଡ଼ ଚଢ଼ିବାକୁ ପଡୁଛି।