Advertisment

ସାହୁକାର ପୁଅଙ୍କ ଜୁଲମ, ପ୍ରଶାସନ ନିରବଦ୍ରଷ୍ଟା !

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ସାହୁକାରଙ୍କ ଜୁଲମ, ପ୍ରଶାସନ ନିଦାବିଷ୍ଣୁ! ଦୀର୍ଘ ଦିନ ଧରି ପରିବାର ସହିତ ରହୁଥିବା ୩୦ରୁ ଅଧିକ ପରିବାରଙ୍କୁ ବାହାର କରି ସେହି ଜମିକୁ ହାତେଇବା ପାଇଁ ଚାଲିଛି ଉଦ୍ୟମ। ଏପରି କାମ ସେହି ଅଞ୍ଚଳର ମୃତ ସାହୁକାର ପ୍ରକାଶ ସାହୁଙ୍କ ପୁଅ କରୁଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ସ୍ଥାନୀୟ ପ୍ରଶାସନ ସବୁ ଦେଖି ମଧ୍ୟ ନିରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ କରିଛନ୍ତି ସିପିଆଇଏଲ (ଏମ୍.ଏଲ) ଲିବରେସନର କେନ୍ଦ୍ର କମିଟି ସଭ୍ୟ ତଥା […]

ଅଦ୍ୟତନ ହୋଇଛି
ସାହୁକାର ପୁଅଙ୍କ ଜୁଲମ, ପ୍ରଶାସନ ନିରବଦ୍ରଷ୍ଟା !

raygada

Advertisment

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ସାହୁକାରଙ୍କ ଜୁଲମ, ପ୍ରଶାସନ ନିଦାବିଷ୍ଣୁ! ଦୀର୍ଘ ଦିନ ଧରି ପରିବାର ସହିତ ରହୁଥିବା ୩୦ରୁ ଅଧିକ ପରିବାରଙ୍କୁ ବାହାର କରି ସେହି ଜମିକୁ ହାତେଇବା ପାଇଁ ଚାଲିଛି ଉଦ୍ୟମ। ଏପରି କାମ ସେହି ଅଞ୍ଚଳର ମୃତ ସାହୁକାର ପ୍ରକାଶ ସାହୁଙ୍କ ପୁଅ କରୁଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ସ୍ଥାନୀୟ ପ୍ରଶାସନ ସବୁ ଦେଖି ମଧ୍ୟ ନିରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ କରିଛନ୍ତି ସିପିଆଇଏଲ (ଏମ୍.ଏଲ) ଲିବରେସନର କେନ୍ଦ୍ର କମିଟି ସଭ୍ୟ ତଥା ରାୟଗଡ଼ା ଜିଲ୍ଲା ସମ୍ପାଦକ ସାଥୀ ତ୍ରିପତି ଗମଙ୍ଗୋ।

Advertisment

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ କୋଇଲିକଟା ଗାଁର ସାହୁକାର ଥିଲେ ପ୍ରକାଶ ସାହୁ। ତାଙ୍କ ପାଖରେ ଥିବା ୧୪ ଏକର ସିଲିଂ ବହିର୍ଭୁତ ଜମିକୁ ୩୦ ଭୂମିହୀନ ପରିବାର ଚାଷବାସ କରି ଚଳୁଥିଲେ। ଏହି ଜମି କିନ୍ତୁ କାହାରି ନାଁରେ ହୋଇପାରିବ ନାହିଁ। କିନ୍ତୁ ପ୍ରକାଶ ସାହୁଙ୍କ ମୃତ୍ୟୁ ପରେ ପୁଅର ଆଖି ସେହି ଜମି ଉପରେ ପଡିଲା। ଆଉ କଳେବଳେ କୌଶଳେ ଏହି ଜମିକୁ ହାତେଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସେ ଟ୍ରାକ୍ଟର ଲଗାଇ ଏହି ୧୪ ଏକର ଜିମକୁ ଜବରଦଖଲ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଚାଷୀମାନେ ତାଙ୍କୁ ଘଉଡାଇ ଦେଇଛନ୍ଥିତି। ଏଥିପାଇଁ ସ୍ଥାନୀୟ ତହସିଲଦାର ଏବଂ ପୁଲିସ ମଧ୍ୟ ପରୋକ୍ଷରେ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ସାହୁକରଙ୍କ ପୁଅ ବିରୋଧରେ ଯିଏ ମୁହଁ ଖୋଲୁଛି ତାଙ୍କୁ ଧମକ ଚମକ ଦିଆଯାଉଛି। ଏହି ସିଲିଂ ବହିର୍ଭୂତ ଜମି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି।

ଉକ୍ତ ଜମିରେ ଏବେ ଆଦିବାସୀ ଲୋକ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ପ୍ରକାଶ ସାହୁଙ୍କ ପୁଅ ଏହି ଜମିକୁ ନିଜ ନାଁରେ କରିବାକୁ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି ବୋଲି ସିପିଆଇ ଏମ୍.ଏଲ. ଲିବେରେସନ ଅଭିଯୋଗ କରିଛି।

Advertisment

ସିପିଆଇଏଲ (ଏମ୍.ଏଲ) ଲିବରେସନର କେନ୍ଦ୍ର କମିଟି ସଭ୍ୟ ତଥା ରାୟଗଡ଼ା ଜିଲ୍ଲା ସମ୍ପାଦକ ତ୍ରିପତି ଗମଙ୍ଗୋ କହିଛନ୍ତି, ସରକାର ତୁରନ୍ତ ଏହି ସିଲିଂ ବହିର୍ଭୁତ ଜମିର ପଟ୍ଟା ଭୂମିହୀନଙ୍କୁ ଦିଅନ୍ତୁ ନତୁବା ନିଜ ଦଖଲରେ ରଖନ୍ତୁ। ବର୍ଷ ବର୍ଷ ଧରି କୋର୍ଟରେ ଏହି ଜମି ମାମଲା ପଡ଼ି ରହିଛି। ତେଣୁ ଏହି ମାମଲାର ସମାଧାନ ଶୀଘ୍ର ହେବା ଦରକାର। ଏମିତିକି ସ୍ଥାନୀୟ ପ୍ରଶାସନ ଜମିର ସରଜମିନ ତଦନ୍ତ କରି ଗରିବ ଲୋକଙ୍କୁ ନ୍ୟାୟ ଦେବା ଦରକାର ବୋଲି ସେ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଗମଙ୍ଗୋ କହିଛନ୍ତି।

ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ଆସିବା ପରେ ଦକ୍ଷିଣ ଓଡ଼ିଶାର ଆଦିବାସୀଙ୍କୁ ଜମି ପଟ୍ଟା ବାଣ୍ଟିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏଯାବତ ଏହା ପୂରଣ ହୋଇନଥିବା ତ୍ରିପତି ଗମଙ୍ଗୋ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe