Advertisment

ଅଧା ଓଡ଼ିଶାରୁ ବିଦାୟ ନେଲା ମୌସୁମୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ମୌସୁମୀର ବିଦାୟ ନେବାର ପର୍ବ ଆରମ୍ଭ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରୁ ବିଦାୟ ନେଇଛି ମୌସୁମୀ। ୮ଟି ଜିଲ୍ଲାରୁ ସଂପୂର୍ଣ୍ଣ ଓ ୮ ଜିଲ୍ଲାରୁ ଆଂଶିକ ଭାବେ ମୌସୁମୀ ବିଦାୟ ନେଇଛି। ବିଶେଷକରି ପଶ୍ଚିମ ଓଡ଼ିଶାରୁ ମୌସୁମୀ ବିଦାୟ ନେଇଛି। ତେବେ ଆଗାମୀ ଦୁଇ ଦିନ ଭିତରେ ଯଦି ପାଗ ଅନୁକୂଳ ରୁହେ, ତାହେଲେ ପୂରା ଓଡ଼ିଶାରୁ ମୌସୁମୀ ବିଦାୟ ନେଇଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଯେଉଁ […]

ଅଧା ଓଡ଼ିଶାରୁ ବିଦାୟ ନେଲା ମୌସୁମୀ

mansoon

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ମୌସୁମୀର ବିଦାୟ ନେବାର ପର୍ବ ଆରମ୍ଭ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରୁ ବିଦାୟ ନେଇଛି ମୌସୁମୀ। ୮ଟି ଜିଲ୍ଲାରୁ ସଂପୂର୍ଣ୍ଣ ଓ ୮ ଜିଲ୍ଲାରୁ ଆଂଶିକ ଭାବେ ମୌସୁମୀ ବିଦାୟ ନେଇଛି। ବିଶେଷକରି ପଶ୍ଚିମ ଓଡ଼ିଶାରୁ ମୌସୁମୀ ବିଦାୟ ନେଇଛି।

Advertisment

ତେବେ ଆଗାମୀ ଦୁଇ ଦିନ ଭିତରେ ଯଦି ପାଗ ଅନୁକୂଳ ରୁହେ, ତାହେଲେ ପୂରା ଓଡ଼ିଶାରୁ ମୌସୁମୀ ବିଦାୟ ନେଇଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଯେଉଁ ୮ଟି ଜିଲ୍ଲାରୁ ମୌସୁମୀ ସମ୍ପୂର୍ଣ୍ଣ ବିଦାୟ ନେଇଛି। ସେହି ଜିଲ୍ଲାଗୁଡ଼ିକ ହେଲେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର ଓ ନୂଆପଡ଼ା।

ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରୁ ପ୍ରାୟତଃ ମୌସୁମୀ ବିଦାୟ ନେଇଛି। ସେହିପରି ଆସନ୍ତା ୨୮ ତାରିଖ ସୁଦ୍ଧା ସାରା ଦେଶରୁ ମୌସୁମୀ ବିଦାୟ ନେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଗତ ଦୁଇ ମାସ ଧରି ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ବିଶେଷକରି ଲଘୁଚାପଜନିତ ବର୍ଷା ପ୍ରଭାବରେ ଏଥର ଅଧିକାଂଶ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe