Advertisment

ସାବିତ୍ରୀ ପାଇଁ ଭାଇ ପଠାଇଥିଲେ ମନିଅର୍ଡର, ସାଢ଼େ ୪ ବର୍ଷ ପରେ ପାଇଲେ ଭଉଣୀ

କୋଇଡ଼ା (ସୁନୀଲ ପଣ୍ଡା): ଧନ୍ୟ ଆମ ଡାକ ସେବା। ସାଢ଼େ ୪ ବର୍ଷ ତଳେ ସାବିତ୍ରୀ ବ୍ରତ ପାଇଁ ଭାଇ ପଠାଇଥିଲେ ୫୦୦ ଟଙ୍କାର ମନି ଅର୍ଡର। ହେଲେ ୧୦୦ କିମି ଦୂରରେ ରହୁଥିବା ଭଉଣୀଙ୍କ ପାଖରେ ମନି ଅର୍ଡର ୨୦୨୨ ମସିହା ନଭେମ୍ୱର ମାସରେ ପହଞ୍ଚିଥିଲା। ଏପରି ଖବର ଆସିଛି ସୁନ୍ଦରଗଡ଼ ଜିଲ୍ଲା ଟେନ୍‌ସା ଅଞ୍ଚଳରୁ। ଷ୍ଟିଲ୍‌ ସିଟି ରାଉରକେଲାରେ ରହୁଛନ୍ତି ପ୍ରମୋଦ ପ୍ରଧାନ। ସେ ସାବିତ୍ରୀ ପାଇଁ ଟେନ୍‌ସାରେ ରହୁଥିବା ତାଙ୍କ ଭଉଣୀ ସୁମିତ୍ର […]

ସାବିତ୍ରୀ ପାଇଁ ଭାଇ ପଠାଇଥିଲେ ମନିଅର୍ଡର, ସାଢ଼େ ୪ ବର୍ଷ ପରେ ପାଇଲେ ଭଉଣୀ

POST OFFICE

Advertisment

କୋଇଡ଼ା (ସୁନୀଲ ପଣ୍ଡା): ଧନ୍ୟ ଆମ ଡାକ ସେବା। ସାଢ଼େ ୪ ବର୍ଷ ତଳେ ସାବିତ୍ରୀ ବ୍ରତ ପାଇଁ ଭାଇ ପଠାଇଥିଲେ ୫୦୦ ଟଙ୍କାର ମନି ଅର୍ଡର। ହେଲେ ୧୦୦ କିମି ଦୂରରେ ରହୁଥିବା ଭଉଣୀଙ୍କ ପାଖରେ ମନି ଅର୍ଡର ୨୦୨୨ ମସିହା ନଭେମ୍ୱର ମାସରେ ପହଞ୍ଚିଥିଲା। ଏପରି ଖବର ଆସିଛି ସୁନ୍ଦରଗଡ଼ ଜିଲ୍ଲା ଟେନ୍‌ସା ଅଞ୍ଚଳରୁ।

Advertisment

ଷ୍ଟିଲ୍‌ ସିଟି ରାଉରକେଲାରେ ରହୁଛନ୍ତି ପ୍ରମୋଦ ପ୍ରଧାନ। ସେ ସାବିତ୍ରୀ ପାଇଁ ଟେନ୍‌ସାରେ ରହୁଥିବା ତାଙ୍କ ଭଉଣୀ ସୁମିତ୍ର ବିଶ୍ୱାଳଙ୍କ ପାଖକୁ ୨୦୧୮ ମସିହା ମେ’ ମାସ ୯ ତାରିଖରେ ୫୦୦ ଟଙ୍କା ମନିଅର୍ଡର ପଠାଇ ଥିଲେ। ସେ ରାଉରକେଲା ସେକ୍ଟର-୧୯ ପୋଷ୍ଟ ଅଫିସ୍‌ରୁ ମନିଅର୍ଡର କରିଥିଲେ। ଯାହାର ଇଏମ୍‌ଓ ନମ୍ବର ହେଉଛି 091097258570460010। ସାବିତ୍ରୀରେ ମନିଅର୍ଡର ପହଞ୍ଚି ଯାଇଛି ବୋଲି ଭାବିଥିଲେ ପ୍ରମୋଦ। ହେଲେ ମନିଅର୍ଡର ପହଞ୍ଚିନଥିଲା।

୨୦୧୮ ସାବିତ୍ରୀ ବ୍ରତ ପରେ ବହୁବାର ସୁମିତ୍ରା ନିଜ ଭାଇଙ୍କ ପାଖକୁ ଆସିଛନ୍ତି। ଦୁଃଖ ସୁଖ ହୋଇଛନ୍ତି। ହେଲେ ସାବିତ୍ରୀ ପଇସା ପାଇନଥିବା କେବେ କହିନାହାନ୍ତି। ତେବେ ହଠାତ୍‌ ୨୦୨୨ ମସିହା ନଭେମ୍ୱର ୨୬ ତାରିଖରେ ଘରେ ପହଞ୍ଚିଲା ମନି ଅର୍ଡର। ମନିଅର୍ଡର ଟଙ୍କା ପାଇ ଭଉଣୀ, ଭାଇଙ୍କ ପାଖକୁ ଫୋନ୍‌ କରି ଜଣାଇଥିଲେ। ସାଢ଼େ ୪ ବର୍ଷ ତଳେ ସାବିତ୍ରୀ ଓଷା ପାଇଁ ସେ ୫୦୦ ଟଙ୍କା ମନିଅର୍ଡରରେ ପଠାଇଥିବା କହିଥିଲେ।

Advertisment

ସାଢ଼େ ୪ ବର୍ଷ ପରେ ମନି ଅର୍ଡର ପହଞ୍ଚିବାକୁ ନେଇ ସୁମିତ୍ରା କହିଛନ୍ତି, ୨୦୧୮ ମସିହାରେ ଭାଇ ଟଙ୍କା ପଠାଇଥିଲେ ୨୦୨୨ରେ ପାଉଛି। ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗୁଛି। ଡାକ କର୍ମଚାରୀଙ୍କ ଅବହେଳା ପାଇଁ ଏମିତି ହୋଇଛି ବୋଲି ସେ କହିଛନ୍ତି।

ବିଳମ୍ୱରେ ମନି ଅର୍ଡର ପହଞ୍ଚିବାକୁ ନେଇ ଡାକ ବିଭାଗର କର୍ମଚାରୀ କହିଛନ୍ତି, ମାସେ ତଳେ ଏଠାରେ ନିଯୁକ୍ତି ପାଇଛି। ପେଣ୍ଡିଂ ଥିବା ଦେଖି ମନି ଅର୍ଡରଟି ଦେଇ ଆସିଲି ବୋଲି ସେ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ମନିଅର୍ଡର ଘରେ ପହଞ୍ଚାଇବା ପାଇଁ ଚାର୍ଜ ନେଉଛି ଡାକ ବିଭାଗ। ଏହା ସତ୍ତ୍ୱେ ମନିଅର୍ଡର ପହଞ୍ଚିବା ପାଇଁ ଲାଗିଗଲା ସାଢ଼େ ୪ ବର୍ଷ। ତାହାହେଲେ ଅନ୍ୟ ଚିଠିର ଅବସ୍ଥା କ’ଣ ରହିଛି? ଚାକିରି ନିଯୁକ୍ତି ସମ୍ପର୍କିତ ଚିଠି ଗୁଡ଼ିକୁ ଡାକ ବିଭାଗ ଠିକ୍‌ ସମୟରେ ଘରେ ପହଞ୍ଚାଉଛି ତ? ସାଢ଼େ ୪ ବର୍ଷରେ ମନି ଅର୍ଡର ପହଞ୍ଚିବା ପରେ ଏବେ ସାଧାରଣରେ ଏମିତି ନାନା ସନ୍ଦେହ ସୃଷ୍ଟି ହେଉଛି। ଏପରିକି ଡାକ ବିଭାଗ ଉପରୁ ଲୋକଙ୍କ ଭରସା ତୁଟୁଛି ବୋଲି ମତ ପ୍ରକାଶ ପାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe